ଛାତ୍ର ସଂସଦ ନିର୍ବାଚନ କରାଯାଉ: ଏବିଭିପି

କେନ୍ଦୁଝର,୨୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ୪ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବାରୁ ଏବିଭିପି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ରାଜ୍ୟ ସରକାର ତୁରନ୍ତ ନିର୍ବାଚନ କରିବା ପାଇଁ ଗୁରୁବାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନନୀରେ ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ଦାବି କରାଯାଇଛି ।

କ୍ୟାମ୍ପସରେ ଶୈଖିକ ବାତାବରଣ ଆଣିବା ପାଇଁ ସରକାର ନିର୍ବାଚନ ବନ୍ଦ କରିଥିବା କହୁଥିବା ବେଳେ ପ୍ରକୃତ ପକ୍ଷେ ଶାସକ ଦଳର ଛାତ୍ର ସଙ୍ଗଠନ ନିର୍ବାଚନରେ ହାରିବାର ଭୟ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜିଲା ସଂଯୋଜକ ଚିନ୍ମୟ କୁମାର ବାରିକ ଅଭିଯୋଗ କରିଛନ୍ତି । ନିର୍ବାଚନ କେବେ କରିବେ ତା’ର ଜବାବ ରାଜ୍ୟ ସରକାରଙ୍କୁ ମାଗିଛନ୍ତି । ଏହାଛଡ଼ା ଶୈଖିକ ବାତାବରଣ ସୃଷ୍ଟିକରିବା ବଦଳରେ ବିଭିନ୍ନ କଲେଜରେ ଶିକ୍ଷାର ମାନ କମିବା, ଅଣଛାତ୍ରଙ୍କ ଆତଙ୍କରାଜ ବଢ଼ିବା, ରାଗିଂ ଘଟଣା ଘଟୁଥିବା ପଛରେ ଶାସକ ଦଳର ଛାତ୍ର ସଙ୍ଗଠନକୁ ସେ ଦାୟୀ କରିଛନ୍ତି ।

ଏହାଛଡ଼ା ମହାବିଦ୍ୟାଳୟଗୁଡିକରେ ଶିକ୍ଷକଙ୍କ ଅଭାବ ଯୋଗୁ ପାଠପଢ଼ା ବ୍ୟାହତ ହେଉଥିଲେ ହେଁ ଖାଲିପଡିଥିବା ଅଧ୍ୟକ୍ଷ ଏବଂ ଅଧ୍ୟାପକ ପଦବୀ ଦୀର୍ଘ ବର୍ଷ ଧରି ପୂରଣ କରାଯାଉ ନାହିଁ । ଏହାଛଡା କେନ୍ଦୁଝର ଜିଲାର ବିଭିନ୍ନ ସମସ୍ୟା ଯଥା ମହିଳା ଥାନା ସ୍ଥାନ, ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆକୁ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଦେବା, ପଦ୍ମପୁର ମହାବିଦ୍ୟାଳୟରେ ପାଚେରି ନିର୍ମାଣ ସହ ସିକ୍ୟୁରିଟ ଗାର୍ଡ ନିଯୁକ୍ତି, ଯୋଡ଼ା ମହିଳା ମହାବିଦ୍ୟାଳୟର ଜମି ମହାବିଦ୍ୟାଳୟ ନାମରେ ପଞ୍ଜୀକୃତ କରିବା, ତେଲକୋଇ ମହାବିଦ୍ୟାଳୟର ପାନୀୟ ଜଳ ସମସ୍ୟା ସମାଧାନ କରିବା, ଘଟଗାଁ ତାରିଣୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ କମନ ରୁମ୍‌, ସିକ୍ୟୁରିଟି ଗାର୍ଡ, ସାଇକେଲ ଷ୍ଟାଣ୍ଡ, ଅଧ୍ୟାପକ ନିଯୁକ୍ତି କରିବା, ଧରଣୀଧର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି, ରେକୁଟିଆ ମହାବିଦ୍ୟାଳୟର ରାଜନୀତୀକରଣ ବନ୍ଦ, ହାଟଡିହି ମହାବିଦ୍ୟାଳୟର ପାଚେରି ନିର୍ମାଣ, ଅଧ୍ୟାପକ ନିଯୁକ୍ତି, ଖେଳ ପଡ଼ିଆ ନିର୍ମାଣ କରିବା ସହ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏବିଭିପି ବିଭାଗ ସଂଯୋଜକ ଅଜିତ କୁମାର ମହାନ୍ତ, ନଗର ସମ୍ପାଦକ କୌସ୍ତୁଭ କିରଣ ମାନସିଂ, ନଗର ବିସ୍ତାରକ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ ଅରୁଣ କୁମାର ପଣ୍ଡା, କହିଲେ କୃଷକ ସମସ୍ତ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମା (କୃଷିବୈଷୟିକ କମିଟି)ର ନିର୍ବାଚନ ମଙ୍ଗଳବାର କୃଷି କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୨…

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri