ସେରୁବନ୍ଧ ଖଣି ପାହାଡ଼ ନିକଟବର୍ତ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ସାକ୍ଷାତ କରି ଫେରିଲା କଂଗ୍ରେସ କେନ୍ଦ୍ରୀୟ କମିଟି

ପଟ୍ଟାଙ୍ଗି,୨୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ଥିବା ସେରୁବନ୍ଧ ଖଣି ପାହାଡ଼ ନିକଟ ବର୍ତ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କଂଗ୍ରେସ ଦଳର ଏକ କେନ୍ଦ୍ରୀୟସ୍ତରୀୟ କମିଟି ସାକ୍ଷାତ କରି ଫେରି ଯାଇଥିଲେ ମଧ୍ୟ ପ୍ରକୃତ ଖଣି ସ୍ଥାନକୁ ପରିଦର୍ଶନ ନ କରି ଲୋକଙ୍କୁ ଏକାଠି କରି ଆଲୋଚନା କରି ଫେରି ଯାଇଛନ୍ତି।

ସୂଚନା ମୁତାବକ, ରାଜ୍ୟ ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଦଳର ଜିଲା ସଭାପତି ରୁପକ୍ ତୁରୁକଙ୍କ ସହଯୋଗରେ ରାଜ୍ୟ ପ୍ରଭାରୀ ଅଜୟ ଲାଲୁ, ଜାତୀୟ ଆଦିବାସୀ ମଙ୍ଗଳ ଅଧ୍ୟକ୍ଷ ଶ୍ରୀକାନ୍ତ ବରିଆ, MP ସପ୍ତଗିରୀ ଉଲକା, ବିଧାୟକ ରାମଚନ୍ଦ୍ର କାଡାମ୍ , ବିଧାୟକ ଲକ୍ଷ୍ମୀପୁର ପବିତ୍ର ସାଉଁତା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଗତଦିନରେ ଜଳ ଜଙ୍ଗଲ ଜମି ପାଇଁ ଲଢେ଼ଇ କରି ଜେଲ୍ ଯାଇଥିବା ସ୍ଥାନୀୟ ବ୍ଲକର ସେରୁବନ୍ଧ ସଭାପତି ରବି ଖରା, ନୁଆଗାଁ ପୁର୍ବତନ ସରପଞ୍ଚ ସିତ୍ରୁ ପାଙ୍ଗି, ବରିଷ୍ଠ କଂଗ୍ରେସ ନେତା ସାମ୍ବା ପାଙ୍ଗି, ମାଳି ପର୍ବତ ସୁରକ୍ଷା ସମିତି ସଭାପତି ବିଜୟ ଖିଲ ପ୍ରମୁଖଙ୍କୁ ରାଜ୍ୟ ପ୍ରଭାରୀ ଲଲ୍ଲୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜଣାଇ ଏମିତି ଲଡୁଆଙ୍କୁ ସଲାମ୍ ଜଣାଇବା ସହ ଏମାନଙ୍କ ପରି ଜଣେ ଲଢ଼ୁଆ ସଂଗ୍ରାମୀ ଆଗକୁ ଆସି ଲଢ଼ିଲେ କୈଣସି କମ୍ପାନୀ ମଧ୍ୟ ଆଗକୁ ଆସିବା ପାଇଁ ସାହାସ କରିବ ନାହିଁ ବୋଲି ନିଜ ଅଭିଭାଷଣରେ ଆହ୍ୱାନ ଦେଇ କଂଗ୍ରେସ ଦଳର ବର୍ତ୍ତମାନର ବିଧାୟକ କାଡାମ୍, MP ଉଲାକା ଏବଂ ଲକ୍ଷ୍ମୀପୁର ବିଧାୟକ ସାଉଁତା ବିଧାନସଭା ଓ ସଂସଦରେ ଲଢେ଼ଇ କରି ତୁମ ମାନଙ୍କର ସ୍ୱର ଉତ୍ତୋଳନ କରିବେ ବୋଲି ବୁଝାଇଥିଲେ । ଏହିପରି କି ତୁମ ମାନଙ୍କ ଲଢେ଼ଇ ପଛରେ କଂଗ୍ରେସ ରହିଛି ରହିଥିବ ବୋଲି ପ୍ରକାଶ କରିଥିଲେ । ଏହି ସମୟରେ ବାଲଡା ନାଗେଶ୍ୱରୀ, ମାଳି ପର୍ବତ ସୁରକ୍ଷା ସମିତି ପରି ବିଭିନ୍ନ ସଙ୍ଗଠନ ଉପସ୍ଥିତ ରହିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପାଇଁ ଗର୍ବ ଆଣିଲେ ଅଭିଲିପ୍ସା, ସଙ୍ଗୀତ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ।…

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri