ଧାନ କ୍ରୟ ସହ ଏମ୍‌ଏସ୍‌ପିକୁ ନିଶ୍ଚିତ କରୁ କେନ୍ଦ୍ର: ବିଜେଡି

ଭୁବନେଶ୍ୱର, ୮।୨(ବ୍ୟୁରୋ): କେନ୍ଦ୍ର ସରକାର ଚଳିତ ବର୍ଷ ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍‌ ରାଶି ହ୍ରାସ କରିଛନ୍ତି। ସ୍ବାମୀନାଥନ କମିଶନ ରିପୋର୍ଟ ସୁପାରିସ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି। ତେବେ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁ କୃଷକମାନେ ସେମାନଙ୍କର ଏମ୍‌ଏସ୍‌ପି ପାଇବାରେ ଅସମର୍ଥ ହେବେ ଏବଂ ଧାନକିଣା କ୍ରମଶଃ ହ୍ରାସ ପାଇବ। ଏହା ଓଡ଼ିଶାର କୃଷକଙ୍କୁ ପ୍ରଭାବିତ କରିବ ଏବଂ ସେମାନଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ ବୋଲି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଦଳୀୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ପ୍ରସନ୍ନ କହିଛନ୍ତି, ବଜେଟରେ ଅର୍ଥ ହ୍ରାସ ଯୋଗୁ କେନ୍ଦ୍ର ଏମ୍‌ଏସ୍‌ପିକୁ ୧.୫ ଗୁଣ ବୃଦ୍ଧି କରିବ ନାହିଁ। ଆଉ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ଚାଷୀଙ୍କ ଦାବି ଅନୁଯାୟୀ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ ମଧ୍ୟ ପୁଣି ଥରେ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିବ। ଯାହାଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଦୁଃଖ ଏବଂ ଯନ୍ତ୍ରଣା ପାଇବେ। କେନ୍ଦ୍ର ମଧ୍ୟ ଓଡ଼ିଶାରୁ ଖାଦ୍ୟଶସ୍ୟ କ୍ରୟ ଲକ୍ଷ୍ୟକୁ ହ୍ରାସ କରିଛି। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଦ୍ୱାରା ଓଡ଼ିଶାରୁ ବର୍ଷକୁ ୧୮ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଯାଉଥିବା ବେଳେ ୨୦୨୨-୨୩ ପାଇଁ କେନ୍ଦ୍ର ଏହାକୁ ୮୦% ହ୍ରାସ କରି ମାତ୍ର ୪ ଲକ୍ଷ ଟନ କରିଛି। କେବଳ ଓଡ଼ିଶାର ବରଗଡ଼ ଜିଲା ୪ ଲକ୍ଷ ଟନ ଚାଉଳ ଉତ୍ପାଦନ କରେ। ବାକି ୨୯ଟି ଜିଲାର ଅବସ୍ଥା କ’ଣ ହେବ। ସେହି ସବୁ ଜିଲାର କୃଷକମାନେ କେଉଁଠାରେ ସେମାନଙ୍କର ଧାନ ବିକ୍ରି କରିବେ। କେନ୍ଦ୍ରର ଏଭଳି ଅନ୍ୟାୟ ଯୋଗୁ ପଶ୍ଚିମ ଓଡ଼ିଶାର କୃଷକମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ପଶ୍ଚିମ ଓଡ଼ିଶାର ୫ ଜଣ ଭାଜପା ଏମ୍‌ପି କ’ଣ କରୁଛନ୍ତି ବୋଲି ପ୍ରସନ୍ନ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଚାଷୀଙ୍କର ସ୍ବାର୍ଥ ବିଶେଷକରି ପଶ୍ଚିମ ଓଡ଼ିଶା ଚାଷୀଙ୍କର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ବଳକା ଖାଦ୍ୟଶସ୍ୟକୁ ଧାନକିଣା ପ୍ରକ୍ରିୟାରେ କେନ୍ଦ୍ର ସରକାର ଖରିଦ କରନ୍ତୁ। ଓଡ଼ିଶାର କୃଷକମାନେ କୌଣସି ସ୍ଥିତିରେ ଯେଭଳି ଏମ୍‌ଏସ୍‌ପିରୁ ବଞ୍ଚିତ ନ ହେବେ ତାହା ନିଶ୍ଚିତ କରନ୍ତୁ ବୋଲି ପ୍ରସନ୍ନ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡିର ଏହି ଅଭିଯୋଗ ଉପରେ ଭାଜପା କଡ଼ା ପ୍ରତିକ୍ରିୟା ଦେଇଛି। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ଏବଂ ଓଡ଼ିଶାରେ ଧାନ ବିକ୍ରି ଅବ୍ୟବସ୍ଥାରୁ ନଜର ହଟାଇବା ପାଇଁ ବିିଜୁ ଜନତା ଦଳ ପ୍ରତିଦିନ ନୂଆ ନୂଆ ମିଛ ଅଭିଯୋଗ କରୁଛି ବୋଲି ଭାଜପା ଏମ୍‌ପି ବସନ୍ତ ପଣ୍ଡା କହିଛନ୍ତି। ଯୋଗାଣ ନିଗମ ହେଉଛି ରାଜ୍ୟ ସରକାରଙ୍କ ଧାନ କିଣା ବ୍ୟବସ୍ଥାର ନୋଡାଲ ଏଜେନ୍ସି। କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପିଛା ୨୦୪୦ ଟଙ୍କା ହିସାବରେ ଧାନ କିଣା ଅର୍ଥ ରାଜ୍ୟ ସରକାରଙ୍କୁ ଦିଅନ୍ତି। ରାଜ୍ୟ ସରକାର ଧାନ କିଣା ପ୍ରକ୍ରିୟାକୁ ଯୋଗାଣ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରନ୍ତି। ୨୦ ଦିନ ହେଲାଣି ଯୋଗାଣ ବିଭାଗ ଏମ୍‌ଡିଙ୍କର ପତ୍ତା ନାହିଁ। ଚାଷୀମାନଙ୍କୁ ୪୮ ଘଣ୍ଟା ଭିତରେ ଅର୍ଥ ଦେବାର ଘୋଷଣା କରିଥିଲା ବେଳେ ୧ ମାସ ପରେ ବି ଚାଷୀମାନଙ୍କୁ ଧାନ କିଣା ଅର୍ଥ ଓଡ଼ିଶାରେ ମିଳିପାରୁନି ବୋଲି ବସନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?