ବର୍ଗୀକରଣ ଓ ପଦୋନ୍ନତି ପାଇଁ ସ୍ପଷ୍ଟୀକରଣ ମିଳୁନି

ନବରଙ୍ଗପୁର,୧।୬(ବି.ପ୍ର.): ପଦୋନ୍ନତି ଓ ସ୍ବଳ୍ପ ଦରମା ଶିକ୍ଷକଙ୍କ ଅସନ୍ତୋଷର କାରଣ ଥିଲା। ଭିନ୍ନ ଭିନ୍ନ ଶିକ୍ଷକ ସଙ୍ଗଠନର ବିଭିନ୍ନ ପ୍ରକାର ସ୍ବାର୍ଥ ସମ୍ବଳିତ ଦାବି ଏଥିରେ ପ୍ରତିବନ୍ଧକ ରୂପେ ଠିଆ ହେଉଥିଲା। ସି.ଟି., ବିଏଡ୍‌ ହିସାବ ନ ଛିଡ଼ି ଏକ ବିବଦମାନ ପରିସ୍ଥିତି ସୃଷ୍ଟି ହେଲା । ଶିକ୍ଷକ ସଂଘ ଆନ୍ଦୋଳନ ପରେ ୨୦୧୯ରେ ଏକ ସାନି ସଂକଳ୍ପ ପାରିତ ହେଲା, ଯେଉଁଥିରେ ୧୯୯୭ରେ ଶିକ୍ଷା ବିଭାଗ ନିୟମର ସଂଶୋଧନ ହୋଇ ସବୁ ବର୍ଗକୁ ଯଥାର୍ଥ ହେଲା ଭଳି ନିୟମ ପ୍ରଚଳିତ ହେଲା। ପରବର୍ତ୍ତୀ ସମୟରେ ସେହି ଶିକ୍ଷକମାନେ ନିନ୍ଦିତ ହେଲେ କାରଣ ସେଥିରେ ସି.ଟି. ଓ ବିଏଡ୍‌ର କୌଣସି ପାର୍ଥକ୍ୟ ନ ଥିଲା। ସମସ୍ତ ଶିକ୍ଷକଙ୍କୁ ଲେଭଲ-୫(ଏ)ରେ ରଖି ସେପ୍ଟେମ୍ବର ୨୦୨୦ରେ ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ଲେଭଲ-୫(ବି)କୁ ପଦୋନ୍ନତି ହେଲା। ୨୦୨୧ରେ ନଭେମ୍ବରରେ ଲେଭଲ-୫(ବି)ର ଶିକ୍ଷକଙ୍କୁ ଲେଭଲ-୪କୁ ପଦୋନ୍ନତି ଦିଆଗଲା। ପ୍ରାୟ ୧୦ମାସର ଅନ୍ତରରେ ଦୁଇ ଦୁଇଟା ପଦୋନ୍ନତି ୨୦୨୧ ସୁଦ୍ଧା ସମ୍ଭବ ହୋଇପାରିଲା। ତେବେ ୨୦୨୩ରେ ତୃତୀୟ ପଦୋନ୍ନତି ବେଳକୁ ପ୍ରଶାସନ ଅଜ୍ଞାତ କାରଣରୁ ପ୍ରକ୍ରିୟାକୁ ଜାଣିଶୁଣି ମନ୍ଥର କରୁଥିବା ଶିକ୍ଷକମାନେ କହିଛନ୍ତି।
ରେସିଡେନ୍ସି ଅବଧି ବା ଏକ ନିର୍ଦ୍ଦିଷ୍ଟ ଲେଭଲରେ ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ଅବଧି ପାଇଁ କାର୍ଯ୍ୟ କରିଥିଲେ ହିଁ ସେମାନେ ପରବର୍ତ୍ତୀ ସ୍ତରକୁ ପଦୋନ୍ନତି ପାଇପାରିବେ ବୋଲି ଥିବା ନିୟମକୁ ସରକାର ବିଳମ୍ବ କରିଥିଲେ। ଏହାପରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଧାର୍ଯ୍ୟ କରାଗଲା। ତଦନୁସାରେ ୨୦୨୩ ମାର୍ଚ୍ଚ ୨ ସୁଦ୍ଧା ପଦୋନ୍ନତି ପାଇଁ ସମ୍ଭାବିତ ଶିକ୍ଷକଙ୍କ ତାଲିକା, ୨୦୨୩ ଏପ୍ରିଲ ୧୫ ସୁଦ୍ଧା ଚୂଡ଼ାନ୍ତ ତାଲିକା, ୨୦ତାରିଖରୁ ମେ ୧୫ ମଧ୍ୟରେ ଜିଲାସ୍ତରୀୟ ପଦୋନ୍ନତି କମିଟି (ଡିଏଲ୍‌ପିସି) ଗଠନ ପାଇଁ ନିର୍ଦ୍ଦେଶ ରହିଥିଲା। ଏପ୍ରିଲ ୨୫ରୁ ମେ ୨୦ ମଧ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ବାରା ଜିଲାସ୍ତରରୁ ପ୍ରେରିତ ପ୍ରସ୍ତାବକୁ ଗୃହୀତ କରିବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଥିଲା। ଜୁନ୍‌ ୧ ତାରିଖରୁ ଶିକ୍ଷକମାନେ ଅବସ୍ଥାପିତ ହେବା ନେଇ ସ୍ଥିର କରାଯାଇଥିଲା। ଚଳିତ ବର୍ଷର ପଦୋନ୍ନତି ପ୍ରକ୍ରିୟାରେ ପ୍ରଥମରୁ ରେସିଡେନ୍ସି ଅବଧି କିଛି ପୁରୁଣା ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସୁହାଇଲା ଭଳି ପଦୋନ୍ନତି କରିବା ପାଇଁ କୋର୍ଟର ସାହାରା, ବୃତ୍ତିଗତ ପାସ୍‌ ସାର୍ଟିଫିକେଟ ତାରିଖ ସହ ଯଦି ନିଜ ଶିକ୍ଷାଗତ ଦକ୍ଷତା ବଢ଼ାଇଛନ୍ତି ତେବେ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଅନୁମତି ନେଇଛନ୍ତି କି ନାହି, ଓଟିଇଟି ଉତ୍ତୀର୍ଣ୍ଣ ହେବା ତାରିଖ ଓ ଶେଷରେ ପଦୋନ୍ନତିରେ ସଂରକ୍ଷଣ ଭଳି ଦ୍ବନ୍ଦ୍ୱ ଉପୁଜିଲା। ଦୁର୍ଭାଗ୍ୟର ବିଷୟ ଶିକ୍ଷକଙ୍କ କୌଣସି ତଥ୍ୟ ବିଭାଗ ନିକଟରେ ନାହିଁ। ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର, ନିଯୁକ୍ତି ତଥ୍ୟ, କେଉଁ ଜାତି ଆଧାରରେ ଚାକିରି ପାଇଛନ୍ତି ଯାହା ସର୍ଭିସ୍‌ ବୁକ୍‌ରେ ରହିବା କଥା। କିନ୍ତୁ ତାହା ଏକ ଲିଖିତ ପ୍ରହସନ ହୋଇ ପଡ଼ିଛି। ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ଅଯୌକ୍ତିକ ମତ ଉପସ୍ଥାପନ ହେଉ କି ପ୍ରଶାସନିକ ଅପାରଗତା ଏଥିରେ ବାରମ୍ବାର ଦ୍ବନ୍ଦ୍ୱ ଉପୁଜୁଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପଚାରିଲେ ପ୍ରକ୍ରିୟା ଚାଲୁ ରହିଛି ବୋଲି କହୁଛନ୍ତି। ପ୍ରକ୍ରିୟା ବିଳମ୍ବିତ ହେବ ଦ୍ବାରା କିଛି ବେଆଇନ କାର୍ଯ୍ୟ ଆଶଙ୍କା କରୁଛନ୍ତି ଶିକ୍ଷକମାନେ। ନବରଙ୍ଗପୁର ଜିଲାରେ ପ୍ରଥମରୁ ଏକ କୋର୍ଟ ନିର୍ଦ୍ଦେଶକୁ ନେଇ ଛକାପଞ୍ଝା ଲାଗିଥିବାବେଳେ ପରେ ଓଟିଇଟିକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। ଶିକ୍ଷା ବିଭାଗର ବିଳମ୍ବ ଯୋଗୁ ଶିକ୍ଷକ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ତାଲିମପ୍ରାପ୍ତ ଶିକ୍ଷକଙ୍କ ଅଭାବ, ଡ୍ରପ୍‌ ଆଉଟ ବୃଦ୍ଧି, ଶିକ୍ଷାର ମାନ ହ୍ରାସ ଭଳି ସମସ୍ୟା ବିଳମ୍ବିତ ପଦୋନ୍ନତି ଶିକ୍ଷା ବିଭାଗର ସମସ୍ୟାକୁ ଆହୁରି ଜଟିଳ କରୁଛି। ଜୁନ୍‌ରେ ସ୍କୁଲ ଖୋଲିବାକୁ ଥିଲାବେଳେ ନୂତନ ପଦରେ ଯୋଗଦେବାକୁ ଥିବା ଶିକ୍ଷକ ଓ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମସ୍ୟା ବଢ଼ିବ। ନବରଙ୍ଗପୁର ଭଳି ଏକ ଜିଲାରେ ଶିକ୍ଷାର ମାନ ବୃଦ୍ଧି କରିବା ନିହାତି ଜରୁରୀ ଥିବାବେଳେ କେଉଁ ପରିସ୍ଥିତିରେ ପଦୋନ୍ନତି ପଦ୍ମ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି ତାହା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଡିଇଓ ପ୍ରଦୀପ ନାଗଙ୍କୁ ପଚାରିବାରୁ ୨୦୧୧ ପରବର୍ତ୍ତୀ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ଓଟିଇଟି ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତିକି ନାହିଁ, ସେମାନେ ପଦୋନ୍ନତି ପାଇବେ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନାହିଁ। ଅନ୍ୟପକ୍ଷରେ ଶିକ୍ଷା ବିଭାଗ ନିୟମ ଅନୁଯାୟୀ ପଦୋନ୍ନତି ଦେବାରେ ସେହିଭଳି କିଛି ଉଲ୍ଲେଖ ନାହିଁ। ସ୍ପଷ୍ଟୀକରଣ ମଗାଯାଇଥିବାରୁ ବିଳମ୍ବ ଘଟୁଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?