ଧାନ କ୍ରୟ ସହ ଏମ୍‌ଏସ୍‌ପିକୁ ନିଶ୍ଚିତ କରୁ କେନ୍ଦ୍ର: ବିଜେଡି

ଭୁବନେଶ୍ୱର, ୮।୨(ବ୍ୟୁରୋ): କେନ୍ଦ୍ର ସରକାର ଚଳିତ ବର୍ଷ ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍‌ ରାଶି ହ୍ରାସ କରିଛନ୍ତି। ସ୍ବାମୀନାଥନ କମିଶନ ରିପୋର୍ଟ ସୁପାରିସ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି। ତେବେ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁ କୃଷକମାନେ ସେମାନଙ୍କର ଏମ୍‌ଏସ୍‌ପି ପାଇବାରେ ଅସମର୍ଥ ହେବେ ଏବଂ ଧାନକିଣା କ୍ରମଶଃ ହ୍ରାସ ପାଇବ। ଏହା ଓଡ଼ିଶାର କୃଷକଙ୍କୁ ପ୍ରଭାବିତ କରିବ ଏବଂ ସେମାନଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ ବୋଲି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଦଳୀୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ପ୍ରସନ୍ନ କହିଛନ୍ତି, ବଜେଟରେ ଅର୍ଥ ହ୍ରାସ ଯୋଗୁ କେନ୍ଦ୍ର ଏମ୍‌ଏସ୍‌ପିକୁ ୧.୫ ଗୁଣ ବୃଦ୍ଧି କରିବ ନାହିଁ। ଆଉ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ଚାଷୀଙ୍କ ଦାବି ଅନୁଯାୟୀ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ ମଧ୍ୟ ପୁଣି ଥରେ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିବ। ଯାହାଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଦୁଃଖ ଏବଂ ଯନ୍ତ୍ରଣା ପାଇବେ। କେନ୍ଦ୍ର ମଧ୍ୟ ଓଡ଼ିଶାରୁ ଖାଦ୍ୟଶସ୍ୟ କ୍ରୟ ଲକ୍ଷ୍ୟକୁ ହ୍ରାସ କରିଛି। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଦ୍ୱାରା ଓଡ଼ିଶାରୁ ବର୍ଷକୁ ୧୮ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଯାଉଥିବା ବେଳେ ୨୦୨୨-୨୩ ପାଇଁ କେନ୍ଦ୍ର ଏହାକୁ ୮୦% ହ୍ରାସ କରି ମାତ୍ର ୪ ଲକ୍ଷ ଟନ କରିଛି। କେବଳ ଓଡ଼ିଶାର ବରଗଡ଼ ଜିଲା ୪ ଲକ୍ଷ ଟନ ଚାଉଳ ଉତ୍ପାଦନ କରେ। ବାକି ୨୯ଟି ଜିଲାର ଅବସ୍ଥା କ’ଣ ହେବ। ସେହି ସବୁ ଜିଲାର କୃଷକମାନେ କେଉଁଠାରେ ସେମାନଙ୍କର ଧାନ ବିକ୍ରି କରିବେ। କେନ୍ଦ୍ରର ଏଭଳି ଅନ୍ୟାୟ ଯୋଗୁ ପଶ୍ଚିମ ଓଡ଼ିଶାର କୃଷକମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ପଶ୍ଚିମ ଓଡ଼ିଶାର ୫ ଜଣ ଭାଜପା ଏମ୍‌ପି କ’ଣ କରୁଛନ୍ତି ବୋଲି ପ୍ରସନ୍ନ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଚାଷୀଙ୍କର ସ୍ବାର୍ଥ ବିଶେଷକରି ପଶ୍ଚିମ ଓଡ଼ିଶା ଚାଷୀଙ୍କର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ବଳକା ଖାଦ୍ୟଶସ୍ୟକୁ ଧାନକିଣା ପ୍ରକ୍ରିୟାରେ କେନ୍ଦ୍ର ସରକାର ଖରିଦ କରନ୍ତୁ। ଓଡ଼ିଶାର କୃଷକମାନେ କୌଣସି ସ୍ଥିତିରେ ଯେଭଳି ଏମ୍‌ଏସ୍‌ପିରୁ ବଞ୍ଚିତ ନ ହେବେ ତାହା ନିଶ୍ଚିତ କରନ୍ତୁ ବୋଲି ପ୍ରସନ୍ନ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡିର ଏହି ଅଭିଯୋଗ ଉପରେ ଭାଜପା କଡ଼ା ପ୍ରତିକ୍ରିୟା ଦେଇଛି। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ଏବଂ ଓଡ଼ିଶାରେ ଧାନ ବିକ୍ରି ଅବ୍ୟବସ୍ଥାରୁ ନଜର ହଟାଇବା ପାଇଁ ବିିଜୁ ଜନତା ଦଳ ପ୍ରତିଦିନ ନୂଆ ନୂଆ ମିଛ ଅଭିଯୋଗ କରୁଛି ବୋଲି ଭାଜପା ଏମ୍‌ପି ବସନ୍ତ ପଣ୍ଡା କହିଛନ୍ତି। ଯୋଗାଣ ନିଗମ ହେଉଛି ରାଜ୍ୟ ସରକାରଙ୍କ ଧାନ କିଣା ବ୍ୟବସ୍ଥାର ନୋଡାଲ ଏଜେନ୍ସି। କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପିଛା ୨୦୪୦ ଟଙ୍କା ହିସାବରେ ଧାନ କିଣା ଅର୍ଥ ରାଜ୍ୟ ସରକାରଙ୍କୁ ଦିଅନ୍ତି। ରାଜ୍ୟ ସରକାର ଧାନ କିଣା ପ୍ରକ୍ରିୟାକୁ ଯୋଗାଣ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରନ୍ତି। ୨୦ ଦିନ ହେଲାଣି ଯୋଗାଣ ବିଭାଗ ଏମ୍‌ଡିଙ୍କର ପତ୍ତା ନାହିଁ। ଚାଷୀମାନଙ୍କୁ ୪୮ ଘଣ୍ଟା ଭିତରେ ଅର୍ଥ ଦେବାର ଘୋଷଣା କରିଥିଲା ବେଳେ ୧ ମାସ ପରେ ବି ଚାଷୀମାନଙ୍କୁ ଧାନ କିଣା ଅର୍ଥ ଓଡ଼ିଶାରେ ମିଳିପାରୁନି ବୋଲି ବସନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri