
ଅନୁଗୋଳ ଅଫିସ,୧୦ା୩(ମାନସ ବିଶ୍ୱାଳ): ଅନୁଗୋଳ ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ପୂର୍ବାହ୍ନରେ ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ବିକ୍ଷୋଭରେ କଂଗ୍ରେସ ଜିଲା ସଭାପତି ଅମ୍ବିକା ଭୋଟ୍ ନେତୃତ୍ୱ ନେଇଥିଲେ। ମହିଳାମାନଙ୍କ ପ୍ରତି ହେଉଥିବା ବଳାତ୍କାର, ଗଣବଳାତ୍କାର ଓ ସଂଗୀନ ଅପରାଧ ବନ୍ଦ କରିବା,
ମହିଳାମାନଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାରର ଅତ୍ୟାଚାରୀମାନଙ୍କୁ ସୁରକ୍ଷା ଦେଉଥିବା ଭାଜପା ସରକାରଙ୍କ ଇସ୍ତଫା, ଡବଲ ଇଞ୍ଜନ ସରକାର ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବନ୍ଦ କରିବା, ଅପରାଧୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରି ନାରୀଙ୍କୁ ନ୍ୟାୟ ଦେବା, ଆବାସିକ ବିଦ୍ୟାଳୟରେ ଆଦିବାସୀ ଓ ଦଳିତ ସ୍କୁଲ ଛାତ୍ରୀଙ୍କ ପ୍ରତି ହେଉଥିବା ଯୌନ ବ୍ୟଭିଚାର ବନ୍ଦ କରିବା, ମୁଖ୍ୟମନ୍ତ୍ରୀ ନିଜ ଜିଲାର ଆଦିବାସୀ ମହିଳାଙ୍କୁ ସୁରକ୍ଷା ଦେବା ଦାବିରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।