Posted inଜାତୀୟ

ଫିଫା ଓ୍ବାଲର୍‌ଡକପ୍‌ରେ ଜାକିର ନାଏକ

ନୂଆଦିଲ୍ଲୀ/ପଣଜୀ,୨୩।୧୧: ବିବାଦୀୟ ଇସ୍‌ଲାମୀୟ ବିଦ୍ୱାନ ଜାକିର ନାଏକଙ୍କୁ ଫିଫା ଓ୍ବାଲର୍‌ଡକପ୍‌କୁ ବକ୍ତୃତା ଦେବା ପାଇଁ କାତାର ପକ୍ଷରୁ ନିମନ୍ତ୍ରଣ କରାଯିବା ଉପରେ ଭାରତରେ ଉଦ୍‌ବେଗ ପ୍ରକାଶ ପାଇଛି। ଇଣ୍ଡିଆନ୍‌ ଫୁଟ୍‌ବଲ୍‌ ଆସୋସିଏଶନ୍‌ ଏବଂ ଖେଳ ଦେଖିବାକୁ ଯାଉଥିବା ଭାରତୀୟମାନେ ବିଶ୍ୱକପ୍‌କୁ ବର୍ଜନ କରନ୍ତୁ ବୋଲି ଭାଜପା ପକ୍ଷରୁ ଦାବି କରାଯାଇଛି।
ସହ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ଭାରତରୁ ପଳାତନ କରିଥିବା ଜାକିର ନାଏକଙ୍କୁ ଭାଷଣ ଦେବା ପାଇଁ ଆୟୋଜକ ରାଷ୍ଟ୍ର କାତାର ଫିଫା ଓ୍ବାଲର୍‌ଡ କପ୍‌କୁ ନିମନ୍ତ୍ରଣ କରିଥିଲା। ବିଶ୍ୱ ଆତଙ୍କବାଦର ମୁକାବିଲା ପାଇଁ ଲଢ଼େଇ କରୁଥିବାବେଳେ ତାଙ୍କୁ ଏହି ବିଶ୍ୱମଞ୍ଚରେ ସୁଯୋଗ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ନେତା ସାଭିଓ ରୋଡ୍ରିଗୁଏସ୍‌ କହିଛନ୍ତି। ଏହି ପ୍ରସଙ୍ଗ ବିବାଦୀୟ ହେବା ପରେ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଭାରତ କାତାରକୁ କଡ଼ା ଭାଷାରେ ନିଜ ଆପତ୍ତି ଜଣାଇବ।
ପ୍ରକାଶ ଯେ, ଜାକିର ଭାରତ ଓ ବିଦେଶର ଅନେକ ମୁସଲମାନ ଯୁବକଙ୍କୁ ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ପାଇଁ ଉସୁକାଉଥିବା ନେଇ ପୂର୍ବରୁ ଜଣାପଡ଼ିଥିଲା। ଗୁଜରାଟ, କର୍ନାଟକ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର ଓ ଓଡ଼ିଶାରେ ତାଙ୍କ ଅନୁଗାମୀ ଥିବା କୁହାଯାଉଛି। ଜାକିର ୨୦୧୬ରେ ଭାରତରୁ ମାଲେସିଆ ପଳାୟନ କରିଥିଲେ। ସେଠାରେ ତାଙ୍କୁ ସ୍ଥାୟୀ ବାସିନ୍ଦା ହେବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଅନୁମତି ଦେଇଥିଲେ। ଜାକିରଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ମାଲେସିଆ ସରକାରଙ୍କୁ ଭାରତ ଅନୁରୋଧ କରିଥିଲା। ଅନ୍ୟ ଧର୍ମଗୁଡ଼ିକ ବିରୋଧରେ ଘୃଣା ମନ୍ତବ୍ୟ ଦେବା ଅଭିଯୋଗରେ ବ୍ରିଟେନ ଓ କାନାଡା ମଧ୍ୟ ଜାକିରଙ୍କ ଉପରେ ନିଷେଧାଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri