Posted inଜାତୀୟ

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା ହେଉଛି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ସିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ policeର କଠୋର କାର୍ଯ୍ୟାନୁଷ୍ଠାନକୁ ନେଇ ଜାରି ହୋଇଥିବା ଜରୁରୀ ଆବେଦନକୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି CJI ସୂର୍ଯ୍ୟକାନ୍ତ ଏହି ମାମଲାରେ ଶୁଣାଣି କରିବା ବେଳେ କଡ଼ା ଶବ୍ଦର ପ୍ରୟୋଗ କରି ଜରୁରୀ ଶୁଣାଣିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ନିର୍ଯାତନାର ଭିଡିଓ ପ୍ରମାଣ ଦେଖାଇ ଜଣେ ଓକିଲ ଆବେଦନର ଜରୁରୀ ଶୁଣାଣି ପାଇଁ ପ୍ରଧାନ ବିଚାରପତିଙ୍କ ଆଗରେ ଗୁହାରି କରିଥିଲେ। ତେବେ ଶୁଣାଣି ଆରମ୍ଭରେ ହିଁ ସର୍ବୋଚ୍ଚ ଅଦାଲତ ଏହି ସମ୍ବେଦନଶୀଳ ମାମଲାରେ ଜରୁରୀ ହସ୍ତକ୍ଷେପ କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି।

କୋର୍ଟର କାର୍ଯ୍ୟାନୁଷ୍ଠାନ ସମୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ପୀଠ ଆଗରେ ଓକିଲ ଜଣକ ଭିଡିଓ ଦେଖାଇବାକୁ ଚେଷ୍ଟା କରିଥିଲେ। ଏହା ଉପରେ କ୍ରୋଧ ପ୍ରକାଶ କରି ପ୍ରଧାନ ବିଚାରପତି କହିଥିଲେ, “ଆମର ଭିଡିଓ ଦେଖିବାରେ କୌଣସି ଆଗ୍ରହ ନାହିଁ, ଏସବୁ ଦେଖିବାକୁ ଆମ ପାଖରେ ସମୟ ନାହିଁ। ଆମର ସମୟ ନଷ୍ଟ କରନ୍ତୁ ନାହିଁ ଏବଂ ନିଜର ସମୟ ବି ନଷ୍ଟ କରନ୍ତୁ ନାହିଁ।”

ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ୨୦୨୪-୨୫ ବ୍ୟାଚ୍‌ର ନୂତନ ‘ଏଡଭୋକେଟ୍ସ-ଅନ୍-ରିକର୍ଡ’ (AOR) ଙ୍କ ଆନୁଷ୍ଠାନିକ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ଆଇନ ପେଷାରେ ଶ୍ରେଷ୍ଠତା, ନିଷ୍ଠା ଏବଂ ନିରନ୍ତର ପ୍ରସ୍ତୁତିକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି। ସୋସିଆଲ ମିଡିଆ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଆଜିକାଲି ସେଠାରେ ଲୋକପ୍ରିୟ ହେବା ସହଜ, କିନ୍ତୁ ଲୋକପ୍ରିୟତା ଏବଂ ବିଶ୍ୱସନୀୟତା ସମାନ ନୁହେଁ। ସଫଳତାର ମାପଦଣ୍ଡ ସୋସିଆଲ ମିଡିଆର ପ୍ରସିଦ୍ଧି ହେବା ଉଚିତ ନୁହେଁ।

ସେ କହିଛନ୍ତି ଯେ, ଓକିଲମାନଙ୍କର ଉଦ୍ଦେଶ୍ୟ ଅଦାଲତ, ସହକର୍ମୀ, ମହକିଲ (ଗ୍ରାହକ) ଏବଂ ବାର୍ ମଧ୍ୟରେ ନିଜର ଜ୍ଞାନ, ପ୍ରସ୍ତୁତି ଏବଂ ବ୍ୟବସାୟିକ ଆଚରଣ ଦ୍ୱାରା ସମ୍ମାନ ଅର୍ଜନ କରିବା ହେବା ଉଚିତ।

ମୁଖ୍ୟ ବିଚାରପତି ସମସ୍ତ ନବ-ମନୋନୀତ ୨୦୭ ଜଣ AOR ଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ସେମାନେ ଆଜି ଦେଶର ନ୍ୟାୟିକ ବ୍ୟବସ୍ଥାର ସବୁଠାରୁ ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥାଗୁଡ଼ିକ ମଧ୍ୟରୁ ଗୋଟିଏର ଅଂଶବିଶେଷ ହୋଇଛନ୍ତି। ସେ କହିଛନ୍ତି ଯେ, AOR ଙ୍କ ଦାୟିତ୍ୱ କେବଳ ମାମଲାର ଓକିଲାତି ମଧ୍ୟରେ ସୀମିତ ନୁହେଁ, ବରଂ ସୁପ୍ରିମକୋର୍ଟରେ ନ୍ୟାୟିକ ପରମ୍ପରା ଏବଂ ନ୍ୟାୟ ପ୍ରଶାସନର ଗରିମାକୁ ବଜାୟ ରଖିବା ମଧ୍ୟ।

ସେ କହିଛନ୍ତି ଯେ, କେବଳ ଉପାଧି କିମ୍ବା ପଦବୀ କୌଣସି ବ୍ୟକ୍ତିଙ୍କ କ୍ୟାରିୟର ଗଢ଼ିନଥାଏ, ବରଂ ତାଙ୍କ କାମର ଗୁଣବତ୍ତା ହିଁ ତାଙ୍କର ପ୍ରକୃତ ପରିଚୟ। ସେ ନୂତନ AOR ଙ୍କୁ ଅନୁରୋଧ କରିଛନ୍ତି ଯେ, ଲୋକମାନେ ସେମାନଙ୍କ ନାମକୁ କେତେ ଶୀଘ୍ର ଚିହ୍ନୁଛନ୍ତି ସେ ସମ୍ପର୍କରେ ଚିନ୍ତା ନକରି, ଏପରି କାମ କରନ୍ତୁ ଯେପରି କୌଣସି ମାମଲାର ଫାଇଲ୍‌ରେ ସେମାନଙ୍କ ନାମ ଆସିବା ମାତ୍ରେ ଅଦାଲତଙ୍କର ପୂର୍ଣ୍ଣ ବିଶ୍ୱାସ ହେବ ଯେ ତାଙ୍କ ସାମ୍ନାରେ ଜଣେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଉପସ୍ଥିତ ହୋଇଥିବା ଓକିଲ ଏବଂ ଏକ ସୁବ୍ୟବସ୍ଥିତ ବ୍ରିଫ୍ ରହିଛି।

ମୁଖ୍ୟ ବିଚାରପତି କହିଛନ୍ତି ଯେ, ପ୍ରକୃତ ପରିଚୟ ଏବଂ ସମ୍ମାନ ନିରନ୍ତର ପରିଶ୍ରମ ତଥା ଆଇନଗତ ଦକ୍ଷତାକୁ କ୍ରମାଗତ ଭାବରେ ସୁଧାରିବା ଦ୍ୱାରା ହିଁ ମିଳିଥାଏ। ସେ ଯୁବ ଓକିଲମାନଙ୍କୁ କ୍ୟାରିୟରର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଆସୁଥିବା ଆକର୍ଷଣ ଏବଂ ବିଭ୍ରାନ୍ତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri