Posted inଜାତୀୟ

କଂଗ୍ରେସର କୃଷ୍ଣପତ୍ର ବନାମ ଏନ୍‌ଡିଏର ଶ୍ୱେତପତ୍ର

ନୂଆଦିଲ୍ଲୀ,୯ା୨:କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଗୁରୁବାର ବ୍ଲାକ୍‌ ପେପର (କୃଷ୍ଣପତ୍ର) ଜାରି କରିଛି। ଗତ ୧୦ ବର୍ଷ ଶାସନ କାଳରେ ଦରଦାମ୍‌ ଓ ବେରୋଜଗାରି ବୃଦ୍ଧି ପାଇଛି। ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ ଏବଂ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ ପ୍ରତି ଭେଦଭାବପୂର୍ଣ୍ଣ ବ୍ୟବହାର କରାଯାଇଥିବା ୫୪ ପୃଷ୍ଠା ସମ୍ବଳିତ ‘ଚାର୍ଜଶିଟ୍‌’ରେ କଂଗ୍ରେସ ଅଭିଯୋଗ ଆଣିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୋଦି ସରକାରଙ୍କ ଶାସନ କାଳକୁ ‘ଅନ୍ୟାୟର କାଳ’ ବୋଲି ସମାଲୋଚନା କରିଛନ୍ତି।
କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ବି ପାର୍ଲାମେଣ୍ଟରେ ନିଜ ମତ ଉପସ୍ଥାପନ କରନ୍ତି, ସେ ନିଜ ଦୁର୍ବଳତାକୁ ଲୁଚାଇ ଦିଅନ୍ତି। ଆମେ ସରକାରଙ୍କ ବିଫଳତା ସମ୍ପର୍କରେ କହିଲେ ତାକୁ ଗୁରୁତ୍ୱ ଦିଆଯାଉ ନାହିଁ। ତେଣୁ ଲୋକଙ୍କୁ ସରକାରଙ୍କ ବିଫଳତା ସମ୍ପର୍କରେ ଅବଗତ କରାଇବା ପାଇଁ ଆମେ ଏହି ବ୍ଲାକ୍‌ ପେପର ଆଣିଛୁ ବୋଲି ଖାର୍ଗେ କହିଛନ୍ତି। ମୋଦିଙ୍କ ଶାସନରେ ଦେଶର ଅର୍ଥନୀତି ଭୁଶୁଡ଼ିପଡ଼ିଛି। ବେକାରି ସମସ୍ୟା ବଢ଼ିଛି, କୃଷିକ୍ଷେତ୍ର ଉଜୁଡ଼ିଯାଇଛି, ମହିଳା ବିରୋଧୀ ଅପରାଧ ବଢ଼ିଛି, ସଂଖ୍ୟାଲଘୁଙ୍କ ଉପରେ ଅନ୍ୟାୟ ବହୁଗୁଣିତ ହୋଇଛି। ଆର୍ଥିକ ଅସମାନତା ବର୍ଗରେ କଂଗ୍ରେସ ବେକାରି ସଙ୍କଟ, ନିଯୁକ୍ତି ଅଭାବ, କୃଷକଙ୍କ ଦୁର୍ଦ୍ଦଶା ଓ ନିମ୍ନ ଶ୍ରମ ବଳ ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରିଛି।
ଡିଜେଲ ଓ ଦୈନନ୍ଦିନ ବ୍ୟବହୃତ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ରେକର୍ଡ ସ୍ତରରେ ଥିବାବେଳେ ମୋଦି ସରକାର ଦରଦାମ ବୃଦ୍ଧି ଉପରେ ନୀରବ ରହିଛନ୍ତି। ମୋଦିଙ୍କୁ ଏସବୁ ଉପରେ ପ୍ରଶ୍ନ କଲେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି। ୨ କୋଟି ଆଶାୟୀଙ୍କୁ ନିଯୁକ୍ତି ଏବଂ ଚାଷୀଙ୍କୁ ଉତ୍ପାଦିତ ସାମଗ୍ରୀର ଏମ୍‌ଏସ୍‌ପି ପ୍ରଦାନ ଉପରେ ମୋଦି ଗ୍ୟାରେଣ୍ଟି ଦେଇଥିଲେ। ମୋଦି ଏଥିରେ ବିଫଳ ହୋଇ ନୂଆ ନୂଆ ଗ୍ୟାରେଣ୍ଟି ଦେଇଚାଲିଛନ୍ତି। କଂଗ୍ରେସ ଦେଶକୁ ସ୍ବାଧୀନ କରିଥିଲା। ୨୦୨୪ରେ ଦଳ ଭାଜପାର ଅନ୍ୟାୟର ଅନ୍ଧକାରରୁ ଦେଶକୁ ମୁକ୍ତ କରିବ ବୋଲି ଖାର୍ଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?