Posted inଫୁରସତ

ମଦ ଚାହିଦା ବଢ଼ାଇବା ପାଇଁ ପ୍ରତିଯୋଗିତା

ଟୋକିଓ: ମଦକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ପ୍ରକାର ନିୟମ ଲାଗୁ କରାଯାଇଛି। ମୁଖ୍ୟତଃ ଯୁବପିଢ଼ିଙ୍କୁ ଏ ପ୍ରକାର ନିଶା ଦ୍ରବ୍ୟରୁ ଦୂରରେ ରଖିବା ପାଇଁ ଏହି ନିୟମ ଲାଗୁ ହୋଇଥାଏ। କିନ୍ତୁ ଜାପାନରେ ମଦର ଚାହିଦା ବଢ଼ାଇବା ପାଇଁ ସ୍ବତନ୍ତ୍ର ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାର ନାମ ‘ଦ ଶେକ୍‌ ଭିଭା!’ ତେବେ ଜାପାନର ନ୍ୟାଶନାଲ ଟାକ୍ସ ଏଜେନ୍ସି ପକ୍ଷରୁ ଏହାର ଆୟୋଜନ କରାଯାଇଛିି।
୩୯ ବୟସ ବର୍ଗର ଯୁବିପିଢ଼ି ଏଥିରେ ସାମିଲ ହୋଇପାରିବେ। ଯେଉଁମାନେ ଜାପାନରେ ରହୁ ନାହାନ୍ତି ସେମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିପାରିବେ। ଏନେଇ ତିଆରି ହୋଇଥିବା ସ୍ବତନ୍ତ୍ର ଓ୍ବେବ୍‌ ସାଇଟ୍‌କୁ ଯାଇ ଡକ୍ୟୁମେଣ୍ଟ ସବ୍‌ମିଟ୍‌ କରିବାକୁ ପଡ଼ିବ। ବିଭିନ୍ନ ରକମର ମଦ ଯେମିତି, ଆଓ୍ବାମୋରି, ବିୟର, ହ୍ବିସକି, ସେକ୍‌ ଇତ୍ୟାଦି ପ୍ରତିଯୋଗୀଙ୍କ ପାଇଁ ଉପଲବ୍ଧ କରାଯିବ। ଦେଶରେ ଘରୋଇ ମଦ ବଜାର ସଙ୍କୁଚିତ ହେବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ ମଦର ଚାହିଦା ବୃଦ୍ଧି। ଅନ୍ୟପଟେ ଦେଶରେ ଜନ୍ମହାର କମିବା, ବୟସ ବୃଦ୍ଧି ଓ କରୋନା କାରଣରୁ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି। ୨୦୨୧ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଜାପାନ ଯୁବପିଢ଼ି ମଦ ବଦଳରେ କମ୍‌ ମୂଲ୍ୟରେ ବିକ୍ରି ହେଉଥିବା ନିଶାଦ୍ରବ୍ୟ ଯେମିତି, ସ୍ପାର୍କଲିଙ୍ଗ୍‌ ଲକ୍ୱୋର୍‌, ଚୁହାଇ ଇତ୍ୟାଦି ପିଇବାରେ ଲାଗିଛନ୍ତି। ମଦ ବିକ୍ରିରୁ ଦେଶକୁ ଆସୁଥିବା ରାଜସ୍ବରେ ହ୍ରାସ ଘଟିଛି। ପାଖାପାଖି ୧୧୨.୪ ବିଲିୟନ୍‌ ୟେନ୍‌ ଅର୍ଥାତ୍‌ ୨୦୧୯ରେ ଆଦାୟ ରାଜସ୍ବର ୧୦ ପ୍ରତିଶତ କମ୍‌ ହୋଇଥିବା କୁହାଯାଉଛି। ବୟର୍‌ ଟାକ୍ସ ରେଭେନ୍ୟୁ ୧୩୨.୩ ୟେନ୍‌ କମିଛି। ଆୟୋଜିତ ପ୍ରତିଯୋଗିତାର ଫାଇନାଲ କମ୍ପିଟିଶନ୍‌ ନଭେମ୍ବର ୧୦ରେ ଟୋକିଓଠାରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri