ବିରୋଧୀ ଦଳରେ ଛାତ୍ର ନେତା ସୃଷ୍ଟି ନ କରିବାକୁ ଷଡ଼ଯନ୍ତ୍ର

ଭୁବନେଶ୍ୱର,୨୮।୮(ବ୍ୟୁରୋ): ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚିତ ପ୍ରତିନିଧିଙ୍କ ଭଳି ବିଜୁ ଜନତା ଦଳ ଏକ ମନୋନୀତ କ୍ୟାମ୍ପସ କମିଟି ଗଠନ କରୁଛି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କାହିଁକି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚନ କରାଇ ଦେଉନାହାନ୍ତି ତାହା ଲୋକଲୋଚନକୁ ଆସିଯାଇଛି। ବିରୋଧୀ ଦଳରେ ଛାତ୍ର ନେତା ସୃଷ୍ଟି ନ କରାଇ ଦେବା ପାଇଁ ଏହା ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି। ସେ କହିଛନ୍ତି ଯେ ନବୀନବାବୁଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଜନବିରୋଧୀ ନୀତିକୁ କିପରି ବିରୋଧୀ ଦଳର ଛାତ୍ର ସଂଗଠନମାନେ ବିରୋଧ କରି ନ ପାରିବେ, କଲେଜ ଓ ବିଶ୍ୱବିଦ୍ୟାଳୟରୁ କିପରି ପ୍ରତିବାଦର ସ୍ବର ନ ଆସିବ ସେଥିପାଇଁ ୪ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି। ରାଜ୍ୟର ଅଧିକାଂଶ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ଅସୁରକ୍ଷିତ। ରାଗିଂ ଚାପରେ ଛାତ୍ରୀଛାତ୍ରମାନେ ଆମତ୍ହତ୍ୟା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ବିଭାଗ ନିଘୋଡ଼ ନିଦରେ ଶୋଇଛନ୍ତି। ବିଜେବିି କଲେଜର ଛାତ୍ରୀ ରୁଚିକା ମହାନ୍ତି ଘଟଣା ପରେ ବି ବିଜେବି କଲେଜରେ ରାଗିଂ ହୋଇଛି। ବିଜେଡି ସମର୍ଥତ୍ତ ଛାତ୍ରୀଛାତ୍ରମାନେ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନରେ ଏକ ସରକାରୀ ନୀତି ଭାବରେ ରାଗିଂକୁ ଆଗେଇ ନେଇଛନ୍ତି। କଲେଜ ଓ ବିଶ୍ୱବିଦ୍ୟାଳୟରେ ଜାଲ ଦିବ୍ୟାଙ୍ଗ ଏବଂ ସ୍ପୋଟର୍‌ସ ସାର୍ଟିଫିକେଟ ଦାଖଲ କରାଯାଇ ଆଡ୍‌ମିଶନ କରାଯାଉଛି। ଏହାଦ୍ୱାରା ମେଧାବୀ ଏବଂ ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀଙ୍କ ସ୍ବାର୍ଥ ବାଧାପ୍ରାପ୍ତ ହେଉଛି। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ପଦାକୁ ଆସିଛି। ଏହି କେଳେଙ୍କାରିରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ସମ୍ପୃକ୍ତ ରହିଛନ୍ତି। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ, ଅଧ୍ୟକ୍ଷ ଓ ଅଣଶିକ୍ଷକ ଷ୍ଟାଫ୍‌ ପଦବୀ ବହୁ ପରିମାଣରେ ଖାଲିପଡ଼ିଛି। ଓଡ଼ିଶାର ଶିକ୍ଷା ବିଭାଗର ଅବସ୍ଥା ଅତି ଶୋଚନୀୟ। ଓଡ଼ିଶାର ଗରିବ ଓ ମଧ୍ୟବିତ୍‌ ପରିବାରର ଛାତ୍ରୀଛାତ୍ରମାନଙ୍କୁ ରାଜ୍ୟ ସରକାର ସାବତପୁଅ ଦୃଷ୍ଟିରେ ଦେଖୁଛନ୍ତି। ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସେଲ୍ଫ ଫାଇନାନ୍‌ସିଂ କୋର୍ସର ସିଟ୍‌ ସଂଖ୍ୟାକୁ ହ୍ରାସ କରାଯାଉଛି। ନୱାଜ ଅଭିଯୋଗ କରିଛନ୍ତି, ବିଜୁ ଜନତା ଦଳର ଛାତ୍ର ସଂଗଠନ ଓଡ଼ିଶାର ଛାତ୍ର ସମାଜର ସ୍ବାର୍ଥ, ଶିକ୍ଷାନୁଷ୍ଠାନମାନଙ୍କର ସୁରକ୍ଷା ଓ ବିକାଶ ଏବଂ ଜନସାଧାରଣଙ୍କ ସ୍ବାର୍ଥ ପ୍ରସଙ୍ଗରେ କେବେହେଲେ ରାଜରାସ୍ତାକୁ ଆସିନାହାନ୍ତି। ୨୨ ବର୍ଷଧରି ଓଡ଼ିଶାର ଛାତ୍ର ସମାଜକୁ ଉପେକ୍ଷିତ କରାଯାଇଛି। ଛାତ୍ର ବିଜେଡି ଚୁପ୍‌ ବସିଛି। ଏ ପର୍ଯ୍ୟନ୍ତ କ୍ୟାମ୍ପସକୁ ରାଗିଂମୁକ୍ତ କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ବିଧିବଦ୍ଧ ଭାବରେ ସରକାରୀ ସ୍ତରରେ ହେଲ୍ପଡେସ୍କ ଗଠନ ହେଲା ନାହିଁ। ରୁଚିକା ମହାନ୍ତି ପ୍ରସଙ୍ଗକୁ ଚକ୍ରାନ୍ତ କରି ଚପାଇ ଦିଆଗଲା। ଛାତ୍ର ବିଜେଡି ପ୍ରଥମେ ରୁଚିକା ମହାନ୍ତି ପ୍ରସଙ୍ଗରେ ନବୀନ ସରକାରକୁ ଘେରାଉ କରୁ। ଛାତ୍ର ବିଜେଡି ଯେଉଁ କମିଟି ଗଠନ କରିବ ତାହା ଶିକ୍ଷାନୁଷ୍ଠାନମାନଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଏବେ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଜୁ ଜନତା ଦଳରେ ପରିଣତ ହେବ। ନବୀନବାବୁ ଓଡ଼ିଶାର ଗଣତନ୍ତ୍ରକୁ ହତ୍ୟାକରି ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଜେଡି ଦ୍ୱାରା ପ୍ରଭାବିତ କରିବାକୁ ଚକ୍ରାନ୍ତ କରିଛନ୍ତି ବୋଲି ନୱାଜ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ମେଣ୍ଟକୁ ନେଇ ସଫାସଫା କହିଦେଲେ ମୋଦି, ଜାତୀୟ ଗଣମାଧ୍ୟମରେ ଚହଳ

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର...

କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’

ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri