ନଡ଼ିଆ ତେଲ ଦିଏ ଏହିସବୁ ରୋଗରୁ ମୁକ୍ତି

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏଥିରେ ପାଚନତନ୍ତ୍ରଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିବ। ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଥଣ୍ଡା, କାଶ ସହ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ।

ତେବେ ଜାଣନ୍ତୁ ନଡ଼ିଆ ତେଲ କେଉଁଭଳି ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।

* ଓଜନ କମ୍‌ କରେ
ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତେବେ ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ନଡିଆ ତେଲ ଶରୀରର ମେଟାବୋଲିକ ହାରକୁ କମ୍‌ କରିଥାଏ, ଯାହା ସହଜରେ ଓଜନ କମ୍‌ କରେ ।

*ପାଚନତନ୍ତ୍ର ଶକ୍ତ
ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଫଳରେ ପାଚନତନ୍ତ୍ର ଶକ୍ତ ହୋଇଥାଏ। ଏହା ସହ ପେଟରେ ସଂକ୍ରମଣ ସୃଷ୍ଟି କରି ନଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।

* କ୍ୟାନ୍‌ସର ଆଶଙ୍କା କମ୍‌
ଏହା କ୍ୟାନ୍‌ସର ଭଳି ମାରାତ୍ମକ ରୋଗର ଆଶଙ୍କା କମାଇଥାଏ। ଏହି ତେଲରୁ ଉତ୍ପାଦିତ କେଟୋନ ଶରୀରର ସୁସ୍ଥ କୋଷଗୁଡ଼ିକୁ ଶକ୍ତି ଯୋଗାଇଥାଏ। କେଟୋନ କର୍କଟ କୋଷ ବ୍ୟତୀତ ଶରୀରର ଅନ୍ୟ କୋଷକୁ ଶକ୍ତି ପ୍ରଦାନ କରିଥାଏ।

*ହୃଦ୍‌ରୋଗର ଆଶଙ୍କା କମ୍‌
ହୃଦ୍‌ରୋଗର ଆଶଙ୍କା କମ୍‌ କରିବା ସହ ହାର୍ଟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ ଥିବା ଲେରିକ୍‌ ଏସିଡ କୋଲେଷ୍ଟରଲ ଦୂର କରେ। ଏହା ସହ ନଡ଼ିଆ ତେଲ ଦାନ୍ତ ଏବଂ ହାଡ଼କୁ ମଜଭୁତ କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରଞ୍ଚି ଭେଜ୍‌

ଖାଦ୍ୟାବଳୀରେ ଏବେ ଷ୍ଟାର୍ଟର ଭାରି ପସନ୍ଦଯୋଗ୍ୟ ହେଉଛି। ମେନ୍‌କୋର୍ସକୁ ଯିବା ଆଗରୁ ଏଭଳି କିଛି ଷ୍ଟାର୍ଟର ଯାହା ପେଟ ଭରି ଦେଉଛି। କ୍ରିସ୍ପି ସ୍ବାଦକୁ ପନିର...

କୋଲେଷ୍ଟରଲ୍‌ସ୍ତର କମାଏ ଏହି ଜୁସ୍‌…

ଗହମ ଗଛରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। ରକ୍ତହୀନତା ରୋଗୀ ଏହାକୁ ନିୟମିତ ପାନ...

ସପ୍ତରଙ୍ଗୀ ଇନ୍ଦ୍ରଧନୁ ଓ ଗ୍ୟାସ୍‌ର ନୀଳଶିଖା

ଋଙ୍ଗିନ ଆଲୁଅ ଓ ଛାଇର ସମାହାର ହେଉଛି ଇନ୍ଦ୍ରଧନୁ । ସକାଳେ କିମ୍ବା ଉପରଓଳି ଝିପିଝିପି ବର୍ଷା ହେଉଥିବା ସମୟରେ ଖରା ପଡ଼ିଲେ ନାଲି-ନେଳି-ସବୁଜ ରଙ୍ଗର...

ଅଗ୍ନିମାନ୍ଦ୍ୟ ରୋଗ

ପାଚନ ବିକାରର ମୂଳ କାରଣକୁ ଭୋକ ନ ଲାଗିବା ବା ଅଗ୍ନିମାନ୍ଦ୍ୟ କୁହାଯାଏ। ଅଗ୍ନିମାନ୍ଦ୍ୟ ରୋଗ କାରଣରୁ ପାଚନ ଶକ୍ତିର ହ୍ରାସ ଓ ଖାଦ୍ୟ ପଦାର୍ଥ...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି;...

ରୋଷେଇ ଘରୁ ଦୁର୍ଗନ୍ଧ ଆସିଲେ ଆପଣାନ୍ତୁ କିଛି ଘରୋଇ ଉପଚାର

ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ୍‌। କାରଣ ରୋଷେଇ ଘରେ ଜୀବାଣୁ ବ୍ୟାପିଲେ ଏହା ଆମ ଖାଦ୍ୟରେ ମିଶି ଆମ ପେଟ ଭିତରକୁ ଚାଲି...

ହୃତ୍‌ପିଣ୍ଡ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ୍‌ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩...

ଗାଡ଼ି ଚଲାଉଥିଲେ…

ବର୍ତ୍ତମାନ ଅଧିକାଂଶ ମହିଳା ଟୁ ହ୍ବିଲର ହେଉ ବା ଫୋର୍‌ ହ୍ବିଲର ଗାଡି ଚଲାଉଥିବାର ଦେଖିବାକୁ ମିଳୁଛି। ତେବେ ଗାଡି ଚଲାଇବା ସମୟରେ କେତୋଟି ସମାନ୍ୟ...

Advertisement
Archives

Model This Week