ସର୍ଭିସ୍‌ ଓ ଫିଡ୍‌ବ୍ୟାକ୍‌ ପରିପୂରକ: ‘ସ୍କୁଲ ବ୍ୟାଗ୍‌ ନେଇଥିବା ପିଲା ବାହାଘର ବେଳେ ପୁଣି କିଣାକିଣି କରିବାକୁ ଆସନ୍ତି।’

ସମୟ ଗଡ଼ିଯାଏ ଜୁଆର ଫେରିଯାଏ, ରହିଯାଏ ଅଲିଭା ସନ୍ତକ। ୧୯୭୬ରେ ଭୁବନେଶ୍ୱର ପୁରୁଣା ବସ୍‌ଷ୍ଟାଣ୍ଡରେ ଗଢ଼ିଉଠିଥିବା ‘ପଣ୍ଡା ଏଣ୍ଟରପ୍ରାଇଜେସ୍‌’ର ପରିବର୍ତ୍ତିତ ସଂସ୍କରଣ ‘ପଣ୍ଡା ଟ୍ରାଭେଲ ମାର୍ଟ’ ଏହାର ବଳିଷ୍ଠ ଦୃଷ୍ଟାନ୍ତ। ସ୍ବର୍ଗତ ଗତିକୃଷ୍ଣ ପଣ୍ଡା ଆରମ୍ଭ କରିଥିବା ଏହି ପ୍ରତିଷ୍ଠାନ ୪୪ ବର୍ଷରେ ଅନେକ ଉତ୍‌ଥାନ ପତନ ଦେଖିଛି। ସ୍ରୋତରେ ନ ଭାସି ସମୟ ସହ ସମତାଳ ଦେଇଛି। ରାଜଧାନୀର ମେଗା କଲେକ୍ସନ୍‌ ଷ୍ଟୋର ପଣ୍ଡା ଏଣ୍ଟରପ୍ରାଇଜେସ ୍‌ ଡାଇରେକ୍ଟର ଶିବପ୍ରସାଦ ପଣ୍ଡା ଧରିତ୍ରୀ ସହ ବାଣ୍ଟିଛନ୍ତି ତାଙ୍କ ସଫଳ ଯାତ୍ରାର ଅନୁଭୂତି।

ଗତ ୪୪ ବର୍ଷରେ ସଂସ୍ଥାର ବିକାଶ କିପରି ହୋଇଛି, ଏହାର ଶ୍ରେୟ କାହାକୁ ଦେବେ?
ଛୋଟ ଏକ ଦୋକାନରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଆଜି ୧୨ ହଜାର ବର୍ଗଫୁଟ ପରିମିତ ୩ ମହଲା କୋଠା ସହିତ ଓ ରାଜଧାନୀର ପ୍ରମୁଖ ସ୍ଥାନରେ ଆଉ ୨ଟି ଶାଖା ଖୋଲି କାରବାର କରୁଛି। ଏହା ପଛରେ ରହିଛି କଠିନ ପରିଶ୍ରମ, କର୍ମଚାରୀଙ୍କ ବିଶ୍ୱାସ ସହିତ ଗ୍ରାହକ ସମ୍ପର୍କ ଓ ଭଲପାଇବା।

ବ୍ୟବସାୟକୁ କିପରି
ପ୍ରଭାବିତ କରିଛି କରୋନା?
ମହାମାରୀର ପ୍ରଭାବ ସଂସ୍ଥା ଉପରେ ପଡ଼ିଛି। ଗତ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ କାରବାର ମାନ୍ଦା ଥିବାବେଳେ ସେପ୍ଟେମ୍ବରରୁ ବଜାରର ସ୍ଥିରତା ଆସିଥିଲା। ଅକ୍ଟୋବରରୁ ସ୍ଥିତି ସୁଧୁରିଥିଲା। ଡିସେମ୍ବର ଶେଷ ବେଳକୁ ବ୍ୟବସାୟରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। କୋଭିଡ୍‌ କଟକଣା ମଧ୍ୟରେ ସ୍କୁଲ କଲେଜ ଖୋଲିବା ସହ ପର୍ଯ୍ୟଟନ ଓ ବିଦେଶ ଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ତେଣୁ ଚଳିତ ଆର୍ଥିକବର୍ଷର ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ହେବା ସମ୍ଭାବନା ରହିଛି।

ଏ ବର୍ଷ ଗ୍ରାହକଙ୍କ ପାଇଁ ସୁବିଧା କ’ଣ ରହିଛି?
୨୦୨୦-୨୧ ଆର୍ଥିକ ବର୍ଷର ଶେଷ ବିକ୍ରି ପାଇଁ ମାର୍ଟ ପକ୍ଷରୁ ଆକର୍ଷଣୀୟ ରିହାତି ସୁବିଧା ରହିଛି। କାର୍ଡ ଜରିଆରେ କିଣାକିଣି କଲେ ମଧ୍ୟ ସୁବିଧା ଦିଆଯାଉଛି। ବିଶେଷକରି ଟ୍ରାଭେଲ ପ୍ୟାକ୍‌ ବ୍ୟାଗ୍‌, ସ୍କୁଲ ବ୍ୟାଗ୍‌ ସହିତ ଆସୋସେରି ପ୍ରଡକ୍ଟ ଉପରେ ବିଭିନ୍ନ ରିହାତି ସୁବିଧା ଯୋଗାଇ ଦିଆଯିବ।
ଆଗାମୀ ଦିନରେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଶାଖା ଖୋଲିବାର ଯୋଜନା ରହିଛି?
ଚଳିତ ଆର୍ଥିକବର୍ଷର କିଛି ସମୟ ଅତିକ୍ରାନ୍ତ ହେବା ପରେ ସଂସ୍ଥାର ବ୍ୟବସାୟ ଓ ବଜାର ଚାହିଦାକୁ ଲକ୍ଷ୍ୟ କରି ନିଷ୍ପତ୍ତି ନିଆଯିବ। ଆସନ୍ତା ବର୍ଷ ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେଲେ ଅନ୍ୟ ସହରକୁ ଶାଖା ସମ୍ପ୍ରସାରଣ କରାଯାଇପାରେ। ସ୍ଥିତି ସୁଧୁରିଲେ ଭୁବନେଶ୍ୱରର ପାତ୍ରପଡ଼ାରେ ଆସନ୍ତା ପାର୍ବଣ ସମୟରେ ସଂସ୍ଥାର ଆଉ ଏକ ଶାଖା ଖୋଲିବା ଯୋଜନା ରହିଛି।
ସଂସ୍ଥାର କେତୋଟି ଶାଖା ଓ କେତେଜଣ
କର୍ମଚାରୀ ନିୟୋଜିତ ଅଛନ୍ତି?
ଏବେ ଆମର ୩ଟି ଶାଖା ରହିଛି, ଯେଉଁଠି ୧୧୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ଅଛନ୍ତି। ମହାମାରୀ ସମୟରେ ଶୋ’ରୁମ୍‌ ଆଶା ଆଶଙ୍କା ମଧ୍ୟରେ ଚାଲିଥିଲେ ସୁଦ୍ଧା କର୍ମଚାରୀମାନଙ୍କ ପାଇଁ କୌଣସି ସମସ୍ୟା ହୋଇନାହିଁ କିମ୍ବା ସେପରି କିଛି କାଟ୍‌ଛାଣ୍ଟ କରାଯାଇନାହିଁ।
ପଣ୍ଡା ଟ୍ରାଭେଲ ମାର୍ଟ ରାଜ୍ୟର ଏକ ପରିଚିତ
ବ୍ୟବସାୟିକ ସଂସ୍ଥା। ସଫଳତାର ରହସ୍ୟ କ’ଣ?
ଗ୍ରାହକଙ୍କ ଭଲ ପାଇବା ସହିତ କର୍ମଚାରୀମାନଙ୍କ ନିଷ୍ଠାପରତା ଉପରେ ସଂସ୍ଥାର ସଫଳତା ନିର୍ଭର କରେ। ଗ୍ରାହକକୈନ୍ଦ୍ରିକ ହୋଇ ବିଶ୍ୱାସ ଜିଣିବା, ସେବା ଓ ଚାହିଦା ପୂରଣ ସହିତ ଆକର୍ଷଣୀୟ ଅଫର ଓ ସୁବିଧା ପ୍ରଦାନ କଲେ ସଫଳତା ମିଳେ। ଆଶାବାଦୀ ହୋଇ ଲୋକସମ୍ପର୍କ ରଖିବା ହେଉଛି ସିକ୍ରେଟ୍‌ ଅଫ୍‌ ସକ୍ସେସ୍‌।

ପ୍ରତିଷ୍ଠାନକୁ ନେଇ ଗ୍ରାହକଙ୍କ ମତାମତ କ’ଣ ରହିଥାଏ?
ସର୍ଭିସ୍‌ ଓ ଫିଡ୍‌ବ୍ୟାକ୍‌ ପରସ୍ପରର ପରିପୂରକ। ଯେଉଁ ପିଲା ପାଠପଢ଼ା ପାଇଁ ଅଭିଭାବକଙ୍କ ସହ ପଣ୍ଡା ଏଣ୍ଟରପ୍ରାଇଜେସ୍‌ରୁ ସ୍କୁଲ ବ୍ୟାଗ୍‌ ନେଉଥିଲେ, ୨୦ ବର୍ଷ ପରେ ନିଜ ବାହାଘର ପାଇଁ ଆବଶ୍ୟକ ବ୍ୟାଗ୍‌ କିଣିବାକୁ ପଣ୍ଡା ଟ୍ରାଭେଲ ମାର୍ଟକୁ ଆସିଥାଆନ୍ତି। ଗ୍ରାହକ ଏକଥା ଆମକୁ କହିବା ସହ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ଶେୟାର କରିଥିବା ଦେଖିବାକୁ ମିଳିଛି। ସେମାନଙ୍କ କହିବା ଅନୁସାରେ ସେବା ସବୁବେଳେ ସମାନ। କିଣିବା ପୂର୍ବରୁ ଯେଉଁଭଳି ସେବା କିଣିଲା ପରେ ମଧ୍ୟ ସେହି ସର୍ଭିସ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, କିନ୍ତୁ ଇତିହାସ ରଚିଲେ ଅଲରାଉଣ୍ଡର ଅକ୍ଷର ପଟେଲ

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି। ଟି-୨୦ କ୍ରିକେଟ ଫର୍ମାଟରେ ୩,୦୦୦ ରନ୍ ଏବଂ ୩୦୦ ଉଇକେଟର ‘ଡବଲ୍‌’…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆଙ୍କୁ…

ଧରାଶାୟୀ ହେଲା ରୂପା, ଫିକା ପଡ଼ିଲା ସୁନା ଚମକ: ୧୧ ମାସର ରେକର୍ଡ ଭାଙ୍ଗି ୮୩୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ…

ତପ୍ତପାଣି ଘାଟି ରାସ୍ତାରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ତପ୍ତପାଣି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ଶୁକ୍ରବାର ସ୍ବାଭାବିକ ହୋଇଛି। ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ. ଜାତୀୟ ରାଜପଥ ତପ୍ତପାଣି ଘାଟିର ବେଲଗଡ…

ହେଲିକପ୍ଟରରେ ଆସିଲା ରିଲିଫ ସାମଗ୍ରୀ: ଆକାଶମାର୍ଗରୁ ବନ୍ୟା କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର, ୩୦ା୧୦ (ବାବୁଲା ପ୍ରଧାନ: ଶୁକ୍ରବାର ବାୟୁସେନାର ଏକ ହେଲିକପ୍ଟର ଭଞ୍ଜନଗରର ଜିଲୁଣ୍ଡୀ ପଡ଼ିଆରେ ଅବତରଣ କରିଥିଲା। ବନ୍ୟା ପ୍ରଭାବିତଙ୍କ ପାଇଁ ଆଣିଥିବା ରିଲିଫ ସାମଗ୍ରୀ ବଣ୍ଟନ…

ଆନ୍ଦୋଳନ ପରେ ଚେତିଲା ପ୍ରଶାସନ ପୋଲିସ ସୁରକ୍ଷାରେ ବିପନ୍ନଙ୍କ ପାଖକୁ ଗଲା ରିଲିଫ, ଭୋକ ଉପାସରେ ଜଳବନ୍ଦି ଜୀବନ କାଟୁଥିଲେ ବନ୍ୟା ପୀଡ଼ିତ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଭୟଙ୍କର ବନ୍ୟା ଆସି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି। ନଦୀର ବନ୍ୟାଜଳ…

ବନ୍ୟାରେ ମାନବିକତାର ମୃତ୍ୟୁ: ପାଣିଘେରରେ ଲୋକେ, ବ୍ଲକ କାର୍ଯ୍ୟାଳୟର ଉଚ୍ଚ ସ୍ଥାନରେ ସୁରକ୍ଷିତ ରଖାଗଲା କର୍ମଚାରୀଙ୍କ ଗାଡ଼ି

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଚାରିଆଡ଼େ ବନ୍ୟାଜଳ।…

୧୩୮ ଦିନ ପରେ ଶନିଙ୍କ ସିଧା ଚଳନ: ୩ ରାଶିରେ ପ୍ରବଳ ଧନବର୍ଷା, ଚାକିରିରେ ବଡ଼ ପ୍ରମୋଶନ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଙ୍କ ଗତି ସବୁଠାରୁ ମନ୍ଥର ତଥା ପ୍ରଭାବଶାଳୀ ହୋଇଥାଏ। ସୂଚନାଯୋଗ୍ୟ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?