Posted inଜାତୀୟ

ଗୁଲାମ ନବିଙ୍କ ଇସ୍ତଫା ପରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ପାର୍ଟି ଅଧ୍ୟକ୍ଷ ନିର୍ବାଚନକୁ ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮ ।୮: କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲୁସି) ରବିବାର ବସିବ । ଏହି ବୈଠକରେ ପାର୍ଟି ଅଧ୍ୟକ୍ଷ ନିର୍ବାଚନ ସହ ଜଡିତ କାର୍ଯ୍ୟକ୍ରମକୁ ମଞ୍ଜୁରି ମିଳିବ । ଏହାସହ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବେ କି ନାହିଁ ସେ ନେଇ ବି ଚର୍ଚ୍ଚା ହେବ । ଗୁଲାମ ନବି ଆଜାଦଙ୍କ ଇସ୍ତଫା ପରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଅନଲାଇନ ବୈଠକରେ ଅଧ୍ୟକ୍ଷ ନିର୍ବାଚନର ବିସ୍ତୃତ କାର୍ଯ୍ୟକ୍ରମକୁ ସ୍ୱୀକୃତି ଦେବା ସହ ସୋନିଆ ଗାନ୍ଧୀ ଓ ରାହଲ ଗାନ୍ଧୀଙ୍କ ନେତୃତ୍ୱରେ ବିଶ୍ୱାସ ପ୍ରକଟ କରାଯିବ । କଂଗ୍ରେସର ସୂଚନା ଅନୁଯାୟୀ, ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ କିଛି ସପ୍ତାହ ବିଳମ୍ବ ହୋଇପାରେ । କୁହାଯାଇଛି କି ଦଳର ଅଧ୍ୟକ୍ଷ ଏବେ ‘ଭାରତ ଯୋଡୋ ଯାତ୍ରା’କୁ ନେଇ ବ୍ୟସ୍ତ ଅଛନ୍ତି, କଛି ରାଜ୍ୟରେ ଦଳର ଔପଚାରିକତା ପୂରଣ ହୋଇ ପାରି ନାହିଁ ।
ସୂଚନାଯୋଗ୍ୟ, ଗତବର୍ଷ ହୋଇଥିବା ସିଡବ୍ଲୁସି ଯେଉଁ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଥିଲା, ସେହି ହିସାବରେ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ୨୧ ଅଗଷ୍ଟରୁ ୨୦ ସେପ୍ଟେମ୍ବର ମଧ୍ୟରେ ଶେଷ ହେବାର ଥିଲା । ସିଡବ୍ଲୁସି ଗତବର୍ଷ ନିଷ୍ପତ୍ତି ନେଇଥିଲା କି ବ୍ଲକ କମିଟି ପାଇଁ ୧୬ ଏପ୍ରିଲରୁ ୩୧ ମେ ମଧ୍ୟରେ ନିର୍ବାଚନ ହେବ । ସେହିପରି ଜିଲା କମିଟି ଅଧ୍ୟକ୍ଷ ନିର୍ବାଚନ ୧ ଜୁନରୁ ୨୦ ଜୁଲାଇ ମଧ୍ୟରେ କରାଯିବ ।
ସୂଚନାଯୋଗ୍ୟ, ରବିବାର ଅନୁଷ୍ଠିତ ସିଡବ୍ଲୁସି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅନଲାଇନରେ ଯୋଗଦେବେ । କାରଣ ସୋନିଆ ଚିକିତ୍ସା ଲାଗି ବିଦେଶ ଯାଇଥିବା ବେଳେ ରାହୁଲ ଓ ପ୍ରିୟଙ୍କା ତାଙ୍କ ସହ ବିଦେଶରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗେଣ୍ଡୁଫୁଲର ଉପକାରିତା

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ସେଥିମଧ୍ୟରୁ...

୩୫ ବର୍ଷ ହେବ ଏଠାରେ ଚାଲିଛି ଅଖଣ୍ଡ ରାମନାମ ସଂକୀର୍ତ୍ତନ

ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ସନ୍ଥ ଏବଂ ପୁରୁଷଙ୍କ ଯୋଗଦାନ ରହିଛି। ରାମ ମନ୍ଦିର ନିର୍ମାଣର ଶୁଭ ସମୟରେ ସେମାନଙ୍କ ଅବଦାନକୁ ମନେ ପକାିବା...

ହେଲିକପ୍ଟର ଦାନ କଲେ

ଅହମଦାବାଦ,୫।୨: ନିକଟରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ହରିକୃଷ୍ଣ ହୀରା କମ୍ପାନୀର ମାଲିକ ସାବଜି ଢୋଲକିଆ ୫୦ କୋଟି ଟଙ୍କାର ଏକ ନୂଆ ହେଲିକପ୍ଟର ସାମାଜିକ...

କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନି

ନୂଆଦିଲ୍ଲୀ,୨୮ ।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଛାତ୍ର ନେତା ତଥା ସିପିଆଇ ନେତା କହ୍ନେୟା କୁମାର ଓ ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେଶ ମେୱାନି...

କୃଷି ଆଇନକୁ ବିରୋଧ କରି ‘ଦିଲ୍ଲୀ ଚଲୋ’ ଡାକରା

ଚଣ୍ଡିଗଡ଼, ୨୫ା୧୧: କେନ୍ଦ୍ରର କୃଷି ବିଲ୍‌କୁ ବିରୋଧକରି ପଞ୍ଜାବ, ହରିୟାଣାର ସହସ୍ରାଧିକ କୃଷକ ‘ଦିଲ୍ଲୀ ଚଲୋ’ ଡାକରା ଦେବା ସହ ବିକ୍ଷୋଭ ଲାଗି ଆଗେଇ ଆସିଛନ୍ତି।...

ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ

ନୂଆଦିଲ୍ଲୀ,୫।୩: ଟ୍ରେନ୍‌ ପ୍ଲାଟଫର୍ମ ଟିକେଟ୍‌ ଦାମ ବୃଦ୍ଧି ପାଇଛି। ରେଲଓ୍ବେ ପ୍ଲାଟଫର୍ମ ଟିକେଟ୍‌ ଦାମ ୩ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍‌ ପାଇଁ...

ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ ମୋଦି

ନୂଆଦିଲ୍ଲୀ,୧୬ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଲୋକାର୍ପଣ କରିବାକୁ ଯାଉଛନ୍ତି । ଏହି ରାସ୍ତା ଖୋଲିଯିବା ପରେ ଦିଲ୍ଲୀ, ଲକ୍ଷ୍ନୌ...

ଡୋକ୍‌ଲାମ ନିକଟରେ ଚାଇନାର କ୍ଷେପଣାସ୍ତ୍ର ଘାଟି

ନୂଆଦିଲ୍ଲୀ, ୩୦।୮: ଡୋକଲାମ ନିକଟରେ ଚାଇନା ଦୁଇଟି ଏୟାର ଡିଫେନ୍ସ ପୋଜିଶନ୍‌ର ବିକାଶ କରୁଛି। ଏହା ଡୋକ୍‌ଲାମ ସମେତ ସିକ୍କିମ୍‌ର ନାକୁ ଲାକୁ ଟାର୍ଗେଟ କରିପାରିବ।...

Advertisement
Archives

Model This Week