ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତିର ଅଭିବୃଦ୍ଧି

ନୂଆଦିଲ୍ଲୀ,୨୦।୮: ଚଳିତ ବର୍ଷ ଜୁଲାଇରେ ମୁଖ୍ୟତଃ କେତେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ କୃଷି ଏବଂ ଗ୍ରାମାଞ୍ଚଳର ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଯଥାକ୍ରମେ ୬.୬୦% ଏବଂ ୬.୮୨%କୁ ବୃଦ୍ଧି ଘଟିଛି। ଏପରିକି ୨୦୨୨ ଜୁନ୍‌ରେ କୃଷି ଏବଂ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଯଥାକ୍ରମେ ୬.୪୩ ଏବଂ ୬.୭୬% ରହିଥିଲା। ସିପିଆଇ-ଏଲ୍‌ (ଗ୍ରାହକ ମୂଲ୍ୟ ସୂଚକାଙ୍କ-କୃଷି ଶ୍ରମିକ) ଏବଂ ସିପିଆଇ-ଆର୍‌ଏଲ୍‌ (ଗ୍ରାହକ ମୂଲ୍ୟ ସୂଚକାଙ୍କ-ଗ୍ରାମୀଣ ଶ୍ରମିକ)ଙ୍କ ଉପରେ ଆଧାରକରି ମୁଦ୍ରାସ୍ଫୀତିର ପଏଣ୍ଟ-ପଏଣ୍ଟ ହାର ବାହାର କରାଯାଇଛି। ୨୦୨୨ ଜୁନ୍‌ରେ ଯଥାକ୍ରମେ ୬.୪୩% ଏବଂ ୬.୭୬% ରହିଥିଲା ହେଲେ ଚଳିତ ବର୍ଷ ଜୁଲାଇରେ ଏହାର ହାର ୬.୬୦% ଏବଂ ୬.୮୨% ରହିଥିଲା ବୋଲି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ପୂର୍ବ ବର୍ଷର ସମ୍ପୃକ୍ତ ମାସ (ଜୁଲାଇ ୨୦୨୧) ରେ ଏହାର ହାର ଯଥାକ୍ରମେ ୩.୯୨% ଏବଂ ୪.୦୯% ରହିଥିଲା
ଅପରପକ୍ଷରେ ୨୦୨୨ ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୩୮% ଏବଂ ୫.୪୪% ଥିବାବେଳେ ଚଳିତ ବର୍ଷ ଜୁନ୍‌ରେ ଯଥାକ୍ରମେ ୫.୦୯% ଏବଂ ୫.୧୬% ରହିଥିଲା। ସେହିପରି ପୂର୍ବ ବର୍ଷର ସମାନ ମାସରେ ଏହାର ହାର ୨.୬୬% ଏବଂ ୨.୭୪% ରହିଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୃଷି ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ୨୦୨୨ ଜୁଲାଇରେ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ସଂଖ୍ୟା ୬ ପଏଣ୍ଟ ବୃଦ୍ଧି ପାଇ ଯଥାକ୍ରମେ ୧୧୩୧ ଏବଂ ୧୧୪୩ ପଏଣ୍ଟରେ ରହିଛି। ୨୦୨୨ ଜୁନ୍‌ରେ ସିପିଆଇ- ଏଏଲ୍‌ ୧୧୨୫ ପଏଣ୍ଟ ଥିଲାବେଳେ ସିପିଆଇ-ଆର୍‌ଏଲ୍‌ ୧୧୩୭ ପଏଣ୍ଟ ରହିଥିଲା। କୃଷି ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକମାନଙ୍କର ସାଧାରଣ ସୂଚକାଙ୍କ ବୃଦ୍ଧିରେ ପ୍ରମୁଖ ଅବଦାନ ଖାଦ୍ୟ ଗୋଷ୍ଠୀରୁ ଯଥାକ୍ରମେ ୪.୪୧ ଏବଂ ୪.୦୭ ପଏଣ୍ଟରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri