ଚିନ୍ତା ବଢ଼ାଇଲା ନୂଆ ରୂପ

ଲଣ୍ଡନ, ୨୨।୧୨: ବ୍ରିଟେନରେ କରୋନା ଭୂତାଣୁର ଏକ ପରିବର୍ତ୍ତିତ ସଂସ୍କରଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିଯାଇଛି। ନୂଆ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟିଶ ସରକାର କଡ଼ା ଲକ୍‌ଡାଉନ କଟକଣା ଜାରି କରିଛନ୍ତି। ସରକାର ସୋମବାର ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବ ଭୂତାଣୁ ତୁଳନାରେ ଏହାର ନୂଆ ସଂସ୍କରଣ ୭୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏହା ଅତି ଦ୍ରୁତ ଗତିରେ ବ୍ୟାପିଚାଲିଛି। ସେଥିପାଇଁ ସେଠାରେ ସମସ୍ତ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଯାତାୟାତକୁ ନିଷିଦ୍ଧ କରାଯାଇଛି। ଲୋକଙ୍କୁ ଘରୁ ନ ବାହାରିବାକୁ ଏବଂ ଖ୍ରୀଷ୍ଟମାସରେ ଏକାଠି ନ ହେବାକୁ ପରାମର୍ଶ ଦିଆଯାଇଛି। ଓ୍ବେଲ୍ସ ଓ ସ୍କଟଲାଣ୍ଡରେ ମଧ୍ୟ କଟକଣାକୁ କଡ଼ାକଡ଼ି କରାଯାଇଛି। ବାଣିଜ୍ୟ ଓ ପରିବହନ ଉପରେ କଟକଣା ଲାଗିଥିବାରୁ ଖ୍ରୀଷ୍ଟମାସରେ ବ୍ରିଟେନରେ ଖାଦ୍ୟ ସଙ୍କଟ ଦେଖାଦେବା ଆଶଙ୍କା ପ୍ରକାଶ ପାଇଛି।
ବ୍ରିଟେନରେ କରୋନା ଭୂତାଣୁର ଦ୍ୱିତୀୟ ଓ ତୃତୀୟ ଲହର ଚାଲିଥିବାରୁ ଅନେକ ଦେଶ ସାମାଜିକ ଦୂରତ୍ୱ କଟକଣାକୁ ପୁଣିଥରେ କଡ଼ାକଡ଼ି କରିଛନ୍ତି। ଭୂତାଣୁର ନୂଆ ସଂସ୍କରଣ ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ଜଣାଇଦିଆଯାଇଛି ଏବଂ ଉପଲବ୍ଧ ତଥ୍ୟ ଉପରେ ତର୍ଜମା ଚାଲିଛି ବୋଲି ଇଂଲଣ୍ଡର ମୁଖ୍ୟ ମେଡିକାଲ ଉପଦେଷ୍ଟା କ୍ରିସ୍‌ ହ୍ବିଟି କହିଛନ୍ତି। ତେବେ ନୂଆ ଭୂତାଣୁ ବ୍ରିଟେନ୍‌ ବାହାରକୁ ଯାଇଛି କି ନାହିଁ ଜଣାପଡ଼ିନାହିଁ। ଏହି ଭୂତାଣୁ ଦ୍ରୁତଗତିରେ ସଂକ୍ରମିତ ହେଉଥିବାରୁ ବହୁସଂଖ୍ୟାରେ ଲୋକେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏଭଳି ସମୟରେ ନୂଆ କଟକଣା ଲଗାଇବାର ଆବଶ୍ୟକତା ଥିବା ମୁଖ୍ୟ ବିଜ୍ଞାନ ଉପଦେଷ୍ଟା ପାଟ୍ରିକ୍‌ ଭାଲାନ୍ସ କହିଛନ୍ତି।
ବ୍ରିଟେନକୁ ଇତିମଧ୍ୟରେ ଭାରତ ସମେତ ଜର୍ମାନୀ, ଇଟାଲୀ, ବେଲ୍‌ଜିୟମ, ଫ୍ରାନ୍ସ, ଡେନ୍‌ମାର୍କ, ବୁଲଗେରିଆ, ଆଇରିଶ୍‌ ରିପବ୍ଳିକ୍‌, ତୁର୍କୀ ଏବଂ କାନାଡା ବିମାନ ଚଳାଚଳ ବନ୍ଦ କରିସାରିଲେଣି। ହଂକଂ, ଇସ୍ରାଏଲ୍‌, ଇରାନ, କ୍ରୋଏସିଆ, ଆର୍ଜେଣ୍ଟିନା, ଚିଲି, ମରକୋ ଏବଂ କୁଏତ୍‌ ମଧ୍ୟ ବ୍ରିଟେନକୁ ଟ୍ରାଭେଲ କଟକଣା ଲଗାଇଛନ୍ତି। ବ୍ରିଟେନରେ ରବିବାର ୩୫,୯୨୮ ନୂଆ ସଂକ୍ରମଣ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୪୦,୧୪୭ରେ ପହଞ୍ଚତ୍ଛି। ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୭,୪୦୧ରେ ପହଞ୍ଚତ୍ଲାଣି। ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ବ୍ରୁସେଲ୍ସଠାରେ ଏକ ବୈଠକରେ ମିଳିତ ପଦକ୍ଷେପ ସମ୍ପର୍କରେ ଆଲୋଚନା କରୁଛନ୍ତି।
ଭୂତାଣୁର ଏହି ପରିବର୍ତ୍ତିତ ସଂସ୍କରଣ ପ୍ରଥମେ ଦକ୍ଷିଣପୂର୍ବ ଇଂଲଣ୍ଡରେ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିଲା। କ୍ରମେ ଏହା ଦ୍ରୁତ ଗତିରେ ମାଡ଼ିଚାଲି ସମଗ୍ର ଲଣ୍ଡନ ଓ ବ୍ରିଟେନର ଅନ୍ୟ ଅଞ୍ଚଳକୁ ବ୍ୟାପିଗଲାଣି। ବ୍ରିଟେନ୍‌ ପ୍ରଥମ ରାଷ୍ଟ୍ର ଭାବେ ଫାଇଜର ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ସେଠାରେ ଟିକାକରଣ ଚାଲିଥିବାବେଳେ ଏହା ଟିକାର ପ୍ରତିରୋଧୀ ପ୍ରଭାବ ବୋଲି ସନ୍ଦେହ କରାଯାଉଥିବାବେଳେ ବିଶେଷଜ୍ଞମାନେ ଏହାକୁ ଖଣ୍ଡନ କରିଛନ୍ତି। ଏହା ଅଧିକ ବିପଜ୍ଜନକ କିମ୍ବା ଟିକାର ପ୍ରତିରୋଧୀ ଭଳି ଲାଗୁ ନ ଥିବା ସେମାନେ କହିଛନ୍ତି।

୩୧ ଯାଏ ଭାରତକୁ ବିମାନ ବାତିଲ

ବ୍ରିଟେନରେ ନୂଆ ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଭାରତ ସରକାର ବୁଧବାରଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେଠାକୁ ବିମାନ ଚଳାଚଳ ବନ୍ଦ କରିଛନ୍ତି। ଏହା ପୂର୍ବରୁ ଯେଉଁ ଯାତ୍ରୀମାନେ ବ୍ରିଟେନରୁ ଭାରତ ଆସିବେ ବିମାନ ବନ୍ଦରରେ ସେମାନଙ୍କର କୋଭିଡ୍‌ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ଡିସେମ୍ବର ୨୨ ରାତି ୧୧ଟା ୫୯ରୁ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି। ବ୍ରିଟେନରେ ନୂଆ ସଂକ୍ରମଣକୁ ନେଇ ସରକାର ସତର୍କ ରହିଛନ୍ତି। ଭୟ କରିବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସୋମବାର କହିଛନ୍ତି। ସଂକ୍ରମଣ ରୋକିବାକୁ ସରକାର ବର୍ଷେ ହେଲା ସମସ୍ତ ପଦକ୍ଷେପ ନେଉଛନ୍ତି। ବ୍ରିଟେନକୁ ତୁରନ୍ତ ବିମାନ ବାତିଲ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ...

ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି

ଲଣ୍ଡନ,୨୮।୩: ବ୍ରିଟିଶ ରାଜ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ରାଜକୁମାରୀ କେଟ ମିଡଲେଟନ କ୍ୟାନସର ରୋଗ ସହ ସଂଗ୍ରାମ କରୁଛନ୍ତି। ଏହି...

୭୦ ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିବେ ସରକାର

ନୂଆଦିଲ୍ଲୀ,୨୭।୩: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଆଗାମୀ ସମୟରେ ୭୦ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ସରକାର। ମାର୍ଚ୍ଚ ୨୬ ରେ ଏକ କାର୍ୟ୍ୟକ୍ରମରେ ସମ୍ବୋଧନ...

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ବ୍ୟାଙ୍କକ୍‌,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍‌କୁ ମଞ୍ଜୁରୀ ଦେଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ...

ଆମେରିକାର ବ୍ରିଜ୍‌ ଭୁଶୁଡିବା ଘଟଣା: ଜାହାଜ କ୍ରୁ ମେମ୍ବରଙ୍କୁ ମିଳିଲା ହିରୋ ଆଖ୍ୟା

ଓ୍ବାଶିଂଟନ୍‌,୨୭।୩: ଆମେରିକାର ମେରିଲ୍ୟାଣ୍ଡସ୍ଥିତ ବାଲଟିମୋର ସହରରେ ଏକ ନଦୀ ଉପରେ ନିର୍ମିତ ବ୍ରିଜ୍‌ ଏକ ଜାହାଜ ସହିତ ଧକ୍କା ହେତୁ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ...

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୫ ଚାଇନା ନାଗରିକଙ୍କ ମୃତ୍ୟୁ

ଇସଲାମାବାଦ,୨୬।୩: ପାକିସ୍ତାନରେ ମଙ୍ଗଳବାର ବଡ଼ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟିଛି। ଖେବର୍‌ ପାଖ୍‌ତୁନ୍‌ଖ୍ବାଠାରେ ହୋଇଥିବା ଏହି ଆକ୍ରମଣରେ ୫ ଚାଇନା ନାଗରିକଙ୍କ ସମେତ ୬ଜଣଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri