ନଦୀ ପୁନରୁଦ୍ଧାରର ଅଗ୍ରଦୂତ

ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କର ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଥ୍‌ ଆହେଡ୍‌’। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୨୪ ତାରିଖରେ ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ହେବାକୁ ଥିବା ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ବିହାରର ସ୍ନେହା ଶାହି। ପାଠ ପଢ଼ୁଥିବା ସମୟରୁ ଜଳବାୟୁ ପରିବର୍ତ୍ତନର ସମସ୍ୟାକୁ ସେ ବୁଝିଯାଇଥିଲେ। ସେଥିପାଇଁ ସେ ସ୍ନାତକୋତ୍ତର ପଢ଼ିବା ସମୟରୁ ହିଁ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିଥିଲେ। ‘ପ୍ଲାଷ୍ଟିକ ଫ୍ରି’ ଉପରେ କାମ କରୁଥିବା ସ୍ନେହା ଏବେ ନିଜ କାମ ପାଇଁ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି। ଭାରତର ୧୭ଜଣ ୟୁଏନ୍‌ ୟଙ୍ଗ କ୍ଲାଇମେଟ୍‌ ଚାମ୍ପିୟନଙ୍କ ମଧ୍ୟରେ ସ୍ନେହା ଅନ୍ୟତମ। ବର୍ତ୍ତମାନ ନଦୀର ପୁନରୁଦ୍ଧାର କରିବା ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରୁଛନ୍ତି।
ଯୁବ ପରିବେଶବିତ୍‌ ସ୍ନେହାଙ୍କ ବାପା ଏୟାର ଫୋର୍ସରେ ଚାକିରି କରିଥିବାରୁ ସେ ଦେଶର ବିଭିନ୍ନ ସ୍ଥାନରେ ରହିଛନ୍ତି। ତେବେ ତାଙ୍କ ପରିବାର ଗୁଜରାଟର ଭଦୋଦରାରେ ରହିବା ବେଳେ ସ୍ନେହା ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟରେ ଏନ୍‌ଭାଇରନମେଣ୍ଟାଲ ଷ୍ଟଡିଜ୍‌ରେ ପାଠ ପଢ଼ୁଥିଲେ। ୨୦୧୯ରେ ସ୍ନେହା ପ୍ଲାଷ୍ଟିକ ଟାଇଡ୍‌ ଟର୍ନର କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ, ଯେଉଁଥିରେ ତାଙ୍କୁ ବିଶ୍ୱବିଦ୍ୟାଳୟ ସହଯୋଗ କରିଥିଲା। ସେହି ଅଭିଯାନରେ ୨୦୦ କଲେଜର ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ବିଶ୍ୱମିତ୍ରି ନଦୀ ସହିତ ଯୋଡ଼ି ହୋଇଥିବା ଦୀର୍ଘ ୭.୫ କିମି ଲମ୍ବର ଏକ ନାଳ ‘ଭୁକି’ରୁ ଏହି କ୍ୟାମ୍ପେନ କରାଯାଇଥିଲା। ତେବେ ଏହି ନାଳକୁ ସଫା କରିବା ପାଇଁ ସେମାନଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା, କାରଣ ସେଠାରେ କୁମ୍ଭୀର ରହୁଥିଲେ। ତଥାପି ଏହି କ୍ୟାମ୍ପେନ ଜରିଆରେ ସେମାନେ ୭୦୦ କେଜି ପ୍ଲାଷ୍ଟିକ ବାହାର କରିଥିଲେ। ସେଥିମଧ୍ୟରୁ ବହୁ ପ୍ଲାଷ୍ଟିକକୁ ରିସାଇକଲ୍‌ କରିଥିଲେ। ସେହି ନାଳ ସଫା ହେବା ପରେ ଆଉ କୁମ୍ଭୀର ଦେଖାଦେଲେ ନାହିଁ। ନାଳରେ ଅଧିକ ପାଣି ହୋଇଯିବାରୁ କେବଳ ବର୍ଷାଦିନେ କୁମ୍ଭୀର ଦେଖାଯାଆନ୍ତି। ସେମାନେ ଜନସାଧାରଣ, ଅଫିସର, ଷ୍ଟେକ୍‌ହୋଲ୍ଡରଙ୍କୁ ନେଇ ଏକ ସର୍ଭେ କରିଥିଲେ। ପ୍ଲାଷ୍ଟିକର ବ୍ୟବହାର କଲେ କ’ଣ ହେବ ସେ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଏହି ଅଭିଯାନରେ ସଫଳତା ପାଇବା ପରେ ସ୍ନେହା ଚାହିଁଥିଲେ ଅଧିକରୁ ଅଧିକ ଲୋକ କିପରି ଏଥିରେ ସଂଶ୍ଳିଷ୍ଟ ହୋଇପାରିବେ ଏବଂ ପ୍ଲାଷ୍ଟିକର ବ୍ୟବହାର କିପରି ପରିବେଶକୁ ଦୂଷିତ କରୁଛି ତାହା ବୁଝିପାରିବେ। ସେଥିପାଇଁ ସେ ଲୋକଙ୍କୁ ସଚେତନ କରିବା ପାଇଁ ଚାହିଁଲେ। ବିଭିନ୍ନ ସ୍କୁଲ ଓ କଲେଜକୁ ମଧ୍ୟ ଯାଇ ସେ ପ୍ଲାଷ୍ଟିକ ବ୍ୟବହାର ଉପରେ କର୍ମଶାଳା କରୁଛନ୍ତି। ସ୍ନେହାଙ୍କ କାର୍ଯ୍ୟକଳାପ ନେଇ ନ୍ୟାଶନାଲ ଜିଓଗ୍ରାଫିକ୍‌ର ‘ଓ୍ବାନ ଫର୍‌ ଚେଞ୍ଜ’ କ୍ୟାମ୍ପେନରେ ଫିଚର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri