Posted inଜାତୀୟ

ଏମପି ଫର୍ମୂଲାରେ ଲୋକସଭା ନିର୍ବାଚନ ଲଢ଼ିବ କଂଗ୍ରେସ…

ନୂଆଦିଲ୍ଲୀ,୧୭।୧୨ : ମଧ୍ୟପ୍ରଦେଶ(ଏମପି)ରେ ବିଧାନସଭା ନିର୍ବାଚନରେ ଆପଣେଇଥିବା ରାଜନୈତିକ ଫର୍ମୂଲାରେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ଳଢ଼ିବାକୁ ଯୋଜନା କରିଛି। ଏନେଇ ପ୍ରମୁଖ ରଣନୀତି ପ୍ରସ୍ତୁତ କରାଯାଉଛି। କେବଳ ଜାତି ସମୀକରଣ ଦୃଷ୍ଟିରୁ ନୁହେଁ ବରଂ ବୟସ ଦୃଷ୍ଟିରୁ ଯୁବବର୍ଗମାନଙ୍କୁ ସୁଯୋଗ ଦେବା ପାଇଁ ପାର୍ଟିରେ ବିଚାର ବିମର୍ଷ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ କିଛି ସମୟ ମଧ୍ୟରେ କଂଗ୍ରେସ ପାର୍ଟି ଦେଶର ବିଭିନ୍ନ ବଡ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଏଥିରେ ରାଜ୍ୟ ସଭାପତିଙ୍କ ସହ ଗଠନ ହେବାକୁ ଥିବା ରାଜ୍ୟ କାର୍ଯ୍ୟନିର୍ବାହୀ କ୍ଷେତ୍ରରେ ସମସ୍ତ ରାଜନୈତିକ ସମୀକରଣକୁ ସଜାଡ଼ିବାକୁ ଦଳ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜନୈତିକ ରଣନୀତି ଆପଣାଇବା ପାଇଁ ରବିବାର ଦିନ ଦଳର ପ୍ରମୁଖ ଅଧିକାରୀଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ନିବ;ାଚନରେ ହାରିଯିବା ପରେ ମଧ୍ୟପ୍ରଦେଶ ପାଇଁ ଦଳ ସବୁଠାରୁ ବଡ ନିଷ୍ପତ୍ତି ନେଇଛି। ମଧ୍ୟପ୍ରଦେଶରେ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ରାହୁଲ ଗାନ୍ଧୀ ଲଗାତାର ଥିଲେ। ଜାତିର ସମୀକରଣ ଏବଂ ବୟସକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ଦଳର ନେତୃତ୍ୱ କିପରି ବଦଳାଇଥିଲା, ତାହା ବର୍ତ୍ତମାନ ରାଜ୍ୟରେ ଭବିଷ୍ୟତ ପାଇଁ ବାଟ ଖୋଲିଛି। ମଧ୍ୟପ୍ରଦେଶର ନେତୃତ୍ୱରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋଚନା ବୈଠକରେ ହେବା ସହିତ ନିଷ୍ପତ୍ତି ନିଆଯାଇଛି ସମସ୍ତ ରାଜ୍ୟରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ଉପରେ ଅଧିକ ଗୁରୁତ୍ୱାରୋପ କରାଯିବା ଉଚିତ।

କେବଳ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ନୁହେଁ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ସହିତ ୟୁନିଅନ ଟେରିଟୋରୀ ଚଣ୍ଡିଗଡ଼ ଏବଂ ଜମ୍ମୁ-କଶ୍ମୀର ସମେତ ଦଳର ସମସ୍ତ ଦୁର୍ବଳ କ୍ଷେତ୍ରରେ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରାଯିବ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ସବୁ ରାଜ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ପାଇଁ ଦଳ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?