ଏମ୍‌ଆଇପି ପୋତିଦେବାକୁ ଷଡ଼ଯନ୍ତ୍ର

ଯାଜପୁର,୧୪ା୯(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାର କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ବାର୍ଥ ସାଧନ ପାଇଁ କଳାପଥର ଖାଦାନଗୁଡିକୁ ଗୁରୁତ୍ୱ ଦେବା ସହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମଆଇପି)କୁ ପୋତିଦେବାକୁ ଷଡ଼ଯନ୍ତ୍ର ଚାଲିଛି। ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର ପାହାଡ଼କୁ ଲାଗିଥିବା ରାଣୀବନ୍ଧ ଓ ପାଇକରାପୁର ଏମ୍‌ଆଇପିକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବାବୁଲି ଜେନା ଓ ଅନ୍ୟମାନଙ୍କ ଅଭିଯୋଗ କ୍ରମେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୬/୨୦୨୪/ଇଜେଡ୍‌ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ମାମଲାରେ ଏନ୍‌ଜିଟି ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରି, ଯାଜପୁର ଜିଲାପାଳ, ଯାଜପୁର ଏସ୍‌ପି, ଯାଜପୁର ଖଣି ଉପନିର୍ଦ୍ଦେଶକ, ଧର୍ମଶାଳା ତହସିଲଦାର, ଆର୍‌ ଆଣ୍ଡ୍‌ ବି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଏବଂ ବଡ଼ଚଣା ଏମ୍‌ଆଇପି ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ହେଲେ ଏନଜିଟି ପକ୍ଷରୁ ଏକାଧିକ ଥର ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଥିଲେ ହେଁ ଉପରୋକ୍ତ ଜବାବଦାତାମାନେ ସତ୍ୟପାଠ ଦାଖଲ କରିନାହାନ୍ତି। ଏହାକୁ ନେଇ ଏନ୍‌ଜିଟି ଅସନ୍ତୋଷ ପ୍ରକାଶ କରିବା ସହ ଶେଷ ସୁଯୋଗ ଭାବେ ଆସନ୍ତା ୨୭ା୯ା୨୦୨୪ ସୁଦ୍ଧା ଆବଶ୍ୟକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଆଡଭୋକେଟ ଜେନେରାଲ ପକ୍ଷରୁ ଉପରୋକ୍ତ ଜବାବଦାତାମାନଙ୍କୁ ୧୯ା୯ା୨୦୨୪ ସୁଦ୍ଧା ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ ପତ୍ର ପ୍ରେରଣ କରାଯାଇଛି। ନଚେତ୍‌ ଏନଜିଟି ପକ୍ଷରୁ ଏହି ବିଷୟ ଉପରେ ଗୁରୁତର ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ଉକ୍ତ ପତ୍ରରେ ଦର୍ଶାଯାଇଛି। ଏଥିରୁ ରାଜ୍ୟ ପ୍ରଶାସନିକସ୍ତରରେ ଚାଷୀଙ୍କ ସ୍ବାର୍ଥ ପାଇଁ କେତେ ଦରଦ ତାହା ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି।
ଏନ୍‌ଜିଟିରେ ହୋଇଥିବା ଅଭିଯୋଗ ଅନୁସାରେ ଧର୍ମଶାଳା ତହସିଲ ଅନ୍ତର୍ଗତ ଖାତା ନମ୍ବର ଏସ୍‌-୨୩୫ ଓ ପ୍ଲଟ ନମ୍ବର ୧(ପି)ରେ ୬ ଏକର ପରିମିତ ଖାଦାନକୁ ୨ା୬ା୨୦୨୨ରେ ସତ୍ୟ ମଲ୍‌ଟିପ୍ଲେକ୍ସ ପ୍ରାଇଭେଟ ଲିଃକୁ ଲିଜ୍‌ ସୂତ୍ରରେ ଦିଆଯାଇଛି। ଏହାବାଦ୍‌ ଏଠାରେ ୧୦୪.୭୭ ଏକର ପରିମିତ ୧୨ଟି ଖାଦାନ ଚାଲିଛି। ଏଠାରୁ ନିର୍ଦ୍ଧାରିତ ପରିମାଣଠାରୁ ବହୁ ଅଧିକ ଗୁଣରେ କଳାପଥର ଉତ୍ତୋଳନ କରାଯାଉଛି। ଏଥିପାଇଁ ଅନିୟନ୍ତ୍ରିତ ବ୍ଲାଷ୍ଟିଂ ଯୋଗୁ ଆଖପାଖ ଜନବସତି ପ୍ରଭାବିତ ହେବା ସହିତ ଘରକାନ୍ଥଗୁଡିକ ଫାଟି ଯାଉଛି ା ଏହାସହ କଳାପଥର ପରିବହନ ଯୋଗୁ ଧୂଳି ଉଡ଼ି ବାୟୁ ପ୍ରଦୂଷଣ ଉତ୍କଟ ହେଉଛି। ଫଳରେ ଚାଷୀଙ୍କ ଜମି କ୍ଷତିଗ୍ରସ୍ତ ହେଉଛି। ଚିନ୍ତାର ବିଷୟ ଯେ, ପାଇକରାପୁର ଓ ରାଣୀବନ୍ଧ ଏମ୍‌ଆଇପି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଜଳସେଚନ ସମ୍ବଳ ଥିଲେ ସୁଦ୍ଧା ଚାଷୀମାନେ ବିଭିନ୍ନ ସମୟରେ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି ା ଏମ୍‌ଆଇପିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏହି ମର୍ମରେ ୩୧ା୮ା୨୦୧୮ରେ ଧର୍ମଶାଳା ତହସିଲଦାରଙ୍କୁ ପତ୍ରଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏଭଳି ଭାବେ ପରିବେଶଗତ ଅନୁମତିର ବିଭିନ୍ନ ଚୁକ୍ତିଗୁଡ଼ିକୁ ଲିଜ୍‌ଧାରୀ ଉଲ୍ଲଂଘନ କରୁଥିବାରୁ ୨ ଏମ୍‌ଆଇପି ପୋତି ହୋଇଯିବା ଆଶଙ୍କା ରହିଛି। ଏହାସହ ଘଞ୍ଚ ଜଙ୍ଗଲ ଧ୍ୱଂସମୁଖରେ ରହିଛି ବୋଲି ଏନ୍‌ଜିଟିରେ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଆବଶ୍ୟକ ସତ୍ୟପାଠ ଦାଖଲ କରି ସାରିଛନ୍ତି। ଏଥିରେ ତହସିଲ ପକ୍ଷରୁ କୌଣସି ସତ୍ୟପାଠ ଦାଖଲ କରିବାର ଆବଶ୍ୟକତା ନାହିଁ। ସେହିପରି ଲଘୁ ଖଣି ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଆବଶ୍ୟକ ସତ୍ୟପାଠ ଦାଖଲ ହୋଇସାରିଛି। ଜଳସେଚନ ବିଭାଗର ରିପୋର୍ଟ ଅନୁସାରେ ଅଭିଯୋଗ ହୋଇଥିବା କଳାପଥର ଖାଦାନଗୁଡ଼ିକଠାରୁ ଉଭୟ ଏମ୍‌ଆଇପି ୫୦୦ ମିଟରରୁ ଊର୍ଦ୍ଧ୍ୱ ଦୂରରେ ରହିଛି। ତଥାପି ବର୍ଷା ସମୟରେ କଳାପଥର ଖାଦାନ ଉପରୁ ବର୍ଷା ପାଣି ବୋହି ଏମ୍‌ଆଇପି ଗର୍ଭରେ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?