ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ଚିନ୍ତାରେ ସରକାର…

ନୂଆଦିଲ୍ଲୀ, ୩୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୩୨ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।

ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବା ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଏବଂ ଟିକାକରଣକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ସରକାର ଚିନ୍ତାରେ ରହିଛନ୍ତି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୨ ଶହ ଉପରେ ରହିଛି। ଏହା ୨୨୩ ଛୁଇଁଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ବଢ଼ି ୩ ହଜାର ୬୫୩ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୧୭୯ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୦୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୭୮ହଜାର ୩୮୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୪ ହଜାର ୨୯ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ଘଟଣା…ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୮: ହରିୟାଣାର ଫରିଦାବାଦ ଜିଲାର ସିକରୌନା ଗାଁରେ ଥିବା ଏକ ସ୍କୁଲରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ମୁଖା ପିନ୍ଧିଥିବା ଯୁବକ ସ୍କୁଲ ପରିସରକୁ…

ଜବରଦସ୍ତ ବିଜୟ ପରେ ଭାଜପାକୁ ଏମିତି ଅନୁରୋଧ କଲେ ପ୍ରଶାନ୍ତ କିଶୋର: ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ…

ପାଟନା,୩।୮: ଜନ ସୂରଜ ପାର୍ଟି (JSP)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବାଙ୍କିପୁର ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ଭାଜପା ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରିଛନ୍ତି।…

RSSର ବଡ଼ ପ୍ଲାନ! ମୋଦିଙ୍କ ପରେ Gen-Zଙ୍କ ସହ ସିଧାସଳଖ କଥା ହେବେ ମୋହନ ଭାଗବତ

ନୂଆଦିଲ୍ଲୀ,୩।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସଂଘ ଚାଳକ ମୋହନ ଭାଗବତ ଅଗଷ୍ଟ ୬ ତାରିଖରେ ଦେଶର ଯୁବବର୍ଗଙ୍କ ସହ ସୀଧାସଳଖ କଥାବାର୍ତ୍ତା କରିବେ। ଆରଏସଏସ…

ବାଙ୍କିପୁର ବିଜୟ ପରେ ପିଏମ୍‌ ମୋଦିଙ୍କୁ ଏହି ଅପିଲ କଲେ ପ୍ରଶାନ୍ତ କିଶୋର, ଆଶ୍ଚର୍ଯ୍ୟ ହୋଇଗଲା ଭାଜପା!

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ତେବେ ଭୋଟ ଗଣତି ଚାଲିଥିବା ସମୟରେ ଗଣମାଧ୍ୟମ ସହ…

ଜିତିଲେ ପ୍ରଶାନ୍ତ କିଶୋର, ଭାଙ୍ଗିଲା ଭାଜପାର ୩୫ ବର୍ଷର ଗଡ଼, ଏତିକି ଭୋଟ ବ୍ୟବଧାନରେ ବଡ଼ ବିଜୟ

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ବଡ଼ ବିଜୟ ହାସଲ କଲେ ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ…

ଲୁଗା ବ୍ୟବସାୟୀଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ: ସୁନା ଗହଣା ସବୁ ଲୁଟିନେେଲେ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ର ଲୁଗା ବ୍ୟବସାୟୀ ଅଶୋକ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ…

ବନ ନିଗମର ବିଭିନ୍ନ ସମସ୍ୟା ସମାଧାନ ଦାବି: ଖାଲି ପଦବୀ ପୂରଣ ଉପରେ ଗୁରୁତ୍ୱ

ଭଞ୍ଜନଗର, ୩।୮(ବାବୁଲା ପ୍ରଧାନ): ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ…

ଶ୍ରାବଣ ସୋମବାରରେ ପାଟଣା ଅଞ୍ଚଳରେ ଭକ୍ତିମୟ ପରିବେଶ, ହରହର ମହାଦେବ ଧ୍ବନୀରେ ପ୍ରକମ୍ପିତ ମନ୍ଦିର

ପାଟଣା,୩ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ପ୍ରଥମ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri