Posted inଫୁରସତ

ଜଳବାୟୁ ପରିବର୍ତ୍ତନ ଆଣୁଛି ଭୟଙ୍କର ଟର୍ବୁଲେନ୍ସ, ବିମାନ ଭିତରେ ନିଜ ସିଟ୍‌ରୁ ଉଡ଼ିବାରେ ଲାଗୁଛନ୍ତି ଯାତ୍ରୀ…

ନୂଆଦିଲ୍ଲୀ,୨୩।୫:  ଯାତ୍ରାବେଳେ ଉଚ୍ଚ ଆକାଶରେ ବିମାନ ଟର୍ବୁଲେନ୍ସକୁ ସାମ୍ନା କରିବା ସ୍ବାଭାବିକ। କିନ୍ତୁ ଯାତ୍ରୀ ମୃତାହତ ହେବା ଭଳି ସିଭିଅର୍‌ ଟର୍ବୁଲେନ୍ସ ବିରଳ। ଏହି କାରଣରୁ ଲଣ୍ଡନରୁ ସିଙ୍ଗାପୁର ଫେରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଓ ଅନ୍ୟ ୩୦ ଆହତ ହେବା ଘଟଣାକୁ ନେଇ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିମାନଟି ୩୭,୦୦୦ ଫୁଟ୍‌ ଉଚ୍ଚତାରେ ଉଡ଼ାଣ କରୁଥିବାବେଳେ ଏଭଳି ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ବିମାନ ଭିତରେ ଯାତ୍ରୀମାନେ ନିଜ ସିଟ୍‌ରୁ ଉଡ଼ିବାରେ ଲାଗିଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ତାପମାତ୍ରା ବୃଦ୍ଧି ଏଭଳି ଭୟଙ୍କର ଟର୍ବୁଲେନ୍ସର ପ୍ରମୁଖ କାରଣ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ବିମାନ ଉଡ଼ାଣ କରୁଥିବାବେଳେ ଆକାଶମାର୍ଗରେ ତାପମାତ୍ରା ଓ ପାଣିପାଗ ସହ ଖାପ ଖୁଆଇ ନ ପାରି ହଠାତ୍‌ ଅଶାନ୍ତ ହୋଇପଡ଼ିବାକୁ ଟର୍ବୁଲେନ୍ସ କୁହାଯାଏ। ସୀମାହୀନ ସାଗର ଭଳି ଅନ୍ତହୀନ ଆକାଶରେ ଟର୍ବୁଲେନ୍ସ ଏକ ଢେଉ ସଦୃଶ ବୋଲି ୟୁନିଭର୍ସିଟି ଅଫ୍‌ ମେଲ୍‌ବୋର୍ନର ଆଟମୋସ୍ଫେରିକ୍‌ ସାଇଣ୍ଟିଷ୍ଟ ପ୍ରଫେସର ଟୋଡ୍‌ ଲେନ୍‌ କହିଛନ୍ତି। ପ୍ରଫେସର ଲେନ୍‌ଙ୍କ ମତରେ ପବନ ସମାନ୍ତରାଳରୁ ତଳ ଉପର ହେଲେ ବିମାନ ଟର୍ବୁଲେନ୍ସକୁ ସାମ୍ନା କରିଥାଏ। ନିର୍ବିଘ୍ନରେ ଉଡ଼ାଣ କରୁଥିବା ବିମାନ ହଠାତ୍‌ ତଳ ଉପର ହେବାକୁ ଲାଗିଥାଏ। ପବନର ଗତି ହିଁ ତାକୁ ଏପରି କରିଥାଏ।

ପାର୍ବତ୍ୟମାଳା, ଝଡ଼ ଓ ଜେଟ୍‌ ଷ୍ଟ୍ରିମ୍ସକୁ ଟର୍ବୁଲେନ୍ସର କାରଣ ବୋଲି କୁହାଯାଏ। ଏଭଳି ସ୍ଥିତିରେ ପାଇଲଟ୍‌ ପର୍ବତ ଉପର ଦେଇ ବିମାନର ଉଡ଼ାଣକୁ ଏଡ଼ାଇ ସୁରକ୍ଷିତ ମାର୍ଗକୁ ମୋଡ଼ିନେବା ପାଇଁ ତତ୍କାଳ ଯୋଜନା କରିବା ଉଚିତ। ଉପର ବାୟୁମଣ୍ଡଳ ଦେଇ ବିମାନ ଯାତ୍ରା କରୁଥିବାବେଳେ ଖୁବ୍‌ ଜୋର୍‌ରେ ପବନ ବହିଲେ ତାକୁ ଜେଟ୍‌ ଷ୍ଟ୍ରିମ୍ସ କୁହାଯାଏ। ଜେଟ୍‌ ଷ୍ଟ୍ରିମ୍ସର ଉପରେ ଓ ତଳେ ବହୁଥିବା ପବନକୁ ଷ୍ଟ୍ରଙ୍ଗ୍‌ ଓ୍ବାଇଣ୍ଡ୍‌ ଶିଅର୍‌ କୁହାଯାଏ। ସେହି ସମୟରେ ପବନର ଗତିରେ ନାଟକୀୟ ପରିବର୍ତ୍ତନ ଆସିଥାଏ। ଏଭଳି ଷ୍ଟ୍ରଙ୍ଗ୍‌ ଓ୍ବାଇଣ୍ଡ୍‌ ଶିଅର୍‌ ରିଜିଅନ୍ସରେ ବିମାନ ଯାତ୍ରୀ ଅତ୍ୟଧିକ ଟର୍ବୁଲେନ୍ସର ଶିକାର ହୋଇଥାନ୍ତି। ମେଘ ନ ଥିବା ଆକାଶରେ ସୃଷ୍ଟି ହେଉଥିବା ଆଲୋଚନ ବା ଅସ୍ଥିରତାକୁ କ୍ଲିଅର ଏୟାର ଟର୍ବୁଲେନ୍ସ କୁହାଯାଏ। ତେବେ ସିଙ୍ଗାପୁର ଏୟାରଲାଇନ୍ସର ବିମାନଟି କେଉଁ ପର୍ଯ୍ୟାୟର ଟର୍ବୁଲାନ୍ସକୁ ସାମ୍ନା କରିଥିଲା ତାହା ଜଣା ପଡ଼ିନାହିଁ। ସେତେବେଳେ ସେହି ରୁଟ୍‌ରେ ଝଡ଼ ସୃଷ୍ଟି ହୋଇଥିବା ବିଷୟ ଟ୍ରାକିଙ୍ଗ୍‌ ସର୍ଭିସ୍‌ ଫ୍ଲାଇଟ୍‌ ରାଡାର ୨୪ ପକ୍ଷରୁ କୁହାଯାଇଛି।

ବିଶ୍ୱରେ ଜୀବାଶ୍ମ ଇନ୍ଧନର ବ୍ୟବହାର ବଢ଼ିବାରେ ଲାଗିଥିବାରୁ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଏହି କାରଣରୁ ଟର୍ବୁଲେନ୍ସ ସୃଷ୍ଟି ହେଉଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି। ନର୍ଥ ଆଟଲାଣ୍ଟିକ୍‌ ଆକାଶରେ ୨୦୫୦-୨୦୮୦ ବେଳକୁ ଜଳବାୟୁ ପରିବର୍ତ୍ତନଜନିତ ଟର୍ବୁଲେନ୍ସ ଦୁଇରୁ ତିନିଗୁଣା ବୃଦ୍ଧି ପାଇବ ବୋଲି ୨୦୧୭ର ଏକ ଅଧ୍ୟୟନରେ ସତର୍କ କରାଯାଇଥିଲା। ଅନ୍ୟ କେତେଜଣ ବିଶେଷଜ୍ଞ କହିଛନ୍ତି, ୨୦୫୦ ସୁଦ୍ଧା କ୍ଲିଅର ଏୟାର ଟର୍ବୁଲେନ୍ସ ୨୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଭାରତରେ ପ୍ରାକ୍‌ ମୌସୁମୀ ସମୟରେ ଫ୍ଲାଇଟ୍‌ ଟର୍ବୁଲେନ୍ସ ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

୩ ମିନିଟରେ ୬,୦୦୦ ଫୁଟ୍‌ ଖସିଥିଲା ସିଙ୍ଗାପୁର ବିମାନ

ସିଙ୍ଗାପୁର ଏୟାରଲାଇନ୍ସ ବୋଇଂ ୭୭୭ ସୋମବାର ରାତି ୧୦ଟା ପରେ ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଉକ୍ତ ବିମାନରେ ୨୧୧ ଯାତ୍ରୀ ଓ ୧୮ କ୍ରିଉ ମେମ୍ବର ଥିଲେ। ଟେକ୍‌ଅପ୍‌ର ପ୍ରାୟ ଦେଢ଼ଘଣ୍ଟା ପରେ ଭାରତ ମହାସାଗର ଆକାଶରେ ବିମାନଟି ଏୟାର ଟର୍ବୁଲେନ୍ସର ଶିକାର ହୋଇ ଥରିବାରେ ଲାଗିଥିଲା। ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ। ଟର୍ବୁଲେନ୍ସ ଏତେ ଭୟଙ୍କର ଥିଲା ଯେ, ଫ୍ଲାଇଟ୍‌ ଏସ୍‌କ୍ୟୁ୩୨୧ ମାତ୍ର ୩ ମିନିଟ ମଧ୍ୟରେ ୬,୦୦୦ ଫୁଟ୍‌ ତଳକୁ ଖସିଯାଇଥିଲା। ଫଳରେ ବିମାନକୁ ମଙ୍ଗଳବାର ସ୍ଥାନୀୟ ସମୟ ରାତି ୩ଟା ୪୫ରେ ବ୍ୟାଙ୍କକ୍‌ର ସୁବର୍ଣ୍ଣଭୂମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଇବାକୁ ପାଇଲଟ ବାଧ୍ୟ ହୋଇଥିଲେ। ସେତେବେଳକୁ ବ୍ରିଟେନ୍‌ର ଜଣେ ୭୩ ବର୍ଷୀୟ ନାଗରିକ ଆତଙ୍କିତ ହୋଇ ହୃଦ୍‌ଘାତରେ ପ୍ରାଣ ହରାଇ ସାରିଥିଲେ। ଅନ୍ୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ସିଙ୍ଗାପୁର ଏୟାରଲାଇନ୍ସର ଏକ ରିଲିଫ୍‌ ପ୍ଲେନ୍‌ ବ୍ୟାଙ୍କକ୍‌ରୁ ଅଧିକାଂଶ ଆହତ ଯାତ୍ରୀଙ୍କୁ ନେଇ ବୁଧବାର ସକାଳ ୫ଟାରେ ସିଙ୍ଗାପୁର ଫେରିଛି। ସିଙ୍ଗାପୁର ଏୟାରଲାଇନ୍ସ ସିଇଓ ଗୋହ ଚୁନ୍‌ କହିଛନ୍ତି, ୭୯ ଯାତ୍ରୀ ଓ ୬ କ୍ରିଉ ମେମ୍ବର ଏବେ ବି ବ୍ୟାଙ୍କକ୍‌ରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଥିବା ୭୧ ଜଣଙ୍କୁ ଆଣିବା ପାଇଁ ଏୟାରଲାଇନ୍ସ ପକ୍ଷରୁ ଦ୍ୱିତୀୟ ବିମାନ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?