Posted inଜାତୀୟ

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ,୫ା୬: ବାହାନଗା ଟ୍ରିପଲ ଟ୍ରେନ୍‌ ଟ୍ରାଜେଡିକୁ ନେଇ ରାଜନୀତି ଆରମ୍ଭ ହୋଇଛି। ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରେନ୍‌ଗୁଡ଼ିକର ଉଦ୍‌ଘାଟନ କରୁଥିବାବେଳେ ରେଳ ସୁରକ୍ଷା ପ୍ରତି ଆଖିବୁଜି ଦେଇଛନ୍ତି। ଭବିଷ୍ୟତରେ ଯେପରି ଏଭଭି ଦୁର୍ଘଟଣା ନ ଘଟେ ସେଥିପାଇଁ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ ପଦବୀ ଲାଗି ଉତ୍ତରଦାୟିତ୍ୱ ସ୍ଥିର କରାଯାଉ। ମୋଦିଙ୍କ ‘ପ୍ରଚାରବାଦୀ କୌଶଳ’ କାର୍ଯ୍ୟ ବ୍ୟବସ୍ଥାରେ ଛିତ୍ର ସୃଷ୍ଟି କରିଥିବା ଖାର୍ଗେ ସମାଲୋଚନା କରିଛନ୍ତି।
ରେଳପଥରେ ୩ ଲକ୍ଷ ପଦବୀ ଖାଲିପଡ଼ିଛି। ଏପରି କି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଦ୍ୱାରା ନିଯୁକ୍ତି ଦିଆଯାଉଥିବା ଉଚ୍ଚ ପଦବୀଗୁଡ଼ିକ ମଧ୍ୟ ଖାଲି ପଡ଼ିଛି। ଗତ ୯ ବର୍ଷ ମଧ୍ୟରେ ସେଗୁଡ଼ିକୁ କାହିଁକି ପୂରଣ କରାଗଲା ନାହିଁ ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି। ମାନବ ସମ୍ବଳର ଅଭାବ ଯୋଗୁ ଲୋକୋ ପାଇଲଟ୍‌ମାନେ ଦୀର୍ଘ ସମୟ ଧରି କାମ କରୁଛନ୍ତି। ସେମାନେ ଚାପଗ୍ରସ୍ତ ହେଉଥିବାରୁ ଦୁର୍ଘଟଣା ବଢ଼ୁଥିବା ନେଇ ନିକଟରେ ରେଲଓ୍ବେ ବୋର୍ଡ ସ୍ବୀକାର କରିଥିଲା। ଲୋକୋ ପାଇଲଟ୍‌ ପଦବୀ ପୂରଣ କାହିଁକି କରାଯାଉ ନାହିଁ। ସେହିପରି ଦକ୍ଷିଣ ପଶ୍ଚିମ ରେଲଓ୍ବେ ଜୋନ୍‌ର ପ୍ରିନ୍ସିପାଲ ଚିଫ୍‌ ଅପରେଟିଂ ମ୍ୟାନେଜର ଗତ ଫେବୃୟାରୀ ୮ରେ ସିଗ୍‌ନାଲିଂ ସିଷ୍ଟମ୍‌ର ମରାମତି ପାଇଁ ଦାବି କରିଥିଲେ। ରେଳ ମନ୍ତ୍ରଣାଳୟ ଏହା ଉପରେ କାହିଁକି ପଦକ୍ଷେପ ନେଲା ନାହିଁ ବୋଲି ଖାର୍ଗେ ପଚାରିଛନ୍ତି।
ଷ୍ଟାଣ୍ଡିଂ କମିଟି ଏହାର ୩୨୩ତମ ରିପୋର୍ଟରେ ରେଲଓ୍ବେକୁ ସମାଲୋଚନା କରିଥିଲା। କାରଣ କମିଶନ ଅଫ୍‌ ରେଲଓ୍ବେ ସେଫ୍ଟି (ସିଆର୍‌ଏସ୍‌) ପକ୍ଷରୁ କରାଯାଇଥିବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ରେଲଓ୍ବେ ବୋର୍ଡ ତତ୍ପରତା ଦେଖାଇ ନ ଥିଲା। ସିଆର୍‌ଏସ୍‌ ମୋଟ ଦୁର୍ଘଟଣାର ମାତ୍ର ୮ରୁ ୧୦% ମାମଲାରେ ତଦନ୍ତ କରିଥାଆନ୍ତି। ସିଆର୍‌ଏସ୍‌ ବ୍ୟବସ୍ଥାକୁ କାହିଁକି ସୁଦୃଢ଼ କରାଯାଉ ନାହିଁ ବୋଲି ଖାର୍ଗେ ଟୁଇଟରରେ ପ୍ରଶ୍ନ କରିଛନ୍ତି। ସେହିପରି ସିଏଜି ରିପୋର୍ଟର ଅବତାରଣା କରି ପ୍ରଧାନମନ୍ତ୍ରୀଙ୍କୁ ସେ ଘେରିଛନ୍ତି। କଂଗ୍ରେସ ଏମ୍‌ପି ଶକ୍ତିସିଂ ଗୋହିଲ ଏବଂ ଏଆଇସିସି ପବ୍ଲିସିଟି ଆଣ୍ଡ୍‌ ମିଡିଆ ବିଭାଗ ମୁଖ୍ୟ ପବନ ଖେରା ଏହି ଦୁର୍ଘଟଣାକୁ ‘ମାନବକୃତ ବିପର୍ଯ୍ୟୟ’ ଭାବେ ଅଭିହିତ କରିଛନ୍ତି। ଖେରା କହିଛନ୍ତି, ଯିଏ ଦୋଷୀ ପ୍ରମାଣିତ ହେବେ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଥମେ ରେଳମନ୍ତ୍ରୀଙ୍କୁ ବରଖାସ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଉ।
କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। ଓଡ଼ିଶାର ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ଉତ୍ତରଦାୟିତ୍ୱ କାହିଁକି ସ୍ଥିର କରାଯାଇ ନାହିଁ ବୋଲି ପ୍ରିୟଙ୍କା ଟୁଇଟ୍‌ କରିଛନ୍ତି। ବିଶେଷଜ୍ଞ, ପାର୍ଲାମେଣ୍ଟାରି କମିଟି ଏବଂ ସିଏଜିଙ୍କ ପ୍ରସ୍ତାବକୁ ଅଣଦେଖା କରିବାରେ କିଏ ଦାୟୀ? ରେଲଓ୍ବେରେ ଖାଲି ପଡ଼ିଥିବା ପଦବୀ ଏବଂ ଗୁରୁତ୍ୱପୂର୍ଣ୍ଣ ସେକ୍ଟରଗୁଡ଼ିକରେ ପାଣ୍ଠି ଅଭାବ ପାଇଁ କାହାକୁ ଦାୟୀ କରାଯିବ? ଲାଲ ବାହାଦୁର ଶାସ୍ତ୍ରୀ, ନୀତୀଶ କୁମାର ଏବଂ ମାଧବରାଓ ସିନ୍ଧିଆଙ୍କ ନୈତିକ ପଥ ଅନୁସରଣ କରି ରେଳମନ୍ତ୍ରୀ ଇସ୍ତଫା ଦେବା ଉଚିତ ନୁହେଁ କି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?