ଛତିଶଗଡ଼, ଓଡ଼ିଶା ବିରୋଧରେ ଅଭିଯୋଗ

ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ସମସ୍ୟା ଉପରେ ଏନ୍‌ଏଚ୍‌ଆର୍‌ସିରେ ଦାଖଲ ହୋଇଥିବା ସତ୍ୟପାଠରେ ଭୁଲ ତଥ୍ୟ ରହିଛି। ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସଚିବମାନେ ଦେଇଥିବା ତଥ୍ୟରେ ସତ୍ୟତା ନାହିଁ। ଏହାକୁ ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ନିନ୍ଦା କରାଯାଉଛି ବୋଲି ଗୁରୁବାର ସାଂସ୍କୃତିକ ସମାଜ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମିତି ସମ୍ପାଦକ ଗୋପୀନାଥ ମାଝି କହିଥିଲେ।
ସେ ଆହୁରି କହିଥିଲେ, ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ନେଇ ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ନେଇ ଏକ ମାମଲା ରୁଜୁ ହୋଇ ଛତିଶଗଡ଼, ଓଡ଼ିଶାକୁ ରିପୋର୍ଟ ତଲବ କରାଯାଇଥିଲା। ଉଭୟ ରାଜ୍ୟ ସତ୍ୟପାଠରେ ବିସ୍ଥାପିତ ଓ ଥଇଥାନକୁ ନେଇ କୌଣସି ସମସ୍ୟା ନାହିଁ, ସମସ୍ତଙ୍କୁ ସୁବିଧା କରାଯାଇଥିବା ଉଲ୍ଲେଖ କରିଛନ୍ତି। ହେଲେ ବାସ୍ତବରେ ହୀରାକୁଦ ଜଳଭଣ୍ଡାର ପାଇଁ ୧୯୫୫-୫୬ ମସିହାରେ ୨୬,୫୦୧ ବିସ୍ଥାପିତ ପରିବାର ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩,୪୭୦ ପରିବାରକୁ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ। ସେମାନଙ୍କ ମଧ୍ୟରେ ୩୨୦ ଝାଙ୍କର, ଚୌକିଦାର, ନାରିହା, ଧୋବା ପରିବାର ରହିଛନ୍ତି। ମାତ୍ର ୫୦ ପ୍ରତିଶତ କ୍ଷତିପୂରଣ ରାଶି ପ୍ରଦାନ କରାଯାଇ ବାକି ୫୦ ପ୍ରତିଶତ ଦିଆଗଲା ନାହିଁ। ୯,୯୧୩ ଜଣଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିବା ଓଡ଼ିଶା ବିଧାନସଭାରେ ୧୯୮୭ ମସିହାରେ ତତ୍‌କାଳୀନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ପ୍ରଶ୍ନୋତ୍ତରରେ ପ୍ରକାଶ କରିଥିଲେ। ବାରମ୍ବାର ଦାବି ଓ ଆଇନର ଆଶ୍ରୟ ନେବା ପରେ ସେଥିମଧ୍ୟରୁ ୩୫୪୦ ଜଣଙ୍କୁ ଏକର ପିଛା ୧୦ ହଜାର ଟଙ୍କା ହିସାବରେ ଅନୁକମ୍ପା ରାଶି ଦିଆଯାଇଥିଲା। ୫୨୦୪ ପରବାରକୁ କୂଅ, ଗଛ, ମନ୍ଦିର, ଗୌନ୍ତିଆ ଭାଗ ବାବଦକୁ କ୍ଷତିପୂରଣ ଦିଆଯାଇ ନାହିଁ। ଏହାଛଡା ୨୦୦୨ରେ ବିସ୍ଥାପିତମାନଙ୍କୁ ୧୦ ଡେସିମିଲ ଲେଖାଏ ଜମି ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଆଜିପର୍ଯ୍ୟନ୍ତ ଜମି ଦେଲେ ନାହିଁ। ସମ୍ବଲପୁର ଜିଲାର ରେଙ୍ଗାଲି ତହସିଲରେ ୨୨୧ ଜଣ, ଜମନକିରା ତହସିଲରେ ୨୦୧, କୁଚିଣ୍ଡା ତହସିଲରେ ୨୫ ଜଣଙ୍କୁ ୧୦ ଡେସିମିଲ ଲେଖାଏ ଜମି ଦେଇ ସମସ୍ତଙ୍କୁ ଦିଆଯାଇଥିବା ଉଲ୍ଲେଖ କରାଯାଇଛି। ସୁନ୍ଦରଗଡ଼ ଜିଲାରେ ୧ ହଜାରରୁ ଅଧିକ ପରିବାର ଜମି ପାଇଁ କରିଥିବା ଆବେଦନ ଉପରେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଜଳଭଣ୍ଡାର ସୀମାରେ ଥିବା ୩୪ ଗୋଟି ଅଣରାଜସ୍ବ ଗ୍ରାମକୁ ଜଳସମ୍ପଦ ବିଭାଗ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଛି। ହେଲେ ଏପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଏଭଳି ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ନ କରି ବିସ୍ଥାପିତମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେଗ ଗ୍ରହଣ କରାଯାଉ। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମିତି ଚେତାବନୀ ଦେଇଛି। ଅନ୍ୟମାନଙ୍କ ମଧ୍ୟରେ ମିତ୍ରଭାନୁ ପୋଢ, ନନ୍ଦଲାଲ ସାହୁ, ଏକାମ୍ର ଭୋଇ, ଦ୍ୱାରିକା ପ୍ରସାଦ ସା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri