ଛତିଶଗଡ଼, ଓଡ଼ିଶା ବିରୋଧରେ ଅଭିଯୋଗ

ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ସମସ୍ୟା ଉପରେ ଏନ୍‌ଏଚ୍‌ଆର୍‌ସିରେ ଦାଖଲ ହୋଇଥିବା ସତ୍ୟପାଠରେ ଭୁଲ ତଥ୍ୟ ରହିଛି। ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସଚିବମାନେ ଦେଇଥିବା ତଥ୍ୟରେ ସତ୍ୟତା ନାହିଁ। ଏହାକୁ ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ନିନ୍ଦା କରାଯାଉଛି ବୋଲି ଗୁରୁବାର ସାଂସ୍କୃତିକ ସମାଜ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମିତି ସମ୍ପାଦକ ଗୋପୀନାଥ ମାଝି କହିଥିଲେ।
ସେ ଆହୁରି କହିଥିଲେ, ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ନେଇ ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ନେଇ ଏକ ମାମଲା ରୁଜୁ ହୋଇ ଛତିଶଗଡ଼, ଓଡ଼ିଶାକୁ ରିପୋର୍ଟ ତଲବ କରାଯାଇଥିଲା। ଉଭୟ ରାଜ୍ୟ ସତ୍ୟପାଠରେ ବିସ୍ଥାପିତ ଓ ଥଇଥାନକୁ ନେଇ କୌଣସି ସମସ୍ୟା ନାହିଁ, ସମସ୍ତଙ୍କୁ ସୁବିଧା କରାଯାଇଥିବା ଉଲ୍ଲେଖ କରିଛନ୍ତି। ହେଲେ ବାସ୍ତବରେ ହୀରାକୁଦ ଜଳଭଣ୍ଡାର ପାଇଁ ୧୯୫୫-୫୬ ମସିହାରେ ୨୬,୫୦୧ ବିସ୍ଥାପିତ ପରିବାର ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩,୪୭୦ ପରିବାରକୁ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ। ସେମାନଙ୍କ ମଧ୍ୟରେ ୩୨୦ ଝାଙ୍କର, ଚୌକିଦାର, ନାରିହା, ଧୋବା ପରିବାର ରହିଛନ୍ତି। ମାତ୍ର ୫୦ ପ୍ରତିଶତ କ୍ଷତିପୂରଣ ରାଶି ପ୍ରଦାନ କରାଯାଇ ବାକି ୫୦ ପ୍ରତିଶତ ଦିଆଗଲା ନାହିଁ। ୯,୯୧୩ ଜଣଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିବା ଓଡ଼ିଶା ବିଧାନସଭାରେ ୧୯୮୭ ମସିହାରେ ତତ୍‌କାଳୀନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ପ୍ରଶ୍ନୋତ୍ତରରେ ପ୍ରକାଶ କରିଥିଲେ। ବାରମ୍ବାର ଦାବି ଓ ଆଇନର ଆଶ୍ରୟ ନେବା ପରେ ସେଥିମଧ୍ୟରୁ ୩୫୪୦ ଜଣଙ୍କୁ ଏକର ପିଛା ୧୦ ହଜାର ଟଙ୍କା ହିସାବରେ ଅନୁକମ୍ପା ରାଶି ଦିଆଯାଇଥିଲା। ୫୨୦୪ ପରବାରକୁ କୂଅ, ଗଛ, ମନ୍ଦିର, ଗୌନ୍ତିଆ ଭାଗ ବାବଦକୁ କ୍ଷତିପୂରଣ ଦିଆଯାଇ ନାହିଁ। ଏହାଛଡା ୨୦୦୨ରେ ବିସ୍ଥାପିତମାନଙ୍କୁ ୧୦ ଡେସିମିଲ ଲେଖାଏ ଜମି ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଆଜିପର୍ଯ୍ୟନ୍ତ ଜମି ଦେଲେ ନାହିଁ। ସମ୍ବଲପୁର ଜିଲାର ରେଙ୍ଗାଲି ତହସିଲରେ ୨୨୧ ଜଣ, ଜମନକିରା ତହସିଲରେ ୨୦୧, କୁଚିଣ୍ଡା ତହସିଲରେ ୨୫ ଜଣଙ୍କୁ ୧୦ ଡେସିମିଲ ଲେଖାଏ ଜମି ଦେଇ ସମସ୍ତଙ୍କୁ ଦିଆଯାଇଥିବା ଉଲ୍ଲେଖ କରାଯାଇଛି। ସୁନ୍ଦରଗଡ଼ ଜିଲାରେ ୧ ହଜାରରୁ ଅଧିକ ପରିବାର ଜମି ପାଇଁ କରିଥିବା ଆବେଦନ ଉପରେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଜଳଭଣ୍ଡାର ସୀମାରେ ଥିବା ୩୪ ଗୋଟି ଅଣରାଜସ୍ବ ଗ୍ରାମକୁ ଜଳସମ୍ପଦ ବିଭାଗ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଛି। ହେଲେ ଏପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଏଭଳି ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ନ କରି ବିସ୍ଥାପିତମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେଗ ଗ୍ରହଣ କରାଯାଉ। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମିତି ଚେତାବନୀ ଦେଇଛି। ଅନ୍ୟମାନଙ୍କ ମଧ୍ୟରେ ମିତ୍ରଭାନୁ ପୋଢ, ନନ୍ଦଲାଲ ସାହୁ, ଏକାମ୍ର ଭୋଇ, ଦ୍ୱାରିକା ପ୍ରସାଦ ସା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀଙ୍କ ରିପୋର୍ଟ ପଜିଟିଭ୍‌:‌ କ୍ୱାରାଣ୍ଟାଇନ୍‌ରେ ରହିଲେ ୬୦

ଢେଙ୍କାନାଳ ଅଫିସ, ୧୯ା୭-ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରସବ ଲାଗି ଆସିଥିବା ଜଣେ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏହାପରେ ପୌରସଂସ୍ଥା ପକ୍ଷରୁ...

ଉଦଳାରେ ଡେଙ୍ଗୁ ରୋଗୀ ଚିହ୍ନଟ

ଉଦଳା,୪ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଞ୍ଚଳରେ ଜଣେଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଜଣକ ଏବେ ବାରିପଦା ପିଆରଏମ୍‌ ମେଡିକାଲରେ ଚିକିତ୍ସା ନିମନ୍ତେ...

‘ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ’

ମାଲକାନଗିରି,୧୩।୩ (ଡି.ଏନ୍‌.ଏ.): ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଦାବି କରାଯାଇଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ସଂଗଠନର ରାଜ୍ୟ...

ପୂର୍ବଭାରତର ତ୍ରିବେଣୀ ବଳଙ୍ଗ, ଶୋଣ, ଗଙ୍ଗାହାର

ବାଲେଶ୍ୱର ଅଫିସ,୯।୩ – ବାଲେଶ୍ୱର ଜିଲା ସଦର ମହକୁମାରୁ ୫ କି.ମି. ଦୂରରେ ବଳଙ୍ଗ, ଶୋଣ, ଗଙ୍ଗାହାର ତିନୋଟି ନଦୀର ସଙ୍ଗମ ସ୍ଥଳ ଅବସ୍ଥିତ। ଉତ୍ତରରୁ...

ପେନ୍‌ସନ ସମ୍ପର୍କିତ ଅଭିଯୋଗ ରଖିଲେ ଅବସରପ୍ରାପ୍ତ ନୌସୈନିକ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଭେଟେରାନ୍ସ କ୍ଲବ୍‌ ଓଡ଼ିଶା ପକ୍ଷରୁ ଅବସରପ୍ରାପ୍ତ ନୌସୈନିକଙ୍କ ପେନସନ ସମ୍ପର୍କିତ ଏକ ଇପିପିଓ ଅଭିଯୋଗ କାର୍ଯ୍ୟଶାଳା ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ନୌସେନା...

ଗୋଟିଏ ଦିନରେ ବରୀ ବ୍ଲକରୁ ୪ କରୋନା ପଜିଟିଭ୍‌ ଚିହ୍ନଟ

ରତ୍ନଗିରି,୨ା୫(ଡି.ଏନ୍‌.ଏ.) : ଶନିବାର ସକାଳେ ଯାଜପୁର ଜିଲା ବରୀ ବ୍ଲକରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅପରାହ୍ନରେ ଆଉ ଜଣେ ଏହି...

ଟ୍ରେନ୍‌ ଧକ୍କାରେ ୩୧ ମଇଁଷି ମୃତ

ଢେଙ୍କାନାଳ ଅଫିସ, ୨୮।୧୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୧୧ରେ ଛାତିଥରା ଦୁର୍ଘଟଣା...

ମର୍ନିଂୱାକ ବେଳେ ଝାମ୍ପିନେଲେ ସୁନାଚେନ

ଉଦଳା,୨୧।୮(ଡି.ଏନ୍‌.ଏ.): ମର୍ନିଂଓ୍ବାକ ବେଳେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଛନ୍ତି। ରବିବାର ଏଭଳି ଏକ ଘଟଣା ଘଟିଛି...

Advertisement
Archives

Model This Week