ଖସିଲା ପଲସ୍ତରା: ୬ ଛାତ୍ରୀଛାତ୍ର ଆହତ, ଶିକ୍ଷୟିତ୍ରୀ ଗୁରୁତର

ବଇଣ୍ଡା,୬।୭(ପରିକ୍ଷିତ ସାହୁ)୫ ବର୍ଷ ହେଲା ଅଙ୍ଗନଓ୍ବାଡି ଛାତରୁ ପାଣି ଗଳୁଛି। କାନ୍ଥ ମଧ୍ୟ ଫାଟି ଯାଇଛି। ତେଣୁ ଏପରି ବିପଦପୂର୍ଣ୍ଣ କୋଠରିରେ କୁନି କୁନି ପିଲାଙ୍କୁ ନ ବସାଇବାକୁ ସତର୍କ କରିଥିଲେ ସରପଞ୍ଚ। ହେଲେ ଏଥିପ୍ରତି ସିଡିପିଓ କିମ୍ବା ବିଡିଓ କେହି ବି ଦୃଷ୍ଟି ଦେଲେ ନାହିଁ। ଫଳରେ ବୁଧବାର ଘଟିଗଲା ଅଘଟଣ। ପିଲା ଓ ଦିଦିଙ୍କ ମୁଣ୍ଡ ଉପରେ ଖସିପଡ଼ିଲା ପଲସ୍ତରା। ମୁଣ୍ଡ ଫାଟି ଯାଇଥିବାରୁ ଗୁରୁତର ହୋଇଛନ୍ତି ଦିଦି। ଆହତ ହୋଇଛନ୍ତି ୬ ଛାତ୍ରୀଛାତ୍ର।
ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତରେ ଥିବା ଝିଲ୍ଲୀମୁଣ୍ଡା ଅଙ୍ଗନଓ୍ବାଡି କେନ୍ଦ୍ରର ଛାତରୁ ପଲସ୍ତରା ଖସି ଶିକ୍ଷୟିତ୍ରୀ ସୁଭାଷିନୀ ରଣା ଗୁରୁତର ହୋଇଛନ୍ତି। ୩ ଛାତ୍ରୀ ଓ ୩ ଛାତ୍ର ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ୟା ବେହେରା, କରନ ସାହୁ, ତପସ୍ବିନୀ ବେହେରା, ସାଇରାମ ସାହୁ, ମିଲନ ସାହୁ ଓ ଶୁଭମ ଭୋଇ। ସମସ୍ତଙ୍କୁ ପ୍ରଥମେ ନିକଟସ୍ଥ ବଇଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ଛାତ୍ରୀଛାତ୍ରମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଗୁରୁତର ଶିକ୍ଷୟିତ୍ରୀ ସୁଭାଷିନୀଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଝିଲ୍ଲୀମୁଣ୍ଡା ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଘଟଣାରୁ ପ୍ରକାଶ, ଝିଲ୍ଲୀମୁଣ୍ଡା ଗ୍ରାମର ୨୪ ଛାତ୍ରୀଛାତ୍ର ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପାଠ ପଢ଼ନ୍ତି। ପୂର୍ବାହ୍ନ ୯ଟା ବେଳେ

୨୩ ଛାତ୍ରୀଛାତ୍ର ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିଥିଲେ। ସେମାନେ ବିପଦସଙ୍କୁଳ ଅବସ୍ଥାରେ ଥିବା କୋଠରିରେ ବସିଥିବା ବେଳେ ସାଢ଼େ ୧୦ଟା ବେଳେ ହଠାତ ଛାତରୁ ପଲସ୍ତରା ଖଣ୍ଡମାନ ଖସିବା ଆରମ୍ଭ ହୋଇଥିଲା। ପ୍ରଥମେ ପଲସ୍ତରାର କିଛି ଅଂଶ ଛାତ୍ର ଶୁଭମଙ୍କ ମୁଣ୍ଡରେ ପଡିଥିଲା। ଏହାପରେ ଅନ୍ୟ ୫ ଛାତ୍ରୀଛାତ୍ରଙ୍କ ସମେତ ଶିକ୍ଷୟିତ୍ରୀ ସୁଭାଷିନୀଙ୍କ ଉପରେ ପଲସ୍ତରା ଖସିପଡ଼ିଥିଲା। ଏଥିରେ ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଛାତୀଛାତ୍ରମାନେ ଆହତ ହୋଇଥିଲେ। ଏହା ଦେଖି ଅନ୍ୟମାନେ ଭୟରେ ବାହାରକୁ ପଳାଇ ଯାଇଥିଲେ। ଖବରପାଇ ଅଭିଭାବକମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶିକ୍ଷୟିତ୍ରୀ ଓ ଆହତ ପିଲାମାନଙ୍କୁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ଏ ନେଇ ଗ୍ରାମବାସୀ କହିଛନ୍ତି, ୨୦୦୯ ମସିହାରେ ଉକ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ହୋଇଥିଲା। ହେଲେ ତତ୍କାଳୀନ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଭିତିରି ବୁଝାମଣା ଯୋଗୁ ଅତି ନିମ୍ନମାନର କାର୍ଯ୍ୟ କରାଯାଇଥିଲା। ଏଥିଯୋଗୁ ୨୦୧୮ ମସିହାରୁ ଏହି କେନ୍ଦ୍ରର ଛାତରୁ ବର୍ଷା ପାଣି ଗଳୁଛି। କାନ୍ଥ ଫାଟି ଯିବାରୁ ଏହା ବିପଦସଂକୁଳ ଅବସ୍ଥାରେ ରହିଛି। ସରପଞ୍ଚ ଭରତ ଚନ୍ଦ୍ର ସାହୁ କହିଛନ୍ତି, ବିପଦପୂର୍ଣ୍ଣ ଏହି କେନ୍ଦ୍ରରେ ପିଲାଙ୍କୁ ପାଠ ନ ପଢ଼ାଇବା ପାଇଁ ୧୨ ମାର୍ଚ୍ଚ ୨୦୨୨ ଓ ୪ ଏପ୍ରିଲ ୨୦୨୩ରେ ଆଠମଲ୍ଲିକ ସିଡିପିଓ ଏବଂ ବିଡିଓଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ହେଲେ ପ୍ରଶାସନ ପକ୍ଷରୁ ଏ ଦିଗରେ ଆଦୌ ଦୃଷ୍ଟି ଦିଆଯାଇ ନ ଥିଲା। ତୁରନ୍ତ ଏକ ନୂତନ କେନ୍ଦ୍ର ନିର୍ମାଣ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଝିଲ୍ଲୀମୁଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଖବରପାଇ ବହୁ ବିଳମ୍ବରେ ସିଡିପିଓ ଏବଂ ବିଡିଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ସିଡିପିଓ ତରଙ୍ଗିନୀ ମିର୍ଦ୍ଧା କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ସରକାରଙ୍କୁ ଅବଗତ କରାଯିବ। ଆଠମଲ୍ଲିକ ଉପ ଜିଲାପାଳ ତରଣୀ ସୁନା କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?