ପ୍ରଶ୍ନୋପନିଷଦ୍‌ର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ

 

ସୌର୍ଯ୍ୟାୟଣୀଙ୍କର ଚତୁର୍ଥ ପ୍ରଶ୍ନ ଥିଲା-ଗାଢ଼ ନିଦ୍ରା ଅବସ୍ଥାରେ କେଉଁ ଦେବତା(ଇନ୍ଦ୍ରିୟ)ମାନେ ଜାଗ୍ରତ ଓ ସୁପ୍ତ ଅବସ୍ଥାରେ ଥାଆନ୍ତି। ସ୍ବପ୍ନ କିଏ ଦେଖେ ଓ ସ୍ବପ୍ନର ସୁଖ କିଏ ଅନୁଭବ କରେ। ଉଦାହରଣ ମାଧ୍ୟମରେ ଋଷି ପିପ୍ପଳଦା କହିଛନ୍ତି ଯେ, ପକ୍ଷୀମାନେ ଦିନରେ ଏଣେତେଣେ ଉଡ଼ି ସାୟଂକାଳରେ ବୃକ୍ଷରେ ଥିବା ନିଜର ନୀଡ଼ରେ ରାତ୍ରିଯାପନ କଲାପରି ମନ ଓ ଇନ୍ଦ୍ରିୟ ନିଦ୍ରା ଅବସ୍ଥାରେ ଆତ୍ମାରେ ଲୀନ ହୋଇ ନିଜର ଅସ୍ତିତ୍ୱକୁ ହରାଇ ବସନ୍ତି। ମାତ୍ର ଅଗ୍ନିସ୍ଥାନୀୟ ପଞ୍ଚବୃତ୍ତି ପ୍ରାଣ ଜାଗରିତ ରହି ଶରୀରର ଯଜ୍ଞରୂପୀ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିଥାଆନ୍ତି। ଉପନିଷଦ୍‌କାରଙ୍କ ଭାଷାରେ ମନୁଷ୍ୟ ଶରୀରରେ ପ୍ରତି ମୁହୂର୍ତ୍ତରେ (ଅହୋରାତ୍ର) ଯଜ୍ଞକ୍ରିୟା ଅନୁଷ୍ଠିତ ହେଉଅଛି। ଏହି ଯାଜ୍ଞିକ କ୍ରିୟାରେ ଶରୀର ଅଧିଷ୍ଠାନ, ମନ ଯଜମାନ, ଇନ୍ଦ୍ରିୟଗଣ ସାଧାନ, ପ୍ରାଣ ଅପାନ ଓ ବ୍ୟାନ ବାୟୁ ଯଥାକ୍ରମେ ଅବହନୀୟ, ଗ୍ରାହପତ୍ୟ ଓ ଦକ୍ଷିଣାଗ୍ନି, ଶ୍ୱାସ-ପ୍ରଶ୍ୱାସ ଆହୁତି, ସମାନବାୟୁ ପୁରୋହିତ ଓ ଉଦାନବାୟୁ ଯଜ୍ଞଫଳ କର୍ତ୍ତା ଅଟନ୍ତି। ମନରୂପୀ ଯଜମାନଙ୍କୁ ଉଦାନ ବାୟୁ ପ୍ରତିଦିନ ସୁଷୁପ୍ତି ଅବସ୍ଥାରେ ଉତ୍‌କ୍ରମଣ କରାଇ ବ୍ରହ୍ମ ଜ୍ଞାନ ପ୍ରାପ୍ତ ପାଇଁ ବ୍ରହ୍ମ ସମିପସ୍ତ କରାଇଥାନ୍ତି। ଅସ୍ତଗାମୀ ସୂର୍ଯ୍ୟର କିରଣରାଜି ସୂର୍ଯ୍ୟମଣ୍ଡଳରେ ଏକୀଭୂତ ଓ ସୂର୍ଯ୍ୟୋଦୟ ସମୟରେ ପୁନଃ ବିକଶିତ ହେବାପରି ସ୍ବପ୍ନାବସ୍ଥାରେ ଇନ୍ଦ୍ରିୟଗଣ ମନରେ ଏକୀଭୂତ ହୁଅନ୍ତି ଓ ଜାଗ୍ରତ ଅବସ୍ଥାରେ ପୁନଃ ପ୍ରକାଶିତ ହୋଇ ନିଜ ନିଜ ବିଷୟରେ ପ୍ରବୃତ୍ତ ହୁଅନ୍ତି। ଜୀବାତ୍ମା ସ୍ବପ୍ନାବସ୍ଥାରେ ଇନ୍ଦ୍ରିୟଗୁଡ଼ିକର ବିନା ସହାୟତାରେ ମନ ଦ୍ୱାରା ଦୃଷ୍ଟ-ଅଦୃଷ୍ଟ, ଶୃତ-ଅଶୃତ ଓ ଅନୁଭୂତ -ଅନନୁଭୂତ ବାସନାଗୁଡ଼ିକୁ ଉପଲବ୍ଧି କରିଥାଏ। ଜୀବାତ୍ମା ସ୍ବପ୍ନ ଦେଖୁଥିଲେ ମଧ୍ୟ ସ୍ବପ୍ନ ଜଗତ ଉପରେ ଏହାର ନିୟନ୍ତ୍ରଣ ନ ଥାଏ। କାରଣ ସ୍ବୟଂ ପରମାତ୍ମା ଜୀବର କର୍ମ ଅନୁସାରେ ସ୍ବପ୍ନର ସୃଷ୍ଟି ଓ ବିନାଶ କରିଥାନ୍ତି। ଗାଢ଼ନିଦ୍ରା ବା ସୁଷୁପ୍ତି ଅବସ୍ଥାରେ ମନ ଆତ୍ମାରେ ବିଲୀନ ହୋଇଯିବା ଦ୍ୱାରା ମନର ଅସ୍ତିତ୍ୱ ଲୋପ ହୁଏ ଓ ସ୍ବପ୍ନ ଅପସରି ଯାଏ। ପରମାତ୍ମା ପୁନର୍ବାର ଆତ୍ମାକୁ ସୁଷୁପ୍ତିରୁ ଜାଗ୍ରତ ଅବସ୍ଥାକୁ ଆଣିଥାଆନ୍ତି। ଯାହାଦ୍ୱାରା ଜୀବାତ୍ମା ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ବାହ୍ୟଜଗତ ସହିତ ସମ୍ବନ୍ଧ ସ୍ଥାପନ କରିଥାଏ। ଅତଏବ ଶରୀରରେ ଥିବା ସମସ୍ତ ଇନ୍ଦ୍ରିୟରୂପୀ ଦେବଗଣ ପରମାତ୍ମାଙ୍କର ଆଶ୍ରିତ ଅଟନ୍ତି।
ପଞ୍ଚମ ପ୍ରଶ୍ନରେ ଋଷି ସତ୍ୟକାମ ଓଁକାର ଉପାସନାର ଫଳ ସମ୍ବନ୍ଧରେ ଜିଜ୍ଞାସା କରିଛନ୍ତି। ଉତ୍ତରରେ ଋଷି ପିପ୍ପଳାଦ କହିଛନ୍ତି ଯେ, ତିନି ମାତ୍ରା (ଅ-ଉ-ମ) ବିଶିଷ୍ଟ ଓଁକାର ପରମାତ୍ମାଙ୍କର ସର୍ବୋତ୍ତମ ନାମ ହୋଇଥିବାରୁ ଏହାର ଉପାସନା ଦ୍ୱାରା ମନୁଷ୍ୟକୁ ଉଭୟ ଭୌତିକ ଓ ଆଧ୍ୟାତ୍ମିକ ସୁଖ ମିଳିଥାଏ। ଏକମାତ୍ର ଋକ୍‌ବେଦ ଦ୍ୱିମାତ୍ରା ଯଜୁର୍ବେଦ ଓ ତ୍ରିମାତ୍ରା ସାମବେଦର ପ୍ରତୀକ । ଏହି ତିନି ମାତ୍ରା ଉପରେ ଉପାସନା କଲେ ତିନି ବେଦ ପଠନର ଫଳ ସହିତ ତିନିଲୋକ (ଭୂଲୋକ, ଚନ୍ଦ୍ରଲୋକ, ଆଦିତ୍ୟଲୋକ)ର ସୁଖପ୍ରାପ୍ତ ହୋଇଥାଏ। ଓଁକାର ଉଭୟ ସାକାର ଓ ନିରାକାର ବ୍ରହ୍ମର ପ୍ରତୀକ। ଓଁକାର ମନ୍ତ୍ରର ଆଂଶିକ ଜପରେ ଅପର ବ୍ରହ୍ମ ଓ ସମ୍ପୂର୍ଣ୍ଣ ଜପରେ ପରଂବ୍ରହ୍ମ ପ୍ରାପ୍ତି ହୋଇଥାଏ। ତେଣୁ ତିନିମାତ୍ରା ବିଶିଷ୍ଟ ଓଁକାରର ପ୍ରକୃତ ଅର୍ଥ ବୁଝି ଏକାଗ୍ର ଚିତ୍ତରେ ଧ୍ୟାନ କଲେ ସାପ କାତି ଛାଡ଼ିବା ପରି ମନୁଷ୍ୟ ସମସ୍ତ ସାଂସାରିକ ଦୁଃଖ-ଯନ୍ତ୍ରଣା(ପାପ)ରୁ ମୁକ୍ତ ହୋଇ ସ୍ବର୍ଗ ସୁଖ ପ୍ରାପ୍ତି କରେ। ତେଣୁ ଓଁକାର ଉପାସନା ସର୍ବଦା ଶୁଭଫଳ ପ୍ରଦାନକାରୀ।
ଷଷ୍ଠ ପ୍ରଶ୍ନରେ ଋଷି ସୁକେଶା ଷୋଡ଼ଶ କଳାମୁକ୍ତ ପୁରୁଷ ଓ ତାଙ୍କର ନିବାସ ସମ୍ବନ୍ଧରେ ଜିଜ୍ଞାସା କରିଛନ୍ତି। ଋଷି ପିପ୍ପଳାଦ କହିଛନ୍ତି ଯେ, ସ୍ବୟଂ ପରମେଶ୍ୱର ୧୬ କଳାଯୁକ୍ତ ପୁରୁଷ। ଏହି କଳାଗୁଡ଼ିକ ମାନବ ଶରୀରର ୧୬ଗୋଟି ଗୁଣ ବା ତତ୍ତ୍ୱ। ସେଗୁଡ଼ିକ ହେଲା- ପ୍ରାଣ, ଶ୍ରଦ୍ଧା, ପୃଥିବୀ, ଜଳ, ତେଜ, ବାୟୁ, ଆକାଶ, ଦଶ ଇନ୍ଦ୍ରିୟ (୫ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ) ମନ, ଅନ୍ନ, ବୀର୍ଯ୍ୟ, ତପ, ମନ୍ତ୍ର, କର୍ମ, ଲୋକ ଓ ନାମ। ଚକ୍ରର କେନ୍ଦ୍ରବିନ୍ଦୁରେ ଅରଗୁଡ଼ିକ ସଂଯୁକ୍ତ ହେବାପରି ଶରୀର ମଧ୍ୟରେ ବିଦ୍ୟମାନ ଚେତନ ପୁରୁଷଠାରୁ ଏହି ୧୬ଗୋଟି ଗୁଣ (କଳା) ଚତୁର୍ଦ୍ଦିଗକୁ ବିଛୁରିତ ହୋଇଥାଏ। କେବଳ ପରମାତ୍ମା ଏହି ୧୬ କଳାର ଅଧିକାରୀ। ତେଣୁ ସେ ପୂର୍ଣ୍ଣ ପୁରୁଷ। ଆତ୍ମା ନିଜର କର୍ମଫଳ ସମ୍ବନ୍ଧରେ ଅଭିଜ୍ଞ ହେବା ପାଇଁ ପରମାତ୍ମା ମାନବ ଶରୀରରେ ଏହି ୧୬ କଳାର ନିର୍ମାଣ କରିଛନ୍ତି। ୧୬ କଳା ମଧ୍ୟରୁ ୮ଟି କଳା ଜଡ଼ଜଗତ ଓ ୮ଟି କଳା ଚେତନ ଜଗତ ସହିତ ସମ୍ପୃକ୍ତ। ପ୍ରାଣ କଳାରୁ ଜୀବନ ପ୍ରାରମ୍ଭ ହୁଏ। ଦେହରୁ ପ୍ରାଣ ଅସ୍ତମିତ ହେଲେ ଅନ୍ୟ ସମସ୍ତ କଳା ଆପେ ଆପେ ସ୍ବତଃ ଅପସରି ଯାଏ। ତେଣୁ ପ୍ରାଣ କଳା ମୁଖ୍ୟ ଓ ସର୍ବଶ୍ରେଷ୍ଠ ପ୍ରଥମ କଳା। ଦିବ୍ୟଜ୍ଞାନର ପ୍ରକାଶ ହେଲେ ମାୟାର ଅପସାରଣ ଦ୍ୱାରା ସମଗ୍ର ବାହ୍ୟଜଗତ ଅଦୃଶ୍ୟ ହୋଇ କେବଳ ବ୍ରହ୍ମଦର୍ଶନ ହୋଇଥାଏ। ଉଦାହରଣ ସ୍ବରୂପ ବିଭିନ୍ନ ନାମ ଧାରଣ କରିଥିବା ନଦୀ ସାଗରରେ ମିଶିବା ପରେ ନିଜର ନାମ, ରୂପ ଓ ସ୍ବତନ୍ତ୍ରତା ହରାଇ ଏକାକାର ହୋଇଯିବା ପରି, ୧୬ କଳାରେ ବିମଣ୍ଡିତ ପୁରୁଷ ନିଜର ଅଧିଷ୍ଠାନ ପୁରୁଷ(ଆତ୍ମା)ଠାରେ ସମାହିତ ହେଲେ ନିଜର ଅସ୍ତିତ୍ୱ ବିଲୋପ ହୋଇ କଳାରହିତ ହୁଏ ଓ ଅମର ହୋଇଯାଏ। ତେଣୁ କଳାଗୁଡ଼ିକ ଚେତନ ପୁରୁଷର ଉପାଧି ମାତ୍ର। ଏହି ତତ୍ତ୍ୱକୁ ଜାଣିଲେ ମନୁଷ୍ୟ ଦୁଃଖ-ଶୋକ ଓ ଜନ୍ମ-ମୃତ୍ୟୁ ଆଦି ଯନ୍ତ୍ରଣାରୁ ମୁକ୍ତ ହୋଇ ପରମ ସୁଖ ପ୍ରାପ୍ତି କରିଥାଏ।
ଉପନିଷଦ୍‌ର ୬ ଗୋଟି ପ୍ରଶ୍ନୋତ୍ତର ମାଧ୍ୟମରେ ଋଷି ଆମ୍ଭମାନଙ୍କୁ ଅବଗତ କରାଇ ଦେବାକୁ ଚାହାନ୍ତି ଯେ, ଶରୀର ସାଂସାରିକ ସୁଖକୁ ଉପଭୋଗ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ମୁକ୍ତି ପାଇଁ ଏହା ଏକ ମାଧ୍ୟମ। ସୃଷ୍ଟିର ନିର୍ମାଣ, ପିଣ୍ଡ ଓ ବ୍ରହ୍ମାଣ୍ଡ ମଧ୍ୟରେ ଥିବା ସମ୍ବନ୍ଧ ବିଷୟରେ ଜ୍ଞାନ ତଥା ଧ୍ୟାନ, ପ୍ରଣବ ଜପ ଓ ଈଶ୍ୱର ଉପାସନା ଦ୍ୱାରା ଜୀବାତ୍ମାର ମୁକ୍ତି ହୋଇଥାଏ। ସର୍ବୋପରି ପରମାତ୍ମା ସମଗ୍ର ଜଡ଼ ଓ ଚେତନ ପଦାର୍ଥର ଅଧିକାରୀ। ଏହା ହେଉଛି ପ୍ରଶ୍ନୋପନିଷଦ୍‌ର ପ୍ରତିପାଦ୍ୟ ସିଦ୍ଧାନ୍ତ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?