ମହିଳାଙ୍କ ହାତରେ ମୋସାଦ୍‌

ଜେରୁଜେଲମ୍‌,୨୦ା୮: ଇସ୍ରାଏଲ୍‌ର ଜାତୀୟ ଗୋଇନ୍ଦା ସଂସ୍ଥା ‘ମୋସାଦ୍‌’ର ସର୍ବୋଚ୍ଚ ପଦରେ ପ୍ରଥମ ଥର ପାଇଁ ଦୁଇଜଣ ମହିଳାଙ୍କୁ ନିଯୁକ୍ତି ମିଳିଛି। ଏନେଇ ମୋସାଦ୍‌ ସ୍ପାଏ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ତେବେ ଜାରି କରାଯାଇଥିବା ଫଟୋରେ ସମ୍ପୃକ୍ତ ମହିଳାଙ୍କ ମୁହଁକୁ ଲୁଚାଇ ଦିଆଯାଇଛି।
ପକ୍ଷରୁ ଗୁରୁବାର ହେବ୍ର୍ୟୁ ଭାଷାରେ ଜାରି ଏକ ବିରଳ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ, ନୂଆ ଗୋଇନ୍ଦା ନିର୍ଦ୍ଦେଶକ ପଦରେ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି। ସମ୍ପୃକ୍ତ ମହିଳାଙ୍କ ନାମ ଆଲେଫ୍‌ ବୋଲି ମୋସାଦ୍‌ ସ୍ପଷ୍ଟ କରିଛି। ଏଥିସହ ମୋସାଦ୍‌ର ଇରାନ ଡେସ୍କ ମୁଖ୍ୟ ପଦ ମଧ୍ୟ ଜଣେ ମହିଳା ସମ୍ଭାଳିଛନ୍ତି, ଯାହାଙ୍କ ନାମ କୁଫ୍‌। ଇସ୍ରାଏଲ୍‌ ଇତିହାସରେ ଦୁଇଜଣ ମହିଳାଙ୍କୁ ଗୋଇନ୍ଦା ସଂସ୍ଥାର ସର୍ବୋଚ୍ଚ ପଦରେ ନିଯୁକ୍ତ କରାଯିବାର ଏହା ହେଉଛି ପ୍ରଥମ ଘଟଣା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଆଲେଫ୍‌ ଦୀର୍ଘ ୨୦ ବର୍ଷ ଧରି ଇଣ୍ଟେଲିଜେନ୍ସ ଏଷ୍ଟାବ୍ଲିଶମେଣ୍ଟରେ ଜଡ଼ିତ ଅଛନ୍ତି। ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌)ରେ ସାମରିକ ଗୋଇନ୍ଦା ମୁଖ୍ୟ ପଦ ପାହ୍ୟାରେ ତାଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ଇରାନର ଆଣବିକ କାର୍ଯ୍ୟକ୍ରମ, ବୈଶ୍ୱିକ ଆତଙ୍କବାଦ ନିରୋଧୀ ଅପରେଶନ ଏବଂ ଆରବ ଦୁନିଆ ସହ ସମ୍ପର୍କ ସ୍ବାଭାବିକ କରିବା ଭଳି ଦାୟିତ୍ୱ ଆଲେଫ୍‌ଙ୍କ ଉପରେ ନ୍ୟସ୍ତ କରାଯାଇଛି। ଦୁଇମାସ ତଳେ ଏକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ଆଲେଫ୍‌ ମୋସାଦ୍‌ରେ ଯୋଗଦେବା ପାଇଁ ମହିଳାମାନଙ୍କୁ ଆହ୍ବାନ ଦେଇଥିଲେ। ସେହିପରି ମୋସାଦ୍‌ର ଇରାନ ଡେସ୍କ ମୁଖ୍ୟ କୁଫ୍‌ଙ୍କୁ ଅପରେଶନାଲ, ଟେକ୍ନୋଲୋଜିକାଲ ଓ ଇଣ୍ଟେଲିଜେନ୍ସ ଶାଖାଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷାକରିବା ଦାୟିତ୍ୱ ଦିଆଯାଇଛି। ନାଫ୍‌ଟାଲି ବେନେଟେ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କ ସହ ଉଭୟେ କାମ କରିଥିଲେ। ଉଭୟଙ୍କ ନିଯୁକ୍ତିକୁ ନାଫ୍‌ଟାଲି ଟୁଇଟରରେ ‘ଏକ ବିରାଟ ନିଯୁକ୍ତି’ କହି ପ୍ରଶଂସା କରିବା ସହ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋସାଦ୍‌ ମୁଖ୍ୟ ଡାଭିଡ୍‌ ବର୍ନେଆ ମଧ୍ୟ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଏହା ପୂର୍ବରୁ ୩୦ ବର୍ଷ ତଳେ ଆଲିଜା ମଗେନ୍‌ଙ୍କୁ ମୋସାଦ୍‌ରେ ଉପନିର୍ଦ୍ଦେଶିକା ରୂପେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଡାଇରେକ୍ଟର ପଦରେ ମହିଳାଙ୍କ ଏହା ହେଉଛି ପ୍ରଥମ ନିଯୁକ୍ତି।

ମୋସାଦ୍‌ କ’ଣ

ମୋସାଦ୍‌ ହେଉଛି ଇସ୍ରାଏଲ୍‌ର ଜାତୀୟ ଗୋଇନ୍ଦା ସଂସ୍ଥା। ଇସ୍ରାଏଲ୍‌ ପାଇଁ ଗୋଇନ୍ଦା ତଥ୍ୟ ସଂଗ୍ରହ, ଗୁପ୍ତ ଅପରେଶନ ଓ ଆତଙ୍କବାଦ ନିରୋଧୀ ଅଭିଯାନରେ ଏହି ଏଜେନ୍ସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏହାର ନିର୍ଦ୍ଦେଶକ କେବଳ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉତ୍ତରଦାୟୀ ରହିଥାନ୍ତି। ମୋସାଦର ବାର୍ଷିକ ବଜେଟ ପ୍ରାୟ ୧୦ ବିଲିୟନ୍‌ ଶେକେଲ୍ସ (୨.୭୩ ବିଲିୟନ୍‌ ଆମେରିକୀୟ ଡଲାର)। ଉକ୍ତ ହାଇପ୍ରୋଫାଇଲ ଗୋଇନ୍ଦା ସଂସ୍ଥାରେ ପ୍ରାୟ ୭,୦୦୦ ଲୋକ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ଥିବାରୁ ଏହାକୁ ବିଶ୍ୱର ଅନ୍ୟତମ ବୃହତ୍‌ ଗୁପ୍ତଚର ଏଜେନ୍ସି ବିବେଚନା କରାଯାଏ। ୧୯୪୯ ଡିସେମ୍ବର ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡାଭିଡ୍‌ ବେନ୍‌-ଗୁରିଓନ୍‌ଙ୍କ ସୁପାରିସ କ୍ରମେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କୋଅର୍ଡିନେଶନ୍‌ ରୂପେ ଏହାର ପ୍ରତିଷ୍ଠା କରାଯାଇଥିଲା। ୧୯୫୧ ମାର୍ଚ୍ଚରେ ମୋସାଦ୍‌କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଅଂଶବିଶେଷ ଭାବେ ସ୍ବୀକୃତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗର କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?