କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ନୂଆସୁଙ୍ଗୁଡ଼ା ଗୋଲେଇ ଛକ ନିକଟରେ ଥିବା ଷଣ୍ଢ ମନ୍ଦିରରେ ଗୁରୁବାର ପୂର୍ବାହ୍ନରେ ଜଣେ ଡ୍ରାଇଭରଙ୍କ ମୃତଦେହ ଝୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଦେଖିବାକୁ ଲୋକଙ୍କ ଭିଡ ଲାଗିରହିଛି। ମୃତ ଯୁବକଙ୍କ ନାମ କାହ୍ନୁ ଚରଣ ବିଶ୍ୱାସ (ମନ) ବୋଲି ସୂଚନା ମିଳିଛି। ସେ ସ୍ଥାନୀୟ ଅଞ୍ଚଳର ଜଣେ ଡ୍ରାଇଭର ଭାବରେ କାମ କରନ୍ତି।

