Posted inଜାତୀୟ

୨୦ ଫୁଟ୍‌ର ଜୀବନ୍ତ ଅଜଗର ପିଠିରେ ପିଲାଙ୍କ ଖେଳ! ସାପକୁ ସ୍ଲାଇଡ୍‌ କରି ମଜା ନେଲେ ଶିଶୁ, ଭିଡିଓ ଭାଇରାଲ୍‌

ସୋସିଆଲ୍‌ ମିଡିଆରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଇଣ୍ଡୋନେସିଆର ବୋଲି ଦାବି କରାଯାଉଛି । ଏଥିରେ କିଛି ପିଲା ପ୍ରାୟ ୨୦ ଫୁଟ୍‌ ଲମ୍ବର ଏକ ଜୀବନ୍ତ ଅଜଗର ସହ ଖେଳୁଥିବା ଦେଖିବାକୁ ମିଳିଛି। ସାଧାରଣତଃ ଏତେ ବଡ଼ ସାପକୁ ଦେଖିଲେ ଲୋକେ ଭୟରେ ଦୂରକୁ ଚାଲିଯାଆନ୍ତି । କିନ୍ତୁ ଏଠାରେ ପିଲାମାନେ ତାହାର ପିଠିକୁ ସ୍ଲାଇଡ୍‌ ଭାବେ ବ୍ୟବହାର କରି ଖେଳୁଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି।

ଭାଇରାଲ୍‌ ଭିଡିଓରେ ଏକ ବିଶାଳକାୟ ଅଜଗର ମାଟିରେ ଲମ୍ବା ହୋଇ ପଡ଼ିଥିବା ଦେଖାଯାଉଛି। ଏହାର ଶରୀର ମାଟିର ଏକ ଢାଲୁ ଅଂଶ ଉପରେ ରହିଛି। ଏହି ସମୟରେ ପିଲାମାନେ ଭୟ ନକରି ଅଜଗରର ଶରୀର ଉପରକୁ ଚଢ଼ୁଛନ୍ତି ଏବଂ ତା’ ଉପରୁ ଖସି ତଳକୁ ଆସୁଛନ୍ତି । ଜଣକ ପରେ ଜଣେ ଏହି ଅଜବ ଖେଳର ମଜା ନେଉଥିବା ବେଳେ ସେମାନଙ୍କ ମୁହଁରେ ଭୟର ଚିହ୍ନ ମଧ୍ୟ ଦେଖାଯାଉନାହିଁ।

ଏହି ଘଟଣାରେ ଆଉ ଏକ ଚିନ୍ତାଜନକ ଦିଗ ହେଉଛି, ପିଲାମାନେ ଏଭଳି ବିପଜ୍ଜନକ ଖେଳ ଖେଳୁଥିବା ବେଳେ ଅନେକ ବୟସ୍କ ଲୋକ ସେଠାରେ ଉପସ୍ଥିତ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ପିଲାଙ୍କୁ ଅଟକାଇବାକୁ ଆଗେଇ ଆସୁନଥିବା ଭିଡିଓରେ ଦେଖାଯାଉଛି। କିଛି ଲୋକ ମୋବାଇଲ୍‌ରେ ଏହି ଦୃଶ୍ୟକୁ ରେକର୍ଡ କରୁଛନ୍ତି। ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପରାଶର ଜନଜାତି ଭେଷଜ ଉଦ୍ଭିଦ ଉଦ୍ୟାନ ଉଦ୍‌ଘାଟିତ: ୩୦୦ରୁ ଅଧିକ ଔଷଧୀୟ ଉଦ୍ଭିଦ ସ୍ଥାନ ପାଇଲା

କୋରାପୁଟ/ସୁନାବେଡ଼ା,୧୨।୧୧(ଅମିତାଭ ବେହେରା/କୃତିବାସ ପ୍ରଧାନ): ଜନଜାତିଙ୍କ ପାରମ୍ପରିକ ଚିକିତ୍ସା ଜ୍ଞାନର ସଂରକ୍ଷଣ ଓ ଜୀବିକାର ବିକାଶ ଲକ୍ଷ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ଏକ ପ୍ରକଳ୍ପ ଆରମ୍ଭ…

ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ତଦାରଖ କଲେ ରାଜ୍ୟ ପର୍ଯ୍ୟବେକ୍ଷକ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଗଞ୍ଜାମ ଜିଲାର ରାଜ୍ୟ ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ ଜିଲାରେ ଚାଲିଥିବା ଘରକୁ…

ଆଫଗାନିସ୍ତାନକୁ ହରାଇ ଫାଇନାଲ୍‌ରେ ଭାରତ; ଟାଇଟଲ୍‌ ଲଢ଼େଇରେ ପାକିସ୍ତାନ ସହ ମହାମୁକାବିଲା

ନୂଆଦିଲ୍ଲୀ, ୧୨।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଭାରତ ଏଥିରେ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ…

ଟେକ୍‌-ଅଫ୍‌ ବେଳେ ରନ୍‌ୱେରୁ ଖସିଲା ହେଲିକପ୍ଟର, ମହିଳା ପାଇଲଟ୍‌…

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ସୋଲାପୁର ବିମାନବନ୍ଦରରେ ଗୁରୁବାର ଏକ ଅଘଟଣ ଘଟିଛି । ଉଡ଼ାଣ ଭରିବା ସମୟରେ ଏକ ଟ୍ରେନିଂ ବିମାନ ରନ୍‌ୱେରୁ ଖସିଯାଇଛି । ଜଣେ ମହିଳା…

ଅଣ୍ଡର-୧୯ ଏସିଆ କପ: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ପାକିସ୍ତାନ; ଭାରତ ସହ ହୋଇପାରେ…

ନୂଆଦିଲ୍ଲୀ,୧୨।୧୧: ଅଣ୍ଡର-୧୯ ଏସିଆ କପର ପ୍ରଥମ ଫାଇନାଲିଷ୍ଟ (ଅନ୍ତିମ ପର୍ଯ୍ୟାୟକୁ ଯାଇଥିବା ଦଳ) ସ୍ଥିର ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଚଳିତ ଚାମ୍ପିୟନ ପାକିସ୍ତାନ…

ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଜେଲ୍‌ଗଲେ ଅଭିଯୁକ୍ତ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିବା ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି। ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନାରାୟଣପୁର…

ମ୍ୟାଚର ଦିନକ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ସିରିଜ ମଝିରେ ଭାରତୀୟ ଦଳରୁ ବିଦାୟ ନେବେ ଆଉ ଜଣେ ଷ୍ଟାର୍‌ ଖେଳାଳି! ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ ମଧ୍ୟରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ। ଏଥିପାଇଁ ଟିମ ଇଣ୍ଡିଆର କିଛି…

ଦୀର୍ଘଦିନ ସମ୍ପର୍କର ଆଶା… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡକୁ ନେଇ ମୁହଁ ଖୋଲିଲେ ପଞ୍ଜାବ କିଙ୍ଗ୍ସର ମାଲିକ

ନୂଆଦିଲ୍ଲୀ,୧୨।୧୧: ପଞ୍ଜାବ କିଙ୍ଗ୍ସର ସହ-ମାଲିକ ନେସ ୱାଡିଆ ପୂର୍ଣ୍ଣ ଆଶାବାଦୀ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗମନ ଦଳ ପାଇଁ ବଡ଼ ସଫଳତା ଆଣିବ। ସେ ଆହୁରି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?