Posted inଜାତୀୟ

‘ସହମତିରେ ଯୌନ ସମ୍ପର୍କ ଅପରାଧ ନୁହେଁ’

ପ୍ରୟାଗରାଜ, ୩୧।୧୦(ଆଇଏଏନ୍‌ଏସ୍‌): ସହମତିରେ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ଯୌନ ସମ୍ପର୍କ ଅପରାଧ ନୁହେଁ କିନ୍ତୁ ଏହା ଅନୈତିକ ଏବଂ ଭାରତୀୟ ପରମ୍ପରା ବିରୋଧୀ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଶନିବାର କହିଛନ୍ତି। ଏକ ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେବା ଅବସରରେ ଉପରୋକ୍ତ ମତ ରଖିଛନ୍ତି। ମାମଲାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜାମିନ ପାଇଁ ଆବେଦନ କରିଥିବା ଯୁବକ ନିଜକୁ ନାବାଳିକାଙ୍କ ବୟଫ୍ରେଣ୍ଡ ବୋଲି ଦାବି କରିଥିଲେ। ପୀଡ଼ିତା ତାଙ୍କର ପ୍ରେମିକା ହୋଇଥିବାରୁ ଅନ୍ୟ ଅଭିଯୁକ୍ତମାନେ ବଳାତ୍କାର କରୁଥିବାବେଳେ ତାଙ୍କ ମର୍ଯ୍ୟାଦା ଓ ସମ୍ମାନର ସୁରକ୍ଷା କରିବା ପୁରୁଷବନ୍ଧୁଙ୍କ କର୍ତ୍ତବ୍ୟ ଥିଲା ବୋଲି ଜଷ୍ଟିସ୍‌ ରାହୁଲ ଚତୁର୍ବେଦୀ କହିଛନ୍ତି। ପୀଡ଼ିତା ସାବାଳିକା ହୋଇଥିଲେ ତାଙ୍କ ସହମତିରେ ଯୌନ ସମ୍ପର୍କକୁ ଅପରାଧ ଭାବେ ଗ୍ରହଣ କରାଯାଇ ନ ଥାନ୍ତା, ତେବେ ଏହା ଅନୈତିକ ଓ ଭାରତୀୟ ସମାଜ ବ୍ୟବସ୍ଥାରେ ଗ୍ରହଣୀୟ ନୁହେଁ ବୋଲି ବିଚାରପତି କହିଛନ୍ତି। ଆବେଦନକାରୀଙ୍କ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟ ଅଭିଯୁକ୍ତମାନେ ତାଙ୍କ ସମ୍ମୁଖରେ ପ୍ରେମିକାଙ୍କୁ ବୀଭତ୍ସ ଭାବେ ବଳାତ୍କାର କରୁଥିବାବେଳେ ସେ ନୀରବ ଦର୍ଶକ ସାଜିଥିଲେ। ତେଣୁ ସେ ପୁରୁଷବନ୍ଧୁ ପରିଚୟ ହରାଇଥିବା ଖଣ୍ଡପୀଠ କହିଛନ୍ତି।
ଏତଲା ଅନୁଯାୟୀ ଗତ ଫେବୃୟାରୀ ୧୯ରେ ଉତ୍ତରପ୍ରଦେଶ କୌଶମ୍ଭୀ ଜିଲାର ୧୫ ବର୍ଷୀୟା ପୀଡ଼ିତା ଏକ ଶିକ୍ଷାନୁଷ୍ଠାନକୁ ସିଲେଇ ଶିକ୍ଷା କରିବାକୁ ଯାଇଥିଲେ। ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଥା ହୋଇଥିଲେ ଏବଂ ଯୋଜନା ଅନୁଯାୟୀ ଉଭୟ ନଦୀକୂଳର ଏକ ନିଛାଟିଆ ସ୍ଥାନରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ଅନ୍ୟ ୩ ଜଣ ଆସି ସେମାନଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ଓ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ତା’ ପରଦିନ ପୀଡ଼ିତାଙ୍କ ପକ୍ଷରୁ ୪ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। କୌଶମ୍ଭୀ ଜିଲାର ଅକିଲ ସରାଇ ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ବଳାତ୍କାର, ଆକ୍ରମଣ ଓ ଆଇପିସିର ବିଭିନ୍ନ ଧାରା ସମେତ ପୋକ୍ସୋ ଆଇନା ଧାରା ୫ ଓ ୬ରେ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri