ରାସ୍ତା ନେଇ ୩ ଗ୍ରାମର ବାସିନ୍ଦା ସମସ୍ୟାରେ

ପଟ୍ଟାଙ୍ଗି,୮ା୨(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳର ରାସ୍ତାଘାଟଠାରୁ ଆରମ୍ଭ କରି ପାନୀୟଜଳ ଯୋଗାଣ ପର୍ଯ୍ୟନ୍ତ ଅନେକ ସୁବିଧା ଯୋଗାଇଦେବାକୁ ଜିଲା ଏବଂ ବ୍ଲକ ପ୍ରଶାସନକୁ ଯୋଜନା ପ୍ରସ୍ତୁତକରି ଦେବା ପାଇଁ ଅବଗତ କରୁଛନ୍ତି। ଗ୍ରାମବାସୀଙ୍କ ଲାଗି ଆବଶ୍ୟକ ପଡୁଥିବା ଯୋଜନା ପ୍ରସ୍ତୁତ ନ କରି ବ୍ଲକ ପ୍ରଶାସନ ନିଜ ଇଚ୍ଛା ଅନୁସାରେ ଯୋଜନା ପ୍ରସ୍ତୁତ କରି ପଠାଉଥିବା ୩ଟି ଗ୍ରାମର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟଠାରୁ ୨ କି.ମି. ଦୂରରେ ଥିବା ୩ଟି ଗ୍ରାମ କ୍ଷେତ୍ରରେ । ଏହି ୩ ଗ୍ରାମ ହେଲା ପଡ଼ାଲଗୁଡ଼ା, ନୂଆଁଗୁଡ଼ା ଏବଂ ଗିର୍ଲିଗୁଡ଼ା। ଗ୍ରାମଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ମରଣଯନ୍ତା ପାଲଟିଲାଣି। ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନଠାରୁ ଆରମ୍ଭକରି ଜିଲା ପ୍ରଶାସନକୁ ରାସ୍ତା ଅବସ୍ଥା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନ ଥିବା ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବ୍ଲକରୁ ଆନ୍ଧ୍ର ଅଭିମୁଖେ ଯାଇଥିବା ଜାତୀୟ ରାଜପଥଠାରୁ ପଡ଼ାଲଗୁଡ଼ା ଏବଂ ନୂଆଁଗୁଡ଼ା ୨ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ବର୍ଷର ପୁରୁଣା ରାସ୍ତା। ଏହା ବର୍ତ୍ତମାନ ମରଣଯନ୍ତା ପାଲଟିଯାଇଛି । ରାସ୍ତା ପୁନରୁଦ୍ଧାର ନେଇ ବ୍ଲକ ପ୍ରଶାସନଠାରୁ ଆରମ୍ଭକରି ପୂର୍ବତନ ବିଧାୟକ, ବର୍ତ୍ତମାନର ବିଧାୟକ ଏବଂ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଯାତାୟାତରେ ଅନେକ ସମସ୍ୟା ହେଉଛି ବୋଲି କହନ୍ତି ପଡ଼ାଲଗୁଡ଼ା ଗ୍ରାମର ଡମ୍ବରୁ ପଡ଼ାଲ, କାଶୁପତି ପଡ଼ାଲ, ହରି ପଡ଼ାଲ, ପରମାନନ୍ଦ ମାଝି, ନୂଆଁଗୁଡ଼ା ଗ୍ରାମର ହରି ଧାଙ୍ଗଡ଼ା ନାୟକ, ମଙ୍ଗୁଳୁ ରୁଆ। ନିର୍ବାଚନ ସମୟରେ ରାସ୍ତା ନିଶ୍ଚିତ ନିର୍ମାଣ କରିଦେବାକୁ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପରେ ଜନ ପ୍ରତିନିଧିମାନେ ପ୍ରତିଶ୍ରୁତି ଭୁଲିଯାଉଛନ୍ତି ବୋଲି ସେମାନେ କହିଛନ୍ତି। ସେହିପରି ବ୍ଲକଠାରୁ କୋରାପୁଟ ଅଭିମୁଖେ ଯାଇଥିବା ଜାତୀୟ ରାଜପଥଠାରୁ ଗିର୍ଲିିଗୁଡ଼ା ଗ୍ରାମକୁ ସଂଯୋଗ କରିଥିବା ରାସ୍ତା ଅବସ୍ଥା ମଧ୍ୟ ଅନୁରୂପ। ଉକ୍ତ ରାସ୍ତାର ଗୋଟିଏ ପାଖ ମାଟି ଖାଇ ଏହା ଅଣ ଓସାରିଆ ହୋଇଗଲାଣି। ରାସ୍ତା ପାଶର୍‌ବରେ ରହିଥିବା ଗ୍ରାମର ଚିକୁଡୁ ମାଲାନା ଏବଂ ସାଦେବ ଚିକୁଡୁଙ୍କ ଚାଷଜମି ମଧ୍ୟ ନଷ୍ଟ ହୋଇଗଲାଣି। ଏନେଇ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ପ୍ରଶାସନ ନେଇନାହିଁ ବୋଲି କହିଛନ୍ତି ଗ୍ରାମର ଚିକୁଡୁ ଲକ୍ଷ୍ମଣ, ଚିକୁଡୁ ହରି ଓ ଚିକୁଡୁ ତ୍ରିନାଥ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?