Posted inଜାତୀୟ

ଜଳବାୟୁ ପରିବର୍ତ୍ତନର ଭୟଙ୍କର ରୂପ! ବର୍ଷା ଋତୁରେ ବି ଅସ୍ତବ୍ୟସ୍ତ କରିବ ତାତି, ବଡ଼ ଚେତାବନୀ ଦେଲେ ପାଣିପାଗ ବିଜ୍ଞାନୀ

ନୂଆଦିଲ୍ଲୀ,୯।୬(ପିଟିଆଇ): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ ବିଶ୍ୱର ପ୍ରତ୍ୟେକ ଭାଗରେ ଅନୁଭୂତ ହେବାରେ ଲାଗିଛି। ସାହାରା ମରୁଭୂମିଠାରୁ ଆରମ୍ଭ କରି ଆଣ୍ଟାର୍କଟିକା ଏବଂ ଉତ୍ତର ମେରୁ ପର୍ଯ୍ୟନ୍ତ ଏହାର ପ୍ରଭାବ ସ୍ଥାନୀୟ ଜଳବାୟୁକୁ ମାତ୍ରାଧିକ ପ୍ରଭାବିତ କରିବା ଦେଖାଯାଉଛି। ଏହି କ୍ରମରେ ଭାରତରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବା ନେଇ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ବୈଶ୍ୱିକ ତାପମାତ୍ରା (ଗ୍ଲୋବାଲ ୱାର୍ମିଂ) ୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଲେ ଭାରତରେ ମୌସୁମୀ ଜଳବାୟୁର ଅସ୍ବାଭାବିକତା ସହ ଗ୍ରୀଷ୍ମ ଋତୁରେ ଗରମ ଓ ଗୁଳୁଗୁଳିକୁ ନେଇ ଅସମ୍ଭାଳ ଚାପ ସୃଷ୍ଟି କରିବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ‘ଆମେରିକାନ ଜିଓଫିଜିକାଲ ୟୁନିଅନ (ଏଜିୟୁ) ଆଡଭାନ୍ସେସ’ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଜଳବାୟୁ ଗରମ ହେବା ସହିତ ମୌସୁମୀ ଋତୁ (ଜୁଲାଇ-ଅକ୍ଟୋବର) ମଧ୍ୟରେ ୟୁଏଚ୍‌ଏସ୍‌ର ମାତ୍ରା ଅଧିକ ବୃଦ୍ଧି ପାଇବ। ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଗାନ୍ଧୀନଗର ଏବଂ ଆମେରିକାର ଷ୍ଟାନଫୋର୍ଡ ଓ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ, ଗ୍ରୀଷ୍ମ ଏବଂ ମୌସୁମୀ ଉଭୟ ଋତୁରେ ଦୀର୍ଘ ସମୟ ଧରି ରହୁଥିବା ଏହି ଅସମ୍ଭାଳ ତାପଜ ଚାପ ଜନସଂଖ୍ୟାବହୁଳ ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଜନସ୍ବାସ୍ଥ୍ୟ ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତା ଏବଂ ଜଳବାୟୁ ସହନଶୀଳତା ପ୍ରତି ବଡ଼ ଆହ୍ବାନ ସୃଷ୍ଟି କରିପାରେ। ଅତ୍ୟଧିକ ଗରମ ଏବଂ ଆର୍ଦ୍ରତା (ଗୁଳୁଗୁଳି) ଯୋଗୁ ଯେତେବେଳେ ମନୁଷ୍ୟ ଶରୀର ଝାଳ ବା ଅନ୍ୟ କୌଣସି ଉପାୟରେ ନିଜକୁ ଥଣ୍ଡା କରିବାକୁ ଅସମର୍ଥ ହୁଏ, ସେତେବେଳେ ତାହାକୁ ‘ଅସମ୍ଭାଳ ତାପଜ ଚାପ’ ବୋଲି କୁହାଯାଏ। ଶରୀରରେ କ୍ରମାଗତ ଭାବେ ଉତ୍ତାପ ଜମା ହେବା ଦ୍ୱାରା ମାନବ ସ୍ବାସ୍ଥ୍ୟ ବିପଦରେ ପଡ଼ିଥାଏ, ଯାହାଫଳରେ ଗରମ ଜନିତ ଅସୁସ୍ଥତା, ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବା ସହିତ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୯୭୯ ରୁ ୨୦୨୧ ମଧ୍ୟରେ ଭାରତରେ ଏହି ଅସମ୍ଭାଳ ତାପଜ ଚାପ ବାରମ୍ବାର ଦେଖାଯାଉଛି ଏବଂ ଏହା ଦେଶର ଅଧିକ ଅଞ୍ଚଳକୁ ପ୍ରଭାବିତ କରୁଛି। ୧୯୮୦ ଦଶକରେ ଏହା ୦.୦୧ ନିୟୁତ ବର୍ଗ କିଲୋମିଟରରୁ କମ ଅଞ୍ଚଳରେ ସୀମିତ ଥିବାବେଳେ ୨୦୨୦ ବେଳକୁ ଏହା ୦.୦୪ ନିୟୁତ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ଗ୍ରୀଷ୍ମ ମାସଗୁଡ଼ିକରେ ଏହି ତାପଜ ଚାପ ଅଧିକ ଦେଖିବାକୁ ମିଳିଛି, ଯାହା ଭାରତର ଶତକଡ଼ା ୮ ଭାଗ ଅଞ୍ଚଳକୁ ପ୍ରଭାବିତ କରିଥିଲା ଏବଂ ବାର୍ଷିକ ଗରମଜନିତ ମୃତ୍ୟୁସହ ଏହାର ପ୍ରତ୍ୟକ୍ଷ ସମ୍ପର୍କ ରହିଥିଲା। ଅପରପକ୍ଷରେ ମୌସୁମୀ ଋତୁରେ ମାତ୍ର ଏକ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହେଉଥିବା ଜଣାପଡ଼ିଥିଲା। ତେବେ ପ୍ରାକ-ଶିଳ୍ପାୟନ ଅବଧି ତୁଳନାରେ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି ହେଲେ, ମୌସୁମୀ ଋତୁରେ (ଜୁଲାଇ-ଅକ୍ଟୋବର) ଦେଖାଯାଉଥିବା ୟୁଏଚଏସ(ଯାହା ମୁଖ୍ୟତଃ ଗରମ ଓ ଗୁଳୁଗୁଳି ସ୍ଥିତି ଦ୍ୱାରା ଚିହ୍ନଟ ହୁଏ) ଦ୍ରୁତ ଗତିରେ ବଢ଼ିବାର ସମ୍ଭାବନା ଅଛି। ଏହା ଗ୍ରୀଷ୍ମଋତୁ ଭଳି ପ୍ରାୟ ସମାନ ଅଞ୍ଚଳକୁ ପ୍ରଭାବିତ କରିବ (ଗ୍ରୀଷ୍ମ ଋତୁରେ ୬୦ ପ୍ରତିଶତ ଏବଂ ମୌସୁମୀ ଋତୁରେ ୫୩ ପ୍ରତିଶତ ଅଞ୍ଚଳ) ବୋଲି ଗବେଷକମାନେ କହିଛନ୍ତି। ବିଭିନ୍ନ ସ୍ତରର ଗ୍ଲୋବାଲ ୱାର୍ମିଂ ଏବଂ ଆଗାମୀ ଜନସଂଖ୍ୟାକୁ ଆଧାର କରି ଏହି ଅସମ୍ଭାଳ ତାପଜ ଚାପ ଦ୍ୱାରା ପ୍ରାୟ ୮୦ କୋଟିରୁ ୧୨୦ କୋଟି (୦.୮ ରୁ ୧.୨ ବିଲିୟନ) ଲୋକ ପ୍ରଭାବିତ ହୋଇପାରନ୍ତି ବୋଲି ଏହି ଟିମ୍‌ ଆକଳନ କରିଛି। ଏହି ଅଧ୍ୟୟନ ପାଇଁ ଜନସଂଖ୍ୟା ଏବଂ ଜନଘନତ୍ୱ ତଥ୍ୟ ‘ଗ୍ରୀଡେଡ ପପୁଲେଶନ ଅଫ ଦି ୱାଲର୍‌ଡ’ରୁ ନିଆଯାଇଥିବା ବେଳେ ୧୯୮୦-୨୦୧୯ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟର ଗ୍ରୀଷ୍ମଜନିତ ମୃତ୍ୟୁ ସଂଖ୍ୟା ‘ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ’ (ଏନ୍‌ଡିଏମ୍‌ଏ) ଏବଂ ‘ଭାରତୀୟ ପାଣିପାଗ ବିଭାଗ’ (ଆଇଏମ୍‌ଡି)ରୁ ସଂଗ୍ରହ କରାଯାଇଥିଲା। ଭୌଗୋଳିକ ଦୃଷ୍ଟିରୁ ଦେଖିଲେ ଗ୍ରୀଷ୍ମଋତୁରେ ଏହି ଅସମ୍ଭାଳ ତାପଜ ଚାପ ମୁଖ୍ୟତଃ ଗାଙ୍ଗେୟ ସମତଳ ଅଞ୍ଚଳ ଏବଂ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଇଥାଏ। ଏହାର କାରଣ ହେଉଛି ଅତ୍ୟଧିକ ତାପମାତ୍ରା ଏବଂ ବଙ୍ଗୋପସାଗରରୁ ପ୍ରାକ-ମୌସୁମୀ ପବନ ଦ୍ୱାରା ସ୍ଥଳଭାଗକୁ ଆସୁଥିବା ଆର୍ଦ୍ରତା। ଏହାର ବିପରୀତ ଭାବେ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ମୌସୁମୀ ଋତୁରେ ମୁଖ୍ୟତଃ ୩୫ ଡିଗ୍ରୀ ସେଲସିୟସରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ଥିବା ସୀମିତ ବାୟୁ ତାପମାତ୍ରା ମଧ୍ୟରେ ହିଁ ଅତ୍ୟଧିକ ଗୁଳୁଗୁଳିଜନିତ ତାପଜ ଚାପ ଅନୁଭୂତ ହୋଇଥାଏ। ମୌସୁମୀ ଋତୁର ଏହି ଅସମ୍ଭାଳ ତାପଜ ଚାପ ଦେଶର ଉତ୍ତର-ପଶ୍ଚିମ ଭାଗରେ ଥିବା ପଞ୍ଜାବ ରାଜ୍ୟରେ ଦେଖାଦେଇଛି ବୋଲି ଗବେଷକ ଟିମ୍‌ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?