ମାଣ୍ଡିପଙ୍କା ଘଟଣା ପରେ ୮ ପଞ୍ଚାୟତବାସୀଙ୍କ ବଢ଼ିଲା ସ୍ବାସ୍ଥ୍ୟ  ଚିନ୍ତା : ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଦାବି 

ଦାରିଙ୍ଗବାଡି,୪।୧୧ (ଅରୁଣ ସାହୁ):  ସ୍ବାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ଜୀବନଯାପନ କରିବାକୁ ସମସ୍ତେ ଚାହାଁନ୍ତି। ଭଲ ମେଡିକାଲରେ ଚିକିତ୍ସା କରାଇବାକୁ ସମସ୍ତେ ଚାହାନ୍ତି। ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଟି ପଞ୍ଚାୟତ ପାଇଁ ରହିଛି ୪ଟି ସ୍ବାସ୍ଥ୍ୟକେନ୍ଦ୍ର।  ଏହି ୪ ସ୍ବାସ୍ଥ୍ୟକେନ୍ଦ୍ର ରହିଛି ସତ,  ମାତ୍ର  ଉକ୍ତ ଅଞ୍ଚଳ ଭୌଗଳିକ ସ୍ଥିତି ଯଦି ଦେଖାଯାଏ ତେବେ ବଣ, ଜଙ୍ଗଲ, ଘାଟି ପାହାଡ଼ ଝରଣା ଭିତରେ ରହିଛି ଗାଁ ଗୁଡିକ। ୧୦ କିମି ଦୂର ଯିବାକୁ ମଧ୍ୟ ଗାଡିର ସୁବିଧା ନାହିଁ । ଏ ନେଇ  ସ୍ବାସ୍ଥ୍ୟ ସେବା ଅପହଞ୍ଚ। ଉକ୍ତ ଅଞ୍ଚଳର ତାଜୁଙ୍ଗିଆ ପଞ୍ଚାୟତ ସିକରମାହାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ସରାମୁଳି ପଞ୍ଚାୟତର ମର୍ଦ୍ଦିପାଙ୍କା, ଗଦାପୁର ଓ ବ୍ରାହ୍ମଣୀଗାଁରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ତେବେ ଅଞ୍ଚଳବାସୀ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ସେଠାରେ ମାତ୍ର ଜଣେ ଡାକ୍ତର ଅଛନ୍ତି।  ପ୍ରସବ କରାଇବା ପାଇଁ ୨ ନର୍ସଙ୍କ ଆବଶ୍ୟକ ଥିବାବେଳେ ଜଣେ ରହିଛନ୍ତି।
ଦୈନିକ  ୭୦ରୁ  ୮୦ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ନେଇ  ଆସୁଥିବା ବେଳେ ମାସକୁ ୬୦ ରୁ ୭୦ ଗର୍ଭବତୀ ମହିଳା ଆସନ୍ତି । ଏକ ମାତ୍ର ଷ୍ଟାଫ ନର୍ସ ପ୍ରସବ  କରାଇଥାନ୍ତି। ରୋଗୀଙ୍କୁ ମୌଳିକ ସୁବିଧା ତଥା ଶୁଦ୍ଧ ପିଇବାପାଣି, ଶୌଚାଳୟ, ଗର୍ଭବତୀଙ୍କ ପାଇଁ ପ୍ରତୀକ୍ଷାଗୃହ, ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତୀକ୍ଷାଗୃହ ଆଦି ମୌଳିକ ସୁବିଧାଟିଏ ନାହିଁ ।
ସେହିପରି ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ନ ଥିବା ବେଳେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନାହିଁ।  କାରଣ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ହୋଇଥିବାରୁ ସରକାର ଅନେକ ମୌଳିକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳର ଲମ୍ବୋଦର ସିଂ, ବିଜୟ କୁମାର ମଲିକ, ଯୁଗଳ କିଶୋର ରଞ୍ଜିିତ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି ଯେ, ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଘଟଣା ପରେ ସରକାର ଜାଣିବା ଦରକାର ଯେ, ଲୋକଙ୍କ ଜୀବନ ମୂଲ୍ୟବାନ। ଆମର ଏକମାତ୍ର ଭରସା ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଘୋଷଣା କରି ଆବଶ୍ୟକ ଡାକ୍ତର ସଂଖ୍ୟା ବୃଦ୍ଧି, ରୋଗୀଶଯ୍ୟା ବ୍ୟବସ୍ଥା ସହ ରୋଗୀଙ୍କ ମୌଳିକ ସୁବିଧା ଯୋଗାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତ। ଅଞ୍ଚଳର ମିଥୁନ ରାହାମାଝି, ଅକ୍ଷୟ ବେହେରା ଦଳାଇ, ଅକ୍ଷୟ ପରିଛା, ରଞ୍ଜନ ସିଂ ପ୍ରମୁଖ ବ୍ରାହ୍ମଣୀଗାଁ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଆନୁଷଙ୍ଗିକ ସୁବିଧା ଅଭାବରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଫୁର୍ଲିଝରଣ ଜଳପ୍ରପାତ। ଏଠାକୁ ବର୍ଷତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼...

ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ

ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର...

କୋକସରାରେ ନୂତନ ଧାନମଣ୍ଡି ଉଦ୍‌ଘାଟିତ

କୋକସରା,୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋକସରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ରେଙ୍ଗାଳପାଲି ପଞ୍ଚାୟତର ଝରିଆଗୁଡାଠାରେ ଚଳିତ ବର୍ଷ ନୂତନ ଧାନ ମଣ୍ଡି ଶୁକ୍ରବାର...

ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଶ୍ରୁତିରାଣୀ ମନୋନୀତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟ ପଦ୍ମନାଭପୁର ଲାଡ଼ି ଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ୭ମ ଶ୍ରେଣୀ ଛାତ୍ରୀ ଶ୍ରୁତିରାଣୀ ଦାସ ରାଜ୍ୟସ୍ତରୀୟ...

ବିଧାନସଭାରେ ନୂଆ ପରୀକ୍ଷା ବିଲ୍‌ ପାରିତ: କ’ଣ ରହିଛି ନିୟମ

ଭୁବନେଶ୍ୱର,୬।୧୨: ବିଧାନସଭାରେ ଶୁକ୍ରବାର ପାରିତ ହୋଇଛି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌-୨୦୨୪ । ପରୀକ୍ଷାରେ ଅନିୟମିତତା ସହ ତ୍ରୁଟି ରୋକିବାକୁ ରାଜ୍ୟ ସରକାର ଏହି ବିଲ୍‌...

ଶର୍ଟ ସର୍କିଟରୁ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ

ଆସିକା,୬ା୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା କଲେଜଛକ ମହାରଣା କଲୋନୀରେ ଶୁକ୍ରବାର ବିଦ୍ୟୁତ ଶର୍ଟ ସର୍କିଟରେ ପ୍ରାୟ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ ହୋଇଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ମନ୍ଦିର ଭଙ୍ଗାରୁଜାକୁ ତେଜିଲା ବିରୋଧ

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ...

ଟାମଣା ଗ୍ରାମକୁ ନୂତନ ମୈାଜା ଘୋଷାଣା ନେଇ ଶତାଧିକ ମହିଳା, ପୁରୁଷ ପହଞ୍ଚିଲେ…

ଛତ୍ରପୁର, ୬ ।୧୨ (ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକ ଶିହଳା ପଞ୍ଚାୟତର ଟାମଣା ଗ୍ରାମକୁ ନୂତନ ମୈାଜା ଘୋଷାଣା ଦାବିନେଇ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri