Posted inରାଜ୍ୟ

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ (X) ରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ସେବକର ନିଷ୍ଠା ଯେତେବେଳେ ନାୟକର ସଂକଳ୍ପରେ ରୂପାନ୍ତରିତ ହୁଏ, ସେତେବେଳେ ‘ନରେନ୍ଦ୍ର’ଙ୍କ ନେତୃତ୍ୱରେ ନବଭାରତର ନିର୍ମାଣ ହୋଇଥାଏ।

ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଦେଶ ପ୍ରତି ତାଙ୍କର ସମର୍ପଣ ଭାବକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ମା’ ଭାରତୀଙ୍କ ସେବାରେ ପ୍ରଧାନମନ୍ତ୍ରୀଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଏକ ସମର୍ପିତ ସମିଧ। ତାଙ୍କର ସଂକଳ୍ପବଦ୍ଧ ନେତୃତ୍ୱ ହେତୁ ଗରିବୀ ଓ ଅସମାନତାର ଅନ୍ଧକାର ଦୂର ହୋଇ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ର ମନ୍ତ୍ର ଆଜି ବିକାଶର ମହାମନ୍ତ୍ର ପାଲଟିଛି। ଡିଜିଟାଲ୍‌ରୁ ଭବିଷ୍ୟତ ଓ ଗ୍ରାମାଞ୍ଚଳରୁ ମହାକାଶ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦେଶବାସୀଙ୍କୁ କେବଳ ସ୍ୱପ୍ନ ଦେଖାଇନାହିଁ, ବରଂ ସେହି ସ୍ୱପ୍ନକୁ ସାକାର କରିବାର ସାହସ ଓ ଶକ୍ତି ଦେଇଛି।

ଶେଷରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ନିରାମୟ ସ୍ୱାସ୍ଥ୍ୟ ଓ ପ୍ରଶସ୍ତ ଆତ୍ମବଳ ପାଇଁ ପ୍ରାର୍ଥନା କରିବା ସହ ତାଙ୍କ କର୍ମଯୋଗରେ ବିକଶିତ ଭାରତର ସଂକଳ୍ପ ସାକାର ହେଉ ବୋଲି ଆଶାପ୍ରକାଶ କରିଛନ୍ତି।

Image

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

PM ମୋଦି କେବେ କେବେ UPIରେ କରିଛନ୍ତି ପେମେଣ୍ଟ? ଜାଣନ୍ତୁ କେତେ ଟଙ୍କା କରିଥିଲେ ଖର୍ଚ୍ଚ

Hu ନୂଆଦିଲ୍ଲୀ, ୧୭/୯:ଆଜି ସେପ୍ଟେମ୍ବର ୧୭। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଏବଂ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

PM ମୋଦିଙ୍କ ୭୭ତମ ଜନ୍ମଦିନ, ଗୁଜରାଟରେ ଜଳିବ ୮୮ ଲକ୍ଷ ଦୀପ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଶେଷ କରି ଗୁଜରାଟରେ…

ମହାଶକ୍ତିଶାଳୀ ବୁଧାଦିତ୍ୟ ରାଜଯୋଗ: ଆଜିଠୁ ୫ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଲାଗିବ ଲଟେରୀ, ଟଙ୍କାରେ ଶୋଇବେ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସକାଳ ୭ଟା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ପ୍ରପର୍ଟିର ପୂରା ତଥ୍ୟ

ନୂଆଦିଲ୍ଲୀ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଜୀବନ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ରେ…

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍‌ଡି ଡିଜି କହିଲେ…

ଭୁବନେଶ୍ୱର, ୧୭ା୯(ବନ୍ଦନା ସେଠୀ):ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ଘୂର୍ଣ୍ଣିବଳୟ ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?