Odisha Elections 2024
Posted inଜାତୀୟ

ଆର୍‌ବିଆଇ ନିର୍ଦ୍ଦେଶକୁ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ,୧୫।୬(କୁଲ୍‌ଦୀପ୍‌ ସିଂ): ଜାଣିଶୁଣି ଋଣ ଖିଲାପ କରିଥିବା ବ୍ୟକ୍ତି ଓ ସଂସ୍ଥା ସହ ବୁଝାମଣା କରି ସେମାନଙ୍କ ଋଣକୁ ଫଇସଲା କରିବାକୁ ଗତ ୮ ତାରିଖରେ ଆର୍‌ବିଆଇ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ବିରୋଧରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ବୁଧବାର ବର୍ଷିଛି। ଆର୍‌ବିଆଇ ଏହି ନିର୍ଦ୍ଦେଶର ତୁରନ୍ତ ପୁନର୍ବିଚାର କରିବା ପାଇଁ ଦଳ ଦାବି କରିଛି। ଏଥିସହ ଖିଲାପକାରୀଙ୍କ ସହ ଆପୋଷ ବୁଝାମଣା କରି କୋଣସି ଋଣ ସମାଧାନ ନ କରିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।

ଏଥିସହ ଆର୍‌ବିଆଇ ଉପରେ ଏହି ନିର୍ଦ୍ଦେଶ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଚାପ ରିହିଛି କି ସେ ସମ୍ପର୍କରେ ଜଣାଇବାକୁ କଂଗ୍ରେସ ଏମ୍‌ପି ଜୟରାମ୍‌ ରମେଶ କହିଛନ୍ତି। ଏଥିସହ ଏଭଳି ନିର୍ଦ୍ଦେଶ ଆର୍‌ବିଆଇ କାହିଁକି ଦେଲେ ସେ ସମ୍ପର୍କରେ ଜୟରାମ ଏକ ସ୍ପଷ୍ଟୀକରଣ ମାଗିଛନ୍ତି। ଜୟରାମ କହିଛନ୍ତି ଯେ, ଗତ ୨ବର୍ଷ ତଳେ ଆର୍‌ବିଆଇ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ଜାଣିଶୁଣି ଖିଲାପ କରୁଥିବା ସଂସ୍ଥା ବା ବ୍ୟକ୍ତି ସହ କୌଣସି ପ୍ରକାରେ ଆପୋଷ ବୁଝାମଣା ନ କରିବା ସହ ସାନି ଋଣ ମଞ୍ଜୁର ନ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏବେ କିପରି ଆର୍‌ବିଆଇ ନିଜ ନିର୍ଦ୍ଦେଶକୁ ବଦଳାଉଛି ତାହା ଆଶ୍ଚର୍ଯ୍ୟ କରୁଛି ବୋଲି ଜୟରାମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ

ନୂଆଦିଲ୍ଲୀ,୧୮।୫: ଆମ୍‌ ଆଦମୀ ପାର୍ଟୀ ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ଦିଲ୍ଲୀରେ ମତଦାନ ପୂର୍ବରୁ ଭୋଟ ଦେଲେ ହମିଦ ଅଂସାରୀ, ମୁରଲି ମନୋହର ଯୋଶୀ, ମନମୋହନ ସିଂ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ୭ଟି ଲୋକ ସଭା ଆସନ ପାଇଁ ଭୋଟ ଆସନ୍ତା ୨୫ରେ ଅନୁଷ୍ଠିତ ହେବ। ଏଥିରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ...

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟ କେତେ ଆସନରେ ଜିତିବ ଭବିଷ୍ୟବାଣୀ କଲେ ଖାର୍ଗେ

ମୁମ୍ବାଇ,୧୮।୫: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ପୂର୍ବରୁ I.N.D.I.A ସହଯୋଗୀ ଦଳର ନେତାମାନେ ଶନିବାର (୧୮ ମେ ୨୦୨୪) ମୁମ୍ବାଇରେ ମିଳିତ...

ଭୋଟ ଗଣତି ପୂର୍ବରୁ ଉପ ନିର୍ବାଚନକୁ ନେଇ ହେଲାଣି ଚର୍ଚ୍ଚା

ଭୋପାଳ,୧୮।୫: ମଧ୍ୟପ୍ରଦେଶର ୨୯ ଟି ଲୋକ ସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ଭୋଟ ମେ ୧୩ ରେ ଅନୁଷ୍ଠିତ ହୋଇଥିଲା। ୪ ଟି ପର୍ଯ୍ୟାୟରେ...

ଲୋକ ସଭା ନିର୍ବାଚନରେ ମୋଦିଙ୍କୁ କିଏ ଦେଉଛନ୍ତି ଚ୍ୟାଲେଞ୍ଜ, ପ୍ରଶାନ୍ତ କିଶୋର କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସରକାରଙ୍କ ବିରୋଧରେ ହୋଇଥିବା ବିରୋଧକୁ ଦୃଢ ବୋଲି ବର୍ଣ୍ଣନା କରିଛନ୍ତି। ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri