Posted inଖେଳ

ମ୍ୟାଚର ଦିନକ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ସିରିଜ ମଝିରେ ଭାରତୀୟ ଦଳରୁ ବିଦାୟ ନେବେ ଆଉ ଜଣେ ଷ୍ଟାର୍‌ ଖେଳାଳି! ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ ମଧ୍ୟରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ। ଏଥିପାଇଁ ଟିମ ଇଣ୍ଡିଆର କିଛି ଖେଳାଳି ଦିନିକିଆ ଦଳର ସାଥ ଛାଡ଼ିଛନ୍ତି। ଏହି ତାଲିକାରେ ଅଧିନାୟକ ଶୁଭମନ ଗିଲ, ଉଇକେଟ୍‌ କିପର -ବ୍ୟାଟର କେଏଲ ରାହୁଲ ଏବଂ ଦ୍ରୁତ ବୋଲର ଅଂଶୁଲ କମ୍ବୋଜଙ୍କ ନାଁ ରହିଛି। ଏବେ ଏହି ତାଲିକାରେ ଆଉ ଜଣେ ଖେଳାଳିଙ୍କ ନାଁ ଯୋଡ଼ି ହେବାକୁ ଯାଉଛି। ତେବେ ଏହି ଖେଳାଳି ଟେଷ୍ଟ ସିରିଜ ପାଇଁ ଘୋଷିତ ଦଳର ଅଂଶ ନୁହନ୍ତି।

ନ୍ୟୁଜିଲାଣ୍ଡ ଗସ୍ତରେ ନିଜ ଘାତକ ବୋଲିଂରେ ଚର୍ଚ୍ଚାରେ ଥିବା ଭାରତୀୟ ଦ୍ରୁତ ବୋଲର ଗୁରନୂର ବରାଡ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ଶେଷ ମ୍ୟାଚରୁ ବାଦ୍‌ ପଡ଼ିପାରନ୍ତି। ରିପୋର୍ଟ ଅନୁସାରେ, ଭାରତୀୟ ଦଳର ମ୍ୟାନେଜମେଣ୍ଟ ଏହି ଲମ୍ବା ଉଚ୍ଚତା ବିଶିଷ୍ଟ ଦ୍ରୁତ ବୋଲରଙ୍କୁ ଦିନିକିଆ ସ୍କୱାଡରୁ ମୁକ୍ତ କରି ସିଧାସଳଖ ୱେଲିଂଟନରେ ଥିବା ଭାରତୀୟ ଟେଷ୍ଟ ଦଳର କ୍ୟାମ୍ପରେ ସାମିଲ କରିବାକୁ ଯୋଜନା କରୁଛି।

ରିପୋର୍ଟ ଅନୁସାରେ, ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ହେବାକୁ ଥିବା ଚତୁର୍ଥ ଦିନିକିଆ ମ୍ୟାଚ ଶେଷ ହେବା ପରେ ଗୁରନୂର ବରାଡଙ୍କୁ ଦଳରୁ ମୁକ୍ତ କରିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରଙ୍କ ମୁକାବିଲା ପାଇଁ ଭାରତୀୟ ବ୍ୟାଟରଙ୍କୁ ପ୍ରସ୍ତୁତ କରିବା ଏହି ରଣନୀତିର ମୁଖ୍ୟ ଉଦ୍ଦେଶ୍ୟ।

ଚଳିତ ଦିନିକିଆ ସିରିଜରେ ଗୁରନୂର ଭାରତର ସବୁଠାରୁ ସଫଳ ବୋଲର ରହିଛନ୍ତି। ସିରିଜ୍ର ଦୁଇଟି ଇନିଂସ୍ରେ ମାତ୍ର ୧୦.୫୭ ହାରରେ ସେ ୭ଟି ଉଇକେଟ୍‌ ନେଇଛନ୍ତି। ବର୍ତ୍ତମାନ ସେ ଏହି ସିରିଜରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲର ଅଛନ୍ତି।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ୍‌ର ଜୀବନ୍ତ ଅଜଗର ପିଠିରେ ପିଲାଙ୍କ ଖେଳ! ସାପକୁ ସ୍ଲାଇଡ୍‌ କରି ମଜା ନେଲେ ଶିଶୁ, ଭିଡିଓ ଭାଇରାଲ୍‌

ସୋସିଆଲ୍‌ ମିଡିଆରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଇଣ୍ଡୋନେସିଆର ବୋଲି ଦାବି କରାଯାଉଛି । ଏଥିରେ କିଛି ପିଲା…

ଅଣ୍ଡର-୧୯ ଏସିଆ କପ: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ପାକିସ୍ତାନ; ଭାରତ ସହ ହୋଇପାରେ…

ନୂଆଦିଲ୍ଲୀ,୧୨।୧୧: ଅଣ୍ଡର-୧୯ ଏସିଆ କପର ପ୍ରଥମ ଫାଇନାଲିଷ୍ଟ (ଅନ୍ତିମ ପର୍ଯ୍ୟାୟକୁ ଯାଇଥିବା ଦଳ) ସ୍ଥିର ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଚଳିତ ଚାମ୍ପିୟନ ପାକିସ୍ତାନ…

ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଜେଲ୍‌ଗଲେ ଅଭିଯୁକ୍ତ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିବା ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି। ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନାରାୟଣପୁର…

ଦୀର୍ଘଦିନ ସମ୍ପର୍କର ଆଶା… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡକୁ ନେଇ ମୁହଁ ଖୋଲିଲେ ପଞ୍ଜାବ କିଙ୍ଗ୍ସର ମାଲିକ

ନୂଆଦିଲ୍ଲୀ,୧୨।୧୧: ପଞ୍ଜାବ କିଙ୍ଗ୍ସର ସହ-ମାଲିକ ନେସ ୱାଡିଆ ପୂର୍ଣ୍ଣ ଆଶାବାଦୀ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗମନ ଦଳ ପାଇଁ ବଡ଼ ସଫଳତା ଆଣିବ। ସେ ଆହୁରି ମଧ୍ୟ…

ମନ୍ଦିରରେ ଝୁଲୁଥିଲା ଡ୍ରାଇଭରଙ୍କ ମୃତଦେହ, ସ୍ଥାନୀୟ ଲୋକେ ଦେଖି…

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ନୂଆସୁଙ୍ଗୁଡ଼ା ଗୋଲେଇ ଛକ ନିକଟରେ ଥିବା ଷଣ୍ଢ ମନ୍ଦିରରେ ଗୁରୁବାର ପୂର୍ବାହ୍ନରେ ଜଣେ ଡ୍ରାଇଭରଙ୍କ…

ରାହୁ-ମଙ୍ଗଳଙ୍କ ଅଶୁଭ ଯୋଗ: ଆଜିଠୁ ୩ ରାଶିଙ୍କ ଜୀବନରେ ଘୋଟି ଆସିବ ବଡ଼ ସମସ୍ୟା, ଅଚାନକ ମିଳିବ ଖରାପ ଖବର!

ନଭେମ୍ବର ୧୨ ତାରିଖ ରାତିରେ ମଙ୍ଗଳ ଗ୍ରହ ସିଂହ ରାଶିକୁ ଗୋଚର କରିବେ। ଏହା ଫଳରେ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ରାହୁଙ୍କ ସହ ମଙ୍ଗଳଙ୍କର ସମସପ୍ତକ…

ପନ୍ତ ଦେଲେ ଖୁସି ଖବର; IND vs NZ ଟେଷ୍ଟ ସିରିଜ ପାଇଁ ସେ କେବେ ନ୍ୟୁଜିଲ୍ୟାଣ୍ଡ ଯାତ୍ରା କରିବେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟର ସମ୍ପୂର୍ଣ୍ଣ ସୁସ୍ଥ ଥିବା ଘୋଷଣା କରାଯାଇଛି। ସେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ ଏବଂ ସେଠାରେ ଆୟୋଜକ ଦଳ ବିପକ୍ଷ…

ବିଦେଶରୁ ଛାଡ଼ପତ୍ର ନେଇ ଭାରତରେ ଦ୍ୱିତୀୟ ବିବାହ କରୁଛନ୍ତି କି? ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧୨ା୧: ଭାରତରେ ବିବାହ କରିବା ପରେ କୌଣସି ବ୍ୟକ୍ତି ବିଦେଶ ଚାଲିଯାଇ ସେଠାକାର ଅଦାଲତରୁ ଛାଡ଼ପତ୍ର ନେଲେ, ତାହା ଭାରତରେ ଆପେଆପେ ମାନ୍ୟତା ପାଇବ ନାହିଁ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?