ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨୬।୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି। ସାମାନ୍ୟ ବର୍ଷା ହେଲେ ପାଣି ଗଳି ଗୃହରେ ଜମୁଥିବା ବେଳେ ପିଲା ବିପଦପୂର୍ଣ୍ଣ ଭାବେ ଶିକ୍ଷା ଗ୍ରହଣ କରୁଛନ୍ତି। ଶିକ୍ଷକ ପଦ ପୂରଣ ହେଉ ନ ଥିବାରୁ ଶିକ୍ଷାଦାନରେ ମଧ୍ୟ ବାଧା ଉପୁଜୁଛି। ଏପରିକି ନଳକୂପରୁ ଗୋଳିଆ ପାଣି ବାହାରୁଥିବାବେଳେ ଶୌଚାଳୟ ଅପରିଷ୍କାର ହୋଇପଡ଼ିଥିବାରୁ ବ୍ୟବହାର ହୋଇପାରୁନାହିଁ। ବିଦ୍ୟାଳୟର ଏସବୁ ସମସ୍ୟା ସମାଧାନ ନିମନ୍ତେ ମନୋହରପୁର ଗ୍ରାମବାସୀ ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା କିଛି ସୁଫଳ ମିଳି ନ ଥିବା କୁହାଯାଇଛି।
ଅଭିଯୋଗ ମୁତାବକ, ମନୋହରପୁର ଉଚ୍ଚ ବିଦ୍ୟାଳୟଟି ୧୯୫୮ ଜୁଲାଇ ୩ରେ ଅନୁମୋଦିତ ୟୁଏମ୍‌ଇ ବିଦ୍ୟାଳୟ ଭାବେ ଆରମ୍ଭ ହୋଇଥିଲା। ପରେ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିଲା। ୧୯୯୩-୯୪ ଶିକ୍ଷାବର୍ଷରୁ ୧୯୯୭-୯୮ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ଠିକ୍‌ଠାକ୍‌ ଚାଲିଥିଲା। ୧୯୯୯ ଜାନୁଆରୀ ୨୨ରେ ଗ୍ରାହମ ଷ୍ଟେନ୍ସ ପୋଡ଼ି ପରେ ବିଦ୍ୟାଳୟଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ୨୦୦୮ରେ ବିଦ୍ୟାଳୟକୁ ପୁନଃ ଖୋଲାଯାଇଥିଲା। ସେ ସମୟରେ ୨ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିଯୁକ୍ତି ପାଇ ପାଠପଢ଼ା ଆରମ୍ଭ କରିଥିଲେ। ଏବେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୭୦ ଛାତ୍ରୀଛାତ୍ର ଥିବାବେଳେ ମାତ୍ର ୩ଜଣ ଶିକ୍ଷୟିତ୍ରୀଶିକ୍ଷକ ଅଛନ୍ତି। ଅନ୍ୟପକ୍ଷେ ଗୋଟିଏ ଭଙ୍ଗା ଛାତଘରେ ସମସ୍ତ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଛାତରୁ କଂକ୍ରିଟ୍‌ ଖଣ୍ଡ ଖସୁଥିବା ବେଳେ ବର୍ଷା ହେଲେ ପାଣି ଗଳୁଛି। ସେହିପରି ବିଦ୍ୟାଳୟଟି ଘରୋଇ ଜମିରେ ଥିବାରୁ ସେଠାରେ ଗୋରୁ, ଛେଳି ମଧ୍ୟ ବନ୍ଧା ଯାଉଛି। ବାରମ୍ବାର ଅଭିଯୋଗ ପରେ ଉପଜିଲାପାଳ ନୀଳମାଧବ ସୁନା, ଆନନ୍ଦପୁର ବିଡିଓ ମନୋଜ ମାହାନ୍ତ, ଆନନ୍ଦପୁର ତହସିଲଦାର ପଲ୍ଲବୀ ପ୍ରିୟଦର୍ଶିନୀ, ସ୍ଥାନୀୟ ଆର୍‌ଆଇଙ୍କ ଉପସ୍ଥିତିରେ ୨୭ ଡିସିମିଲ ଜାଗା ଚିହ୍ନଟକରି ସ୍କୁଲ ନାମରେ କରାଯାଇଥିଲା। ସେଠାରେ ଏକ ନୂତନ ଶ୍ରେଣୀଗୃହ ନିର୍ମାଣ ମଧ୍ୟ ହୋଇଛି। ମାତ୍ର ଶୌଚାଳୟ, ବିଦ୍ୟୁତ୍‌ ସୁବିଧା, ରୋଷେଇ ଘର, ପାଚେରି କାମ ହୋଇ ନ ଥିବାରୁ ସେଠାକୁ ସ୍କୁଲ ସ୍ଥାନାନ୍ତର ହୋଇପାରୁନାହିଁ। ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ସାହା କହିଛନ୍ତି, କମ୍ପୋଜିଟ ଗ୍ରାଣ୍ଟରେ ବିଦ୍ୟାଳୟକୁ ୨୩-୨୪ ଆର୍ଥିକ ବର୍ଷରେ ୨୫,୦୦୦ ଟଙ୍କା ଆସିଥିବାବେଳେ ସେଥିରେ ରୋଷେଇ ଘର ମରାମତି କରାଯାଇଥିଲା। ୨୪-୨୫ରେ ଆସିଥିବା ୨୫,୦୦୦ ଟଙ୍କାରେ ନଳକୂପରେ ନୂଆ ସବ୍‌ମର୍ସିବଲ ପମ୍ପ ମୋଟର ବସାଯାଇଥିଲା। ୨୫-୨୬ ବର୍ଷରେ ଆସିଥିବା ୯,୦୦୦ ଟଙ୍କାରେ ନଳକୂପ ଚାନ୍ଦିନୀ ଓ ଫାଟକ ମରାମତି କରାଯାଇଛି। ବିଦ୍ୟାଳୟର ଏସ୍‌ଏମ୍‌ସି ସଭାପତି ସୁଦର୍ଶନ ହଁାସଦା, କମିଟିର ମେମ୍ବର ସିମିଲି ହଁାସଦା, ରାମଚନ୍ଦ୍ର ମୁର୍ମୁ, ରଞ୍ଜିତା ପାତ୍ର, ସୀତା ହେମ୍ବ୍ରମଙ୍କ କହିବା ହେଲା, ବିଦ୍ୟାଳୟର ସମସ୍ୟା ସମାଧାନ ହେଉନାହିଁ କି ନୂତନ ଗୃହରେ ସୁବିଧା କରାଯାଇ ସ୍ଥାନାନ୍ତର କରାଯାଉନାହିଁ। ସ୍କୁଲର ଛାତ ବହୁ ପୁରୁଣା ହୋଇଯାଇଥିବାରୁ ଏହାର ପ୍ଲାଷ୍ଟର ଖଣ୍ଡ ଖସୁଛି। କେତେବେଳେ ବି କାହା ଉପରେ ପ୍ଲାଷ୍ଟର ଖସି କ୍ଷତି ହୋଇପାରେ। ତେଣୁ ଏହାର ତୁରନ୍ତ ସମାଧାନ କରାଯାଉ। ଅନ୍ୟପକ୍ଷରେ ଆନନ୍ଦପୁର ଅତିରିକ୍ତ ଶିକ୍ଷା ଅଧିକାରୀ ହେମେନ୍ଦ୍ର ନାଥ ମହାନ୍ତି କହିଛନ୍ତି, ସମସ୍ୟା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇ ଦିଆଯାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୬ଟି ପ୍ରସ୍ତାବରେ ବାଜିଲା ମୋହର;ନବମ-ଦଶମ ପିଲାଙ୍କୁ ମାଗଣା ବହି,ବଦଳିବ ସହରର…

ଭୁବନେଶ୍ୱର,୧୩|୧୦: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୧୧ଟି ବିଭାଗର ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଥିବା…

ବଜାପଲ୍ଲୀରେ ଶିଶୁ ମହୋତ୍ସବ ‘ସୁରଭି’: କୋମଳମତି ଶିଶୁଙ୍କ ନୃତ୍ୟ କଳାରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଅଧୀନ ବଜାପଲ୍ଲୀ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଗୋକର୍ଣ୍ଣପୁର…

ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା; ପୋଲିସର ଅତର୍କିତ ଚଢ଼ାଉରେ ୬ ଜଣ ଗିରଫ; ଟଙ୍କା-ମୋବାଇଲ ସହ…

ପାରଳାଖେମୁଣ୍ଡି,୧୩।୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଜୁଆ ଆଡ୍ଡା ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଆଦର୍ଶ…

ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍‌ଚୁପ୍‌ରେ କମ୍ପିଲା କଲେଜ କ୍ୟାମ୍ପସ୍…

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କଲେଜ ପରିସର ଚଳଚଞ୍ଚଳ…

ବୈତରଣୀ ନଦୀରୁ ନାବାଳକଙ୍କ ଗଳିତ ମୃତଦେହ ଜବତ, ପରିଚୟ ଖୋଜୁଛି ତୁରୁମୁଙ୍ଗା ପୋଲିସ

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଜୁମେଇଁ ଗ୍ରାମ ନିକଟ ବୈତରଣୀ ନଦୀର ସିନ୍ଦୁରିଗୌରୀ ଘାଟରୁ ମଙ୍ଗଳବାର ଦିନ ଜଣେ…

ଦାରିଙ୍ଗବାଡିରେ ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଗଞ୍ଜେଇ ବେପାରୀ; ୨୩ କେଜିରୁ ଅଧିକ ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୧୩।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଏକ ବଡ଼ଧରଣର ଗଞ୍ଜେଇ ଜବତ କରାଯାଇଛି। ପାଟ୍ରୋଲିଂ ବେଳେ ପୋଲିସ ୨୩…

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?