Posted inଜାତୀୟ

ଟେକ୍‌-ଅଫ୍‌ ବେଳେ ରନ୍‌ୱେରୁ ଖସିଲା ହେଲିକପ୍ଟର, ମହିଳା ପାଇଲଟ୍‌…

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ସୋଲାପୁର ବିମାନବନ୍ଦରରେ ଗୁରୁବାର ଏକ ଅଘଟଣ ଘଟିଛି । ଉଡ଼ାଣ ଭରିବା ସମୟରେ ଏକ ଟ୍ରେନିଂ ବିମାନ ରନ୍‌ୱେରୁ ଖସିଯାଇଛି । ଜଣେ ମହିଳା ଟ୍ରେନି ପାଇଲଟ୍‌ ବିମାନଟିକୁ ଟେକ୍‌-ଅଫ୍‌ କରାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଥିଲା। ତେବେ ସୌଭାଗ୍ୟବଶତଃ ମହିଳା ପାଇଲଟ୍‌ଙ୍କର କୌଣସି ଆଘାତ ଲାଗିନାହିଁ।

ପୋଲିସର ସୂଚନା ଅନୁସାରେ, ବିମାନଟି ଏକ ଫ୍ଲାଇଂ କ୍ଲବ୍‌ର ଥିଲା। ଗୁରୁବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଏହା ଉଡ଼ାଣ ଭରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ବିମାନଟି ରନ୍‌ୱେର ପକ୍କା ଅଂଶରୁ ବାହାରକୁ ଖସିଯାଇଥିଲା।

ଘଟଣାସ୍ଥଳରୁ ଆସିଥିବା ଫଟୋରେ ବିମାନଟି ଆଗକୁ ନଇଁ ପଡ଼ିଥିବା ଏବଂ ଏହାର ସାମ୍ନା ଭାଗ ଭୂମିକୁ ଲାଗିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀର ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିମାନଟି କେଉଁ କାରଣରୁ ରନ୍‌ୱେରୁ ଖସିଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏହାସହ ବିମାନରେ ମୋଟ୍‌ କେତେ ଜଣ ଥିଲେ, ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ତଦାରଖ କଲେ ରାଜ୍ୟ ପର୍ଯ୍ୟବେକ୍ଷକ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଗଞ୍ଜାମ ଜିଲାର ରାଜ୍ୟ ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ ଜିଲାରେ ଚାଲିଥିବା ଘରକୁ…

ଆଫଗାନିସ୍ତାନକୁ ହରାଇ ଫାଇନାଲ୍‌ରେ ଭାରତ; ଟାଇଟଲ୍‌ ଲଢ଼େଇରେ ପାକିସ୍ତାନ ସହ ମହାମୁକାବିଲା

ନୂଆଦିଲ୍ଲୀ, ୧୨।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଭାରତ ଏଥିରେ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ…

୨୦ ଫୁଟ୍‌ର ଜୀବନ୍ତ ଅଜଗର ପିଠିରେ ପିଲାଙ୍କ ଖେଳ! ସାପକୁ ସ୍ଲାଇଡ୍‌ କରି ମଜା ନେଲେ ଶିଶୁ, ଭିଡିଓ ଭାଇରାଲ୍‌

ସୋସିଆଲ୍‌ ମିଡିଆରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଇଣ୍ଡୋନେସିଆର ବୋଲି ଦାବି କରାଯାଉଛି । ଏଥିରେ କିଛି ପିଲା…

ଅଣ୍ଡର-୧୯ ଏସିଆ କପ: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ପାକିସ୍ତାନ; ଭାରତ ସହ ହୋଇପାରେ…

ନୂଆଦିଲ୍ଲୀ,୧୨।୧୧: ଅଣ୍ଡର-୧୯ ଏସିଆ କପର ପ୍ରଥମ ଫାଇନାଲିଷ୍ଟ (ଅନ୍ତିମ ପର୍ଯ୍ୟାୟକୁ ଯାଇଥିବା ଦଳ) ସ୍ଥିର ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଚଳିତ ଚାମ୍ପିୟନ ପାକିସ୍ତାନ…

ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଜେଲ୍‌ଗଲେ ଅଭିଯୁକ୍ତ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିବା ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି। ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନାରାୟଣପୁର…

ମ୍ୟାଚର ଦିନକ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ସିରିଜ ମଝିରେ ଭାରତୀୟ ଦଳରୁ ବିଦାୟ ନେବେ ଆଉ ଜଣେ ଷ୍ଟାର୍‌ ଖେଳାଳି! ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ ମଧ୍ୟରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ। ଏଥିପାଇଁ ଟିମ ଇଣ୍ଡିଆର କିଛି…

ଦୀର୍ଘଦିନ ସମ୍ପର୍କର ଆଶା… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡକୁ ନେଇ ମୁହଁ ଖୋଲିଲେ ପଞ୍ଜାବ କିଙ୍ଗ୍ସର ମାଲିକ

ନୂଆଦିଲ୍ଲୀ,୧୨।୧୧: ପଞ୍ଜାବ କିଙ୍ଗ୍ସର ସହ-ମାଲିକ ନେସ ୱାଡିଆ ପୂର୍ଣ୍ଣ ଆଶାବାଦୀ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗମନ ଦଳ ପାଇଁ ବଡ଼ ସଫଳତା ଆଣିବ। ସେ ଆହୁରି ମଧ୍ୟ…

ମନ୍ଦିରରେ ଝୁଲୁଥିଲା ଡ୍ରାଇଭରଙ୍କ ମୃତଦେହ, ସ୍ଥାନୀୟ ଲୋକେ ଦେଖି…

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ନୂଆସୁଙ୍ଗୁଡ଼ା ଗୋଲେଇ ଛକ ନିକଟରେ ଥିବା ଷଣ୍ଢ ମନ୍ଦିରରେ ଗୁରୁବାର ପୂର୍ବାହ୍ନରେ ଜଣେ ଡ୍ରାଇଭରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?