Posted inରାଜ୍ୟ

‘ପୂର୍ବତଟ ରେଳପଥକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର’

ଭୁବନେଶ୍ୱର,୧୩।୧(ବ୍ୟୁରୋ): ପୂର୍ବତଟ ରେଳପଥର ସିଂହଭାଗ ଓଡ଼ିଶାରେ ରହିଛି। ୧୯୯୬ରେ ଗଠିତ ଏହି ରେଳ ଜୋନ୍‌ର ମୁଖ୍ୟାଳୟ ମଧ୍ୟ ଭୁବନେଶ୍ୱରଠାରେ ରହିଛି। ଏହା ଓଡ଼ିଶାବାସୀଙ୍କ ସ୍ବାଭିମାନ ଓ ସଂଗ୍ରାମର ପ୍ରତୀକ। ମାତ୍ର ଦୁଃଖ ଓ ଦୁର୍ଭାଗ୍ୟର ବିଷୟ, ଏହାକୁ ଅଧିକ ସଶକ୍ତ କରାଯିବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ଓ ଶକ୍ତିହୀନ କରିଦେବାର ଷଡ଼ଯନ୍ତ୍ର ମୋଦି ସରକାର ଅମଳରୁ କାର୍ଯ୍ୟକାରୀ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରଥମେ ପୂର୍ବତଟ ରେଳପଥର ମୁଣ୍ଡ କୁହାଯାଉଥିବା ୱାଲ୍‌ଟିୟର ଡିଭିଜନକୁ ଆମଠାରୁ ଛଡ଼ାଇ ନେବାର ଘୋଷଣା କରାଗଲା। ସାନ୍ତ୍ୱନା ଦେବା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବତଟର ନୂଆ ରାୟଗଡ଼ା ଡିିଭିଜନ ଗଠନ ହେବାର ଥିଲା। କିନ୍ତୁ ରାୟଗଡ଼ାକୁ ଆନ୍ଧ୍ରର ଦକ୍ଷିଣ ଉପକୂଳ ରେଲ୍‌ୱେ ଡିଭିଜନ ଜୋନ୍‌ ଅଧୀନରେ ରଖାଯାଇଛି। ଏନେଇ ତଥ୍ୟ ସାମ୍ନାକୁ ଆସିବା ପରେ କଂଗ୍ରେସ ଏହାକୁ ବିରୋଧ କରିଛି।

ବୁଧବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖପାତ୍ର ଅମିୟ ପାଣ୍ଡବ ଏ ସଂକ୍ରାନ୍ତ ନଥିପତ୍ର ପ୍ରଦର୍ଶନ କରି ସାଂଘାତିକ ଷଡ଼ଯନ୍ତ୍ରର ଗନ୍ଧ ବାରି ହେଉଥିବା କହିବା ସହ ବିଜେଡି ଓ ଭାଜପାର ଦୋମୁହାଁ ଚରିତ୍ର ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ୨୦୧୯ ଜୁଲାଇ ୧୭ରେ ରାୟଗଡ଼ାରେ ନୂଆ ରେଳ ଡିଭିଜନ ପାଇଁ ଘୋଷଣା କରାଗଲା। ହେଲେ ଏବେ ରାୟଗଡ଼ାକୁ ଆନ୍ଧ୍ରର ଦକ୍ଷିଣ ଉପକୂଳ ରେଲ୍‌ୱେ ଡିଭିଜନ ଜୋନ ଅଧୀନରେ ରଖିବାକୁ ବଜେଟରେ ମଞ୍ଜୁରୀ ମିଳିଥିବା ତଥ୍ୟ ସାମ୍ନାକୁ ଆସିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୀରବ ରହିବା ଅତ୍ୟନ୍ତ୍ର ଦୁର୍ଭାଗ୍ୟଜନକ। ସେହିପରି ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱରକୁ ପୂର୍ବତଟ ରେଳପଥ ଅଧୀନକୁ ଅଣାଯାଇ ସେଠାରେ ମଧ୍ୟ ଏକ ଡିଭିଜନ ପ୍ରତିଷ୍ଠା କରାଗଲେ ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ। ରାଜ୍ୟରେ ଆଜି ମଧ୍ୟ ରେଳସେବାରୁ ବଞ୍ଚତ୍ତ ଥିବା ୬ଟି ଜିଲାକୁ କେବେ ସୁଦ୍ଧା ରେଳ ସଂଯୋଗ କରାଯିବ ତା’ର ସ୍ପଷ୍ଟୀକରଣ ରେଳମନ୍ତ୍ରୀ ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ ପରେ ପ୍ରତାରଣା, ବଳାତ୍କାର ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା; ସରକାରଙ୍କ ବଡ଼ ଘୋଷଣା, ପିପିଲି ଟୋଲ୍‌ ଗେଟ୍‌ରେ ଏହି ଗାଡ଼ିକୁ ଦେବାକୁ ପଡ଼ିବନି ଫି

ଭୁବନେଶ୍ବର,୨୪।୬: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri