ରାହୁ-ମଙ୍ଗଳଙ୍କ ଅଶୁଭ ଯୋଗ: ଆଜିଠୁ ୩ ରାଶିଙ୍କ ଜୀବନରେ ଘୋଟି ଆସିବ ବଡ଼ ସମସ୍ୟା, ଅଚାନକ ମିଳିବ ଖରାପ ଖବର!

ନଭେମ୍ବର ୧୨ ତାରିଖ ରାତିରେ ମଙ୍ଗଳ ଗ୍ରହ ସିଂହ ରାଶିକୁ ଗୋଚର କରିବେ। ଏହା ଫଳରେ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ରାହୁଙ୍କ ସହ ମଙ୍ଗଳଙ୍କର ସମସପ୍ତକ ଯୋଗ ସୃଷ୍ଟି ହେବ। ଜ୍ୟୋତିଷ ଗଣନା ଅନୁସାରେ, ରାହୁ ଓ ମଙ୍ଗଳଙ୍କ ଏହି ସମସପ୍ତକ ଯୋଗ କେତେକ ରାଶି ପାଇଁ ଅନୁକୂଳ ନ ହୋଇପାରେ। ବିଶେଷକରି କର୍ମକ୍ଷେତ୍ର ଓ ସାମାଜିକ ଜୀବନରେ କିଛି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଶି ଉପରେ ଏହାର ପ୍ରଭାବ ପଡ଼ିପାରେ ଏବଂ ଏଥିପାଇଁ କେଉଁ ଉପାୟ କରିବା ଉଚିତ।

ମଙ୍ଗଳ ଓ ରାହୁଙ୍କ ମଧ୍ୟରେ ସମସପ୍ତକ ଯୋଗ ସୃଷ୍ଟି ହେବା ସମୟରେ ମଙ୍ଗଳ ଆପଣଙ୍କ ଦ୍ୱାଦଶ ଭାବରେ ରହିବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ବ୍ୟୟ ବା ହାନିର ଭାବ କୁହାଯାଏ। ଅନ୍ୟପଟେ ରାହୁ ଆପଣଙ୍କ ଷଷ୍ଠ ଭାବ ଅର୍ଥାତ୍‌ ଶତ୍ରୁ ଭାବରେ ଅବସ୍ଥାନ କରିବେ। ଏହି କାରଣରୁ ସମସପ୍ତକ ଯୋଗ ଆପଣଙ୍କ ପାଇଁ ଅନୁକୂଳ ନ ହୋଇପାରେ।

ଏହି ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ୍‌ ସାମାଜିକ ଓ ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାରେ। କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ଅର୍ଥ ବିନିଯୋଗ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ନଚେତ୍ କ୍ଷତି ସହିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଚାଲିଥିବା ରାଜନୀତିଠାରୁ ଯେତେ ଦୂରେଇ ରହିବେ, ସେତେ ଭଲ। ଉପାୟ ସୱରୂପ ଭଗବାନ ଶିବଙ୍କ ଆରାଧନା କରନ୍ତୁ।

ମକର ରାଶିର ବ୍ୟକ୍ତିଙ୍କ ପାଇଁ ସମସପ୍ତକ ଯୋଗ ସମୟରେ ମଙ୍ଗଳ ଅଷ୍ଟମ ଭାବରେ ରହିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହା ତ୍ରିକ ଭାବ ମଧ୍ୟରୁ ଅନ୍ୟତମ। ସେହିପରି ରାହୁ ଆପଣଙ୍କ ଦ୍ୱିତୀୟ ଭାବ ଅର୍ଥାତ୍ ଧନ ଭାବରେ ଅବସ୍ଥାନ କରିବେ।
ଏହି ଯୋଗ ଯୋଗୁ କର୍ମକ୍ଷେତ୍ରରେ ହଠାତ୍‌ ଉତ୍ଥାନ-ପତନ ଦେଖାଦେଇପାରେ। ତେଣୁ ଧୈଯର୍‌ୟର ସହ ଆଗକୁ ବଢ଼ନ୍ତୁ। ଅର୍ଥ କାରବାର କରିବା ସମୟରେ ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ପାଖରେ ରଖନ୍ତୁ। ଗାଡ଼ି ଚଳାଇବା ସମୟରେ ମଧ୍ୟ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ କୌଣସି କାମକୁ ଆସନ୍ତାକାଲି ପାଇଁ ଟାଳନ୍ତୁ ନାହିଁ। ଏପରି କଲେ ଆପଣଙ୍କ ଭାବମୂର୍ତ୍ତି ଖରାପ ହୋଇପାରେ। ପେଟଜନିତ ସୱାସ୍ଥ୍ୟ ସମସ୍ୟା ମଧ୍ୟ ଚିନ୍ତା ବଢ଼ାଇପାରେ। ତେଣୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଉପାୟ ସ୍ବରୂପ ହନୁମାନ ଚାଳିଶା ପାଠ କରନ୍ତୁ।

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ରାହୁ-ମଙ୍ଗଳଙ୍କ ସମସପ୍ତକ ଯୋଗ ବୃତ୍ତିଗତ ଜୀବନରେ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। କର୍ମକ୍ଷେତ୍ରରେ ହେଉଥିବା ଛୋଟ ଭୁଲ ମଧ୍ୟ ଆପଣଙ୍କ ପାଇଁ ବଡ଼ ସମସ୍ୟା ଆଣିପାରେ। ତେଣୁ ପ୍ରତ୍ୟେକ କାମ ସତର୍କତାର ସହ କରନ୍ତୁ।
ବ୍ୟବସାୟୀମାନଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ଡିଲ ବାତିଲ ହୋଇପାରେ। ଏହା ଯୋଗୁ ମାନସିକ ଚାପ ବଢ଼ିପାରେ। କୋର୍ଟ କଚେରି ସମ୍ବନ୍ଧୀୟ ମାମଲାରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନରେ କଥାବାର୍ତ୍ତା କରିବା ସମୟରେ ଶବ୍ଦର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ। ନଚେତ୍‌ ସାମାନ୍ୟ କଥାରୁ ବିବାଦ ଗମ୍ଭୀର ରୂପ ନେଇପାରେ। ଉପାୟ ସୱରୂପ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ୍‌ର ଜୀବନ୍ତ ଅଜଗର ପିଠିରେ ପିଲାଙ୍କ ଖେଳ! ସାପକୁ ସ୍ଲାଇଡ୍‌ କରି ମଜା ନେଲେ ଶିଶୁ, ଭିଡିଓ ଭାଇରାଲ୍‌

ସୋସିଆଲ୍‌ ମିଡିଆରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଇଣ୍ଡୋନେସିଆର ବୋଲି ଦାବି କରାଯାଉଛି । ଏଥିରେ କିଛି ପିଲା…

ଅଣ୍ଡର-୧୯ ଏସିଆ କପ: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ପାକିସ୍ତାନ; ଭାରତ ସହ ହୋଇପାରେ…

ନୂଆଦିଲ୍ଲୀ,୧୨।୧୧: ଅଣ୍ଡର-୧୯ ଏସିଆ କପର ପ୍ରଥମ ଫାଇନାଲିଷ୍ଟ (ଅନ୍ତିମ ପର୍ଯ୍ୟାୟକୁ ଯାଇଥିବା ଦଳ) ସ୍ଥିର ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଚଳିତ ଚାମ୍ପିୟନ ପାକିସ୍ତାନ…

ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଜେଲ୍‌ଗଲେ ଅଭିଯୁକ୍ତ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିବା ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି। ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନାରାୟଣପୁର…

ମ୍ୟାଚର ଦିନକ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ସିରିଜ ମଝିରେ ଭାରତୀୟ ଦଳରୁ ବିଦାୟ ନେବେ ଆଉ ଜଣେ ଷ୍ଟାର୍‌ ଖେଳାଳି! ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ ମଧ୍ୟରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ। ଏଥିପାଇଁ ଟିମ ଇଣ୍ଡିଆର କିଛି…

ଦୀର୍ଘଦିନ ସମ୍ପର୍କର ଆଶା… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡକୁ ନେଇ ମୁହଁ ଖୋଲିଲେ ପଞ୍ଜାବ କିଙ୍ଗ୍ସର ମାଲିକ

ନୂଆଦିଲ୍ଲୀ,୧୨।୧୧: ପଞ୍ଜାବ କିଙ୍ଗ୍ସର ସହ-ମାଲିକ ନେସ ୱାଡିଆ ପୂର୍ଣ୍ଣ ଆଶାବାଦୀ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗମନ ଦଳ ପାଇଁ ବଡ଼ ସଫଳତା ଆଣିବ। ସେ ଆହୁରି ମଧ୍ୟ…

ମନ୍ଦିରରେ ଝୁଲୁଥିଲା ଡ୍ରାଇଭରଙ୍କ ମୃତଦେହ, ସ୍ଥାନୀୟ ଲୋକେ ଦେଖି…

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ନୂଆସୁଙ୍ଗୁଡ଼ା ଗୋଲେଇ ଛକ ନିକଟରେ ଥିବା ଷଣ୍ଢ ମନ୍ଦିରରେ ଗୁରୁବାର ପୂର୍ବାହ୍ନରେ ଜଣେ ଡ୍ରାଇଭରଙ୍କ…

ପନ୍ତ ଦେଲେ ଖୁସି ଖବର; IND vs NZ ଟେଷ୍ଟ ସିରିଜ ପାଇଁ ସେ କେବେ ନ୍ୟୁଜିଲ୍ୟାଣ୍ଡ ଯାତ୍ରା କରିବେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟର ସମ୍ପୂର୍ଣ୍ଣ ସୁସ୍ଥ ଥିବା ଘୋଷଣା କରାଯାଇଛି। ସେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ ଏବଂ ସେଠାରେ ଆୟୋଜକ ଦଳ ବିପକ୍ଷ…

ବିଦେଶରୁ ଛାଡ଼ପତ୍ର ନେଇ ଭାରତରେ ଦ୍ୱିତୀୟ ବିବାହ କରୁଛନ୍ତି କି? ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧୨ା୧: ଭାରତରେ ବିବାହ କରିବା ପରେ କୌଣସି ବ୍ୟକ୍ତି ବିଦେଶ ଚାଲିଯାଇ ସେଠାକାର ଅଦାଲତରୁ ଛାଡ଼ପତ୍ର ନେଲେ, ତାହା ଭାରତରେ ଆପେଆପେ ମାନ୍ୟତା ପାଇବ ନାହିଁ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?