Posted inଫୁରସତ

ଆକାଶରେ ଲଗାତର ୧୦ ମାସ ଉଡ଼ିପାରେ ଏହି ପକ୍ଷୀ, ଜାଣନ୍ତୁ …

ଲଣ୍ଡନ: ପୃଥିବୀରେ ଏପରି ଅନେକ ପ୍ରାଣୀ ରହିଛନ୍ତି, ଯାହାଙ୍କ ବିଭିନ୍ନ ବିଶେଷତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, କମନ ସ୍ବିଫ୍ଟ ନାମକ ରହସ୍ୟମୟ ପକ୍ଷୀ ଆକାଶରେ ଲଗାତର ୧୦ ମାସ ପର୍ଯ୍ୟନ୍ତ ଉଡ଼ିପାରିଥାଏ। ସେହିପରି ଏହି ପକ୍ଷୀ ଆକାଶରେ ଉଡ଼ୁଥିବା ସମୟରେ ଖାଇ ପାରୁଥିବା ଏବଂ ଶୋଇ ପାରୁଥିବା ନେଇ ମଧ୍ୟ ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି।

ସାଧାରଣତଃ ଏହି ପ୍ରଜାତିର ପକ୍ଷୀଙ୍କୁ ୟୁରୋପ ମହାଦେଶରେ ଦେଖିବାକୁ ମିଳିଥାଏ। ଏହି ମଧ୍ୟମ ଆକାରର ପକ୍ଷୀ ବର୍ଷର ଅଧିକାଂଶ ସମୟରେ କ୍ରମାଗତ ଭାବେ ଉଡ଼ୁଥିବା ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ, ଯେତେବେଳେ ଏହି ପକ୍ଷୀମାନେ ଲଗାତର ଉଡ଼ିବା ସହ ଅତ୍ୟଧିକ ଉଚ୍ଚତାରେ ପହଞ୍ଚି ଯାଇଥାନ୍ତି, ସେଠାରୁ ଧୀରେ ଧୀରେ ତଳକୁ ଆସିବା ସମୟରେ ସେମାନେ ହାଲୁକା ଭାବେ ଶୋଇ ପାରିଥାନ୍ତି।

ସେହିପରି ଦ୍ରୁତ ଗତିରେ ଉଡ଼ୁଥିବା ସମୟରେ କମନ ସ୍ବିଫ୍ଟ ପକ୍ଷୀ ଆକାଶରେ ଥିବା ଛୋଟ କୀଟପତଙ୍ଗକୁ ଧରି ଖାଇଥାନ୍ତି ଏବଂ ନିଜ ଭୋକ ମେଣ୍ଟାଇଥାନ୍ତି। ଅନ୍ୟପକ୍ଷରେ, ଏହି ପକ୍ଷୀମାନେ ଉଡ଼ୁଥିବା ସମୟରେ ନିଜ ସାଥୀ ପକ୍ଷୀଙ୍କ ସହ ସମ୍ପର୍କ ମଧ୍ୟ ସ୍ଥାପନ କରିପାରନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଯଦିଓ ୧୦ ମାସ ପର୍ଯ୍ୟନ୍ତ ଏହି ପକ୍ଷୀ ବିନା ଭୂମିକୁ ସ୍ପର୍ଶ କରି ଉଡ଼ିପାରିଥାନ୍ତି, ତେବେ କେବେ କେବେ ଖରାପ ପାଣିପାଗ ଯୋଗୁ ଏହା ଭୂମିକୁ ଚାଲି ଆସିଥାନ୍ତି। ପ୍ରାଣୀ ବିଜ୍ଞାନୀଙ୍କ ଅନୁଯାୟୀ, ଏହି ପକ୍ଷୀ ଯେତେବେଳ କୌଣସି ଗଛର ଶାଖା କିମ୍ବା ଭୂମିରେ ଅବତରଣ କରିଥାନ୍ତି ସେଠାରେ ମାତ୍ର ୧ରୁ ୨ ଘଣ୍ଟା ରହିଥାନ୍ତି। ଏହାପରେ ଏହି ପକ୍ଷୀ ପୁନର୍ବାର ନିଜ ଉଡ଼ାଣ ଆରମ୍ଭ କରିଥାନ୍ତି।

କମନ ସ୍ବିଫ୍ଟ ପକ୍ଷୀର ଆକାର ଟର୍ପିଡୋ ମିଶାଇଲ ସଦୃଶ ରହିଥାଏ। ଏହାର ଡେଣା ତୀକ୍ଷ୍ଣ ଏବଂ ଲମ୍ବା ହୋଇଥିବା ବେଳେ ଏହାର ଗୋଡ଼ ମଜଭୁତ ଥାଏ। ଶୀତ ଋତୁରେ ପକ୍ଷୀପ୍ରେମୀମାନେ କମନ ସ୍ବିଫ୍ଟର ଉଡ଼ିବା କୌଶଳ ଦ୍ୱାରା ଆକର୍ଷିତ ହୋଇଥାନ୍ତି। କ୍ରମାଗତ ଭାବେ ସବୁଠାରୁ ଅଧିକ ସମୟ ଧରି ଉଡ଼ୁଥିବା ପକ୍ଷୀ ଭାବେ କମନ ସ୍ବିଫ୍ଟ ପକ୍ଷୀର ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନିତ ହୋଇଛି। ଅଧିକାଂଶ ସମୟ ଆକାଶରେ ରହୁଥିବାରୁ ଅନ୍ୟ ପକ୍ଷୀଙ୍କ ତୁଳନାରେ କମନ ସ୍ବିଫ୍ଟ ପ୍ରଜାତିର ପକ୍ଷୀଙ୍କୁ ବିଶେଷ ରୋଗ ହୋଇ ନ ଥାଏ ବୋଲି ବିଭିନ୍ନ ଅଧ୍ୟୟନରୁ୍‌ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?