ବିରୋଧୀ ଦଳରେ ଛାତ୍ର ନେତା ସୃଷ୍ଟି ନ କରିବାକୁ ଷଡ଼ଯନ୍ତ୍ର

ଭୁବନେଶ୍ୱର,୨୮।୮(ବ୍ୟୁରୋ): ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚିତ ପ୍ରତିନିଧିଙ୍କ ଭଳି ବିଜୁ ଜନତା ଦଳ ଏକ ମନୋନୀତ କ୍ୟାମ୍ପସ କମିଟି ଗଠନ କରୁଛି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କାହିଁକି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚନ କରାଇ ଦେଉନାହାନ୍ତି ତାହା ଲୋକଲୋଚନକୁ ଆସିଯାଇଛି। ବିରୋଧୀ ଦଳରେ ଛାତ୍ର ନେତା ସୃଷ୍ଟି ନ କରାଇ ଦେବା ପାଇଁ ଏହା ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି। ସେ କହିଛନ୍ତି ଯେ ନବୀନବାବୁଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଜନବିରୋଧୀ ନୀତିକୁ କିପରି ବିରୋଧୀ ଦଳର ଛାତ୍ର ସଂଗଠନମାନେ ବିରୋଧ କରି ନ ପାରିବେ, କଲେଜ ଓ ବିଶ୍ୱବିଦ୍ୟାଳୟରୁ କିପରି ପ୍ରତିବାଦର ସ୍ବର ନ ଆସିବ ସେଥିପାଇଁ ୪ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି। ରାଜ୍ୟର ଅଧିକାଂଶ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ଅସୁରକ୍ଷିତ। ରାଗିଂ ଚାପରେ ଛାତ୍ରୀଛାତ୍ରମାନେ ଆମତ୍ହତ୍ୟା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ବିଭାଗ ନିଘୋଡ଼ ନିଦରେ ଶୋଇଛନ୍ତି। ବିଜେବିି କଲେଜର ଛାତ୍ରୀ ରୁଚିକା ମହାନ୍ତି ଘଟଣା ପରେ ବି ବିଜେବି କଲେଜରେ ରାଗିଂ ହୋଇଛି। ବିଜେଡି ସମର୍ଥତ୍ତ ଛାତ୍ରୀଛାତ୍ରମାନେ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନରେ ଏକ ସରକାରୀ ନୀତି ଭାବରେ ରାଗିଂକୁ ଆଗେଇ ନେଇଛନ୍ତି। କଲେଜ ଓ ବିଶ୍ୱବିଦ୍ୟାଳୟରେ ଜାଲ ଦିବ୍ୟାଙ୍ଗ ଏବଂ ସ୍ପୋଟର୍‌ସ ସାର୍ଟିଫିକେଟ ଦାଖଲ କରାଯାଇ ଆଡ୍‌ମିଶନ କରାଯାଉଛି। ଏହାଦ୍ୱାରା ମେଧାବୀ ଏବଂ ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀଙ୍କ ସ୍ବାର୍ଥ ବାଧାପ୍ରାପ୍ତ ହେଉଛି। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ପଦାକୁ ଆସିଛି। ଏହି କେଳେଙ୍କାରିରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ସମ୍ପୃକ୍ତ ରହିଛନ୍ତି। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ, ଅଧ୍ୟକ୍ଷ ଓ ଅଣଶିକ୍ଷକ ଷ୍ଟାଫ୍‌ ପଦବୀ ବହୁ ପରିମାଣରେ ଖାଲିପଡ଼ିଛି। ଓଡ଼ିଶାର ଶିକ୍ଷା ବିଭାଗର ଅବସ୍ଥା ଅତି ଶୋଚନୀୟ। ଓଡ଼ିଶାର ଗରିବ ଓ ମଧ୍ୟବିତ୍‌ ପରିବାରର ଛାତ୍ରୀଛାତ୍ରମାନଙ୍କୁ ରାଜ୍ୟ ସରକାର ସାବତପୁଅ ଦୃଷ୍ଟିରେ ଦେଖୁଛନ୍ତି। ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସେଲ୍ଫ ଫାଇନାନ୍‌ସିଂ କୋର୍ସର ସିଟ୍‌ ସଂଖ୍ୟାକୁ ହ୍ରାସ କରାଯାଉଛି। ନୱାଜ ଅଭିଯୋଗ କରିଛନ୍ତି, ବିଜୁ ଜନତା ଦଳର ଛାତ୍ର ସଂଗଠନ ଓଡ଼ିଶାର ଛାତ୍ର ସମାଜର ସ୍ବାର୍ଥ, ଶିକ୍ଷାନୁଷ୍ଠାନମାନଙ୍କର ସୁରକ୍ଷା ଓ ବିକାଶ ଏବଂ ଜନସାଧାରଣଙ୍କ ସ୍ବାର୍ଥ ପ୍ରସଙ୍ଗରେ କେବେହେଲେ ରାଜରାସ୍ତାକୁ ଆସିନାହାନ୍ତି। ୨୨ ବର୍ଷଧରି ଓଡ଼ିଶାର ଛାତ୍ର ସମାଜକୁ ଉପେକ୍ଷିତ କରାଯାଇଛି। ଛାତ୍ର ବିଜେଡି ଚୁପ୍‌ ବସିଛି। ଏ ପର୍ଯ୍ୟନ୍ତ କ୍ୟାମ୍ପସକୁ ରାଗିଂମୁକ୍ତ କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ବିଧିବଦ୍ଧ ଭାବରେ ସରକାରୀ ସ୍ତରରେ ହେଲ୍ପଡେସ୍କ ଗଠନ ହେଲା ନାହିଁ। ରୁଚିକା ମହାନ୍ତି ପ୍ରସଙ୍ଗକୁ ଚକ୍ରାନ୍ତ କରି ଚପାଇ ଦିଆଗଲା। ଛାତ୍ର ବିଜେଡି ପ୍ରଥମେ ରୁଚିକା ମହାନ୍ତି ପ୍ରସଙ୍ଗରେ ନବୀନ ସରକାରକୁ ଘେରାଉ କରୁ। ଛାତ୍ର ବିଜେଡି ଯେଉଁ କମିଟି ଗଠନ କରିବ ତାହା ଶିକ୍ଷାନୁଷ୍ଠାନମାନଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଏବେ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଜୁ ଜନତା ଦଳରେ ପରିଣତ ହେବ। ନବୀନବାବୁ ଓଡ଼ିଶାର ଗଣତନ୍ତ୍ରକୁ ହତ୍ୟାକରି ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଜେଡି ଦ୍ୱାରା ପ୍ରଭାବିତ କରିବାକୁ ଚକ୍ରାନ୍ତ କରିଛନ୍ତି ବୋଲି ନୱାଜ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?