ଆଳି ତଟବନ୍ଧ ଡିଭିଜନରେ ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ, ୭ା୬: ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି। ଆଳି ସମେତ ରାଜକନିକା, ରାଜନଗର ଓ ମହାକାଳପଡ଼ାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା କରିବା କଥା। ଏ ନେଇ ଗତବର୍ଷ ଏପ୍ରିଲ ମାସରେ ମିଳିତ ପ୍ରଶାସନିକ ସର୍ଭେ ହୋଇଥିଲା। ୨୦୨୨- ୨୩ ଆର୍ଥିକ ବର୍ଷରେ ତଟବନ୍ଧର ସର୍ଭେ ରିପୋର୍ଟରେ ବିଭାଗୀୟ ଅଧିକାରୀ, ସମ୍ପୃକ୍ତ ଅଞ୍ଚଳର ବିଡିଓ, ତହସିଲଦାରଙ୍କଠାରୁ ଜିଲାପାଳ ପର୍ଯ୍ୟନ୍ତ ଦସ୍ତଖତ କରିଥିଲେ। ଏହାର ଅର୍ଥ ତଟବନ୍ଧର ଦୁର୍ବଳତା ସମ୍ପର୍କରେ ଜିଲାର ସମସ୍ତ ପ୍ରଶାସନିକ ଅଧିକାରୀ ଅବଗତ ଅଛନ୍ତି। ଏହାସତ୍ତ୍ୱେ ଜିଲାର ରାଜନଗର ବ୍ଲକ ତାଳଚୁଆଠାରୁ ରାଜନଗର ଓ ମହାକାଳପଡ଼ାର ବତିଘର ପଞ୍ଚାୟତ ପର୍ଯ୍ୟନ୍ତ ଏହି ଜୁଆର ପାଣି ଚାଷ ଓ ବାସକୁ ନଷ୍ଟ କରୁଛି। ଯାତାୟାତ ପଥ ରୋକିବା ସହ ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ସମସ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ରହିଛନ୍ତି। ଧନଜୀବନରେ ଅସୁରକ୍ଷିତ ଥିବା ତଟାଞ୍ଚଳବାସୀ ଗତ ୧୮ ବର୍ଷ ଧରି ଚାଲିଥିବା ଏହି କାର୍ଯ୍ୟାଳୟରେ ପ୍ରକଳ୍ପ ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଭାଗବଣ୍ଟା କରିଛନ୍ତି ବୋଲି ମତ ଦେଇଛନ୍ତି।
ରାଜନଗରର ବସନ୍ତ କୁମାର ହାତୀ, ଆଳିର ବ୍ରଜସୁନ୍ଦର ଭୂୟଁା, ମହାକାଳପଡ଼ାର ସୁନୀଲ କୁମାର ଗନ୍ତାୟତ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ଆଳି ତଟାଞ୍ଚଳ ଡିଭିଜନ ୨୦୦୪ ଅକ୍ଟୋବରରୁ କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ଆଳି ସବ୍‌ଡିଭିଜନର ୧୧୧.୫୩ କିଲୋମିଟର, ମହାକାଳପଡ଼ାର ୨୩୭.୬୨ କିଲୋମିଟର, ରାଜନଗରର ୩୦୨.୧୨ କିଲୋମିଟର ଓ ରାଜକନିକା ସବ୍‌ଡିଭିଜନର ୯୩.୨୦ କିଲୋମିଟର ତଟବନ୍ଧ ଅଛି। ବନ୍ୟା, ବାତ୍ୟାରେ ସ୍ଥାନୀୟ ଅଞ୍ଚଳରେ ହେବାକୁ ଥିବା କ୍ଷୟକ୍ଷତିକୁ ରୋକିବାକୁ ମିଳିତ ପ୍ରଶାସନିକ ଅଧିକାରୀ ସର୍ଭେ କରିଛନ୍ତି। ତେବେ ମହାକାଳପଡ଼ା ସବ୍‌ଡିଭିଜନର ଜମ୍ବୁ ଲୁଣା ଘେରି, ବତିଘର ଘେରି, ରାଜନଗର ସବ୍‌ଡିଭିଜନ ଅନ୍ତର୍ଗତ ଗଜରିଆ ତଟବନ୍ଧ, ଉତିକଣ ଲୁଣା ଘେରି, କେରଡ଼ାଗଡ଼, ପଦନୀ ପଦ୍ମନାଭପୁର, ଗୋପାଳପୁର, ରାଜଗଡ଼, ଗଦାଧରପୁର, ବାରଗଁା ଆଦି ଘେରିବନ୍ଧକୁ ଟପି କ୍ଷେତ ଓ ନିକଟସ୍ଥ ଗ୍ରାମକୁ ସମୁଦ୍ର ଜୁଆର ପାଣି ପଶୁଛି। ଏହି ସବ୍‌ଡିଭିଜନ ଅନ୍ତର୍ଗତ ପେଣ୍ଠ ଜିଓ ଟ୍ୟୁବୱାଲକୁ ସମୁଦ୍ର ଜୁଆର ନଷ୍ଟ କରିବାକୁ ଆଶଙ୍କା ଥିବା ବେଳେ ୪୦୦ ମିଟର ପର୍ଯ୍ୟନ୍ତ ତଟବନ୍ଧରେ ସମୁଦ୍ର ଛୁଇଁଛି। ସେହିପରି ଜୁଆର ପ୍ରଭାବିତ ବ୍ରାହ୍ମଣୀ, ଖରସ୍ର୍ରୋତା, ଗୋବରୀ, ହଂସୁଆ ଆଦି ନଦୀ ବନ୍ଧ ଏକ ପ୍ରକାର ଅସୁରକ୍ଷିତ ହୋଇଛି। ଗତ ପୂର୍ଣ୍ଣିମାରେ ହୋଇଥିବା ଜୁଆର ପାଣି ପାଟ୍ଟଶାଳା ନଦୀକୁ ଉଛୁଳାଇ ଦେଇଥିଲା। ଏହି ଲୁଣି ଜୁଆର ପାଣି ରାଜନଗର ବ୍ଲକ ରଙ୍ଗଣୀର ପଟ୍ଟାପାରିଆ, ଭେକ୍ଟା ମୌଜାକୁ ମାଡ଼ି ଯାଇଥିଲା। ସେହିପରି ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତର ପାଞ୍ଚଗୋଛିଆ ବାଟ ଦେଇ କ୍ଷେତ ଜମିକୁ ମାଡ଼ି ଯାଇଥିବା ସହ ନିକଟସ୍ଥ ଗ୍ରାମରେ କେତେଜଣଙ୍କ ଘରକୁ ଏହି ଜଳ ପ୍ରବେଶ କରିଛି। ସମୁଦ୍ର ଉଛୁଳିଲେ ବତିଘର ଅଞ୍ଚଳର ବଡ଼ଟୁବି, ସାନଟୁବି, ମହାନଦୀ ସଂଲଗ୍ନ ଆଖଡ଼ାଶାଳି ଆଦି ଅଞ୍ଚଳରେ ଜୁଆର ପାଣି ମାଡ଼ି ଯାଉଛି। ଅଧିକାଂଶ ତଟାଞ୍ଚଳରେ ବନ୍ଧ ଆଦୌ ନିର୍ମାଣ କରାଯାଇନାହିଁ। ଏଠାରେ ମୌଳିକ ସୁବିଧା ବାଧାପ୍ରାପ୍ତ ହୋଇଛି। ସର୍ଭେ ସମୟରେ ତଟବନ୍ଧ ଦୁର୍ବଳତା ସତ୍ତ୍ୱେ ପ୍ରକଳ୍ପକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କରିବା, ପୂର୍ବ ପ୍ରକଳ୍ପରେ ଆସିଥିବା ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଭାଗବଣ୍ଟା କରି ନେଇଥିବା ଏହାଠାରୁ ଅଧିକ ଉଦାହରଣ କ’ଣ ହୋଇଥାଇପାରେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ଦାଶଙ୍କୁ ପଚାରିବାରେ ବିଶ୍ୱ ତାପନ ଫଳରେ ପରିବେଶ ବିଗିଡ଼ିଛି। ତଟବନ୍ଧର ବହୁ ସ୍ଥାନ ଏବେ ସମୁଦ୍ର ଜୁଆରଠାରୁ ୧ ମିଟର ଉଚ୍ଚାରେ ଅଛି। ଏହାକୁ ୪ରୁ ୬ ମିଟର ଉଚ୍ଚା ତଟବନ୍ଧ କରିବାକୁ ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri