ଭେଦଭାବ ଅଭିଯୋଗ

ଅଶୋକ କୁମାର ପାରମର ଏଜିଏମ୍‌ୟୁଟି (ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ ଆଣ୍ଡ୍‌ ୟୁନିୟନ ଟେରିଟୋରି) କ୍ୟାଡର୍‌ର ଜଣେ ବରିଷ୍ଠ ଅଧିକାରୀ। ସେ ଜାତୀୟ ଅନୁସୂଚିତ ଜାତି ଆୟୋଗ (ଏନ୍‌ସିଏସ୍‌ସି)ରେ ଜମ୍ମୁ-କଶ୍ମୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ମନୋଜ ସିହ୍ନା ଏବଂ ମୁଖ୍ୟ ଶାସନ ସଚିବ ଅରୁଣ କୁମାର ମେହେଟାଙ୍କ ବିରୋଧରେ ନିର୍ଯାତନା ଓ ଅପମାନ ଅଭିଯୋଗ ଆଣିିଛନ୍ତି। ଏହା ପୂର୍ବରୁ ପାରମର ଜମ୍ମୁ-କଶ୍ମୀରରେ ଜଳ ଜୀବନ ମିଶନ୍‌ରେ ହୋଇଥିବା ଅନିୟମିତତାକୁ ସାମ୍ନାକୁ ଆଣିଥିଲେ। ପାର୍‌ମର ଏବେ ବ୍ୟୁରୋ ଅଫ୍‌ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ର ଅଧ୍ୟକ୍ଷ ଅଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଜୁନ୍‌ରେ ହୋଇଥିବା ଏକ ବୈଠକରେ ଲ୍ୟୁଟ୍‌ନାଣ୍ଟ ଗଭର୍ନର ସିହ୍ନା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ସେଥିରେ ଭାଗ ନେବା ଲାଗି ମନା କରିଥିଲେ। ଜୁଲାଇରେ ବି ମୁଖ୍ୟ ଶାସନ ସଚିବ ମେହେଟା ତାଙ୍କୁ ସଚିବଙ୍କ କମିଟି ବୈଠକରେ ଅପମାନିତ କରିଥିବା ବିଷୟ ଦାବି କରିଥିଲେ, ଯାହାଫଳରେ ତାଙ୍କୁ ବୈଠକରୁ ହଟାଇ ଦିଆଗଲା। ରାଜ୍ୟର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଭଳି ସିଧାସଳଖ ଅଭିଯୋଗ କରିବା ଏକ ବିରଳ ଘଟଣା। ତେଣୁ ପାରମରଙ୍କ ଅଭିଯୋଗର ଫଳାଫଳକୁ ନେଇ ଅଧିକ ଆଗ୍ରହ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଏହି ସମସ୍ୟାର ସମାଧାନ ଅଧିକାରୀଙ୍କ ଦାବିର ବିଶ୍ୱସନୀୟତା, କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା, ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣର ସ୍ତର ଏବଂ ସମସ୍ୟାର ମୁକାବିଲା ଲାଗି ପ୍ରଚଳିତ ଆଇନ ଓ ପ୍ରଶାସନିକ ପ୍ରକ୍ରିୟା ଉପରେ ନିର୍ଭର କରିବ। ତେବେ ପୂର୍ବ ଘଟଣାଗୁଡ଼ିକରେ ଆମେ ଲକ୍ଷ୍ୟ କରିଛୁ ଯେ,ଭାରତରେ ହ୍ବିସିଲବ୍ଲୋୟରମାନେ ସରକାରରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବାର ଲକ୍ଷ୍ୟ ସର୍ବଦା ହାସଲ କରିପାରନ୍ତି ନାହିଁ। ବାସ୍ତବରେ ଏହାର ପରିଣାମ ପ୍ରାୟତଃ ନକାରାତ୍ମକ ହୋଇଥାଏ। ଏହି କାରଣରୁ ଜମ୍ମ-କଶ୍ମୀରରେ ଉକ୍ତ ମାମଲାକୁ ଉତ୍କଣ୍ଠାର ସହ ଅନୁସରଣ କରାଯାଉଛି।

ସେନା ଅଧିକାରୀଙ୍କୁ ଦାୟିତ୍ୱ

ମଣିପୁର ଘଟଣାକ୍ରମରେ ଏନ୍‌.ବୀରେନ୍‌ ସିଂ ସରକାର ଏବେ ଏକ ଉଚ୍ଚକୋଟୀର ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବାକୁ ଚାହଁୁଛନ୍ତି। ସରକାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ନେକ୍ଟାର ସଞ୍ଜେନବାମଙ୍କୁ ନୂତନ ବରିଷ୍ଠ ପୋଲିସ ଅଧୀକ୍ଷକ (ଏସ୍‌ଏସ୍‌ପି) ଭାବେ ନିଯୁକ୍ତ କରିଛନ୍ତି। ରାଜ୍ୟର ଅବସ୍ଥା ଅଣାୟତ୍ତ ଥିବାବେଳେ ଏହି ନିଷ୍ପତ୍ତିର ଲକ୍ଷ୍ୟ ଏବଂ ଏହାର ଦୀର୍ଘମିଆଦୀ ସମ୍ଭାବ୍ୟ ପରିଣାମ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ , ଯେଉଁଭଳି ଭାବେ ଏହି ନିଯୁକ୍ତି କରାଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟ ସରକାର ଏକ ନୂତନ ପଦବୀ ସୃଷ୍ଟିକରି ଉଚିତ୍‌ ପ୍ରକ୍ରିୟାକୁ ଦୂରେଇ ରଖିଥିବା ଜଣାପଡୁଛି। ସରକାର ଯୁକ୍ତି ଉପସ୍ଥାପନ କରୁଛନ୍ତି ଯେ, ଅନୁପ୍ରବେଶର ମୁକାବିଲା କରିବାରେ ସଞ୍ଜେନବାମଙ୍କ ଅଭିଜ୍ଞତା ରହିଛି ଓ ସେ ରାଜ୍ୟରେ ଅଶାନ୍ତି ଦୂର କରିବାକୁ ଯୋଗ୍ୟ। ଜଣେ ସେନା ଅଧିକାରୀ ଭାବେ ତାଙ୍କର ସଫଳତା ଖୁବ୍‌ ଆକର୍ଷକ। ତେବେ ଏହା ମନେରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ପୋଲିସ ଓ ସାମରିକ କାର୍ଯ୍ୟାନୁଷ୍ଠାନର ଭିନ୍ନ ଭିନ୍ନ କ୍ଷେତ୍ର ରହିଛି । ପ୍ରତ୍ୟେକର ନିଜସ୍ବ ନୀତି ଓ ନିୟମ ଅଛି। ଏହି ପଦକ୍ଷେପ ମଣିପୁରରେ ଆଇନ ପ୍ରଣୟନର ସାମରିକକରଣକୁ ନେଇ ମଧ୍ୟ ଚିନ୍ତା ବଢ଼ାଇଦେଇଛି। ଲାଗି ରହିଥିବା ହିଂସାକୁ ଆୟତ୍ତ କରିବା ପାଇଁ ଏହାକୁ ଏକ ସାହସିକ ପଦକ୍ଷେପ ଭାବରେ ଦେଖାଯାଉଛି, କିନ୍ତୁ ଏଥିରେ କିଛି ବିପଦ ଅଛି। ସାମରିକ ଶୈଳୀରେ ସମାଧାନ କରିବା ଲାଗି ନିଷ୍ପତ୍ତି ନେବା ଦ୍ୱାରା ସମାଧାନ ହେବା ପରିବର୍ତ୍ତେ ଉତ୍ତେଜନା ବଢ଼ିିପାରେ। ତେଣୁ ନିଯୁକ୍ତିକୁ ନେଇ କେତେକଙ୍କ ମନରେ ଆଶା ସଞ୍ଚାର ହୋଇଥିଲେ ବି ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଚିନ୍ତା ବଢ଼ାଇଦେଇଛି।

ପ୍ରଶାସନିକ ପଦକ୍ଷେପ

ବିଳମ୍ବିତ ରାତିରେ ସଂଖ୍ୟାଧିକ ସଚିବଙ୍କ ଅଦଳବଦଳ ଘୋଷଣା ବ୍ୟାପକ ପ୍ରଶାସନିକ ପଦକ୍ଷେପ ଲାଗି ସରକାରଙ୍କ ପ୍ରସ୍ତୁତିକୁ ସୂଚାଉଥାଇପାରେ ବୋଲି ଆମେ ଚିନ୍ତା କରୁଛୁ। ଶାସନର ଶେଷ ପର୍ଯ୍ୟାୟରେ ସରକାର ସଫଳତା ହାସଲ ଲକ୍ଷ୍ୟ ରଖିଥିବା ବି ମନେହେଉଛି। ଏହି ଅଦଳବଦଳରେ ନୂତନ ନିଯୁକ୍ତି, ଲାଟେରାଲ ସିଫ୍ଟ ଏବଂ ଦୁଇ ଡଜନରୁ ଅଧିକ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଯଥା ସ୍ଥାନକୁ ପଦୋନ୍ନତି ଦେବା ବିଷୟ ଅନ୍ତର୍ଭୁକ୍ତ। ଜି -୨୦ ଶିଖର ସମ୍ମିଳନୀ ପ୍ରସ୍ତୁତି, ସଂସଦର ସ୍ବତନ୍ତ୍ର ଅଧିବେଶନ ଏବଂ ‘ଏକ ଦେଶ, ଏକ ନିର୍ବାଚନ’ ପରି ଐତିହାସିକ ବିଲ୍‌କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। କିଛି ଉଲ୍ଲେଖନୀୟ ପରିବର୍ତ୍ତନ କ୍ରମେ ଏସ୍‌. କ୍ରିଷ୍ଣନ୍‌ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନୂତନ ସଚିବ ଏବଂ ଭି.ଏଲ୍‌. କାନ୍ଥା ରାଓଙ୍କୁ ଖଣି ମନ୍ତ୍ରଣାଳୟର ନୂତନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଚଞ୍ଚଲ କୁମାରଙ୍କୁ ଉତ୍ତର ପୂର୍ବାଞ୍ଚଳର ବିକାଶ ମନ୍ତ୍ରଣାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଶ୍ରୀରାମ ତାରାନିକାନ୍ତିଙ୍କୁ ମସୁରି ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେଶନର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହିସବୁ ପରିବର୍ତ୍ତନ ବ୍ୟତୀତ, ୩ ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜେନ୍ଦ୍ର କୁମାର, ରାକେଶ ରଞ୍ଜନ ଏବଂ ନୀଲମ ଶ୍ୟାମି ରାଓଙ୍କୁ ଉଚିତ ର଼୍ୟାଙ୍କକୁ ପଦୋନ୍ନତି ଦିଆଯାଇଛି। ଏହି ଅଦଳବଦଳ ନୂଆଦିଲ୍ଲୀରେ ଶାସନର ଗତିଶୀଳତାକୁ ସୂଚିତ କରେ। ସାଧାରଣ ନିର୍ବାଚନ ନିକଟତର ହୋଇଆସୁଥିବାରୁ ଦେଶର ଭବିଷ୍ୟତରେ ଏହାର ପ୍ରଭାବ କ’ଣ ରହିବ ସେ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri