Posted inଜାତୀୟ

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି ହେଉଛନ୍ତି କର୍ନାଟକର ସେସପ୍ପା। ତାଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

ସାଧାରଣତଃ ଜଣେ ସଫେଇ କର୍ମଚାରୀ କାମକୁ ଆସୁଥିଲେ ଆମେ ମୋଟରସାଇକେଲ, ସ୍କୁଟରରେ ଆସୁଥିବାର କଥା ଭାବିଥାଉ। କିନ୍ତୁ କର୍ନାଟକର ବନ୍ତୱାଲ ଅଞ୍ଚଳର ନାଭୁରର ସିଭିକ କର୍ମଚାରୀ ସେସପ୍ପା ଏକ ଟୋୟୋଟା ଫର୍ଚୁନର ଚଳାଇ କାମକୁ ଆସନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସେସପ୍ପାଙ୍କୁ ତାଙ୍କ ଧଳା ରଙ୍ଗର ଟାଇପ-୨ ଟୋୟୋଟା ଫର୍ଚୁନର ଚଳାଇ ସ୍ଥାନୀୟ ପୌରପାଳିକା କାର୍ଯ୍ୟାଳୟରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି।

ସେ କାର୍‌ଟିକୁ ପାର୍କ କରିବା ପରେ ଗାଡ଼ିରୁ ଓହ୍ଲାଇ ହାତରେ ଝାଡ଼ୁ ଧରୁଛନ୍ତି। ଏହାପରେ ସେ ରାସ୍ତା ସଫା କରିବା କାମରେ ଲାଗିଯାଉଛନ୍ତି। ଗାଡ଼ି ଯେତେ ଦାମୀ ହେଉନା କାହିଁକି, ନିଜ କାମ ପ୍ରତି ତାଙ୍କର ନିଷ୍ଠା ହିଁ ଏହି ଭିଡିଓର ସବୁଠାରୁ ବଡ଼ ବାର୍ତ୍ତା ପାଲଟିଛି। ଭିଡିଓରେ ସେସପ୍ପାଙ୍କୁ ତାଙ୍କ ଯାତ୍ରା ସମ୍ପର୍କରେ ପଚରାଯାଇଥିବା ବେଳେ, ସଫେଇ କର୍ମଚାରୀ ଭାବେ କାମ କରି ନିଜ ପରିଶ୍ରମରେ ଟୋୟୋଟା ଫର୍ଚୁନର କିଣିବାର ସ୍ବପ୍ନ କିପରି ପୂରଣ କରିଛନ୍ତି, ସେ ବିଷୟରେ କହିଛନ୍ତି।
ତାଙ୍କ ଏହି କାହାଣୀ ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ସୋସିଆଲ ମିଡିଆରେ ମଧ୍ୟ ଲୋକେ ତାଙ୍କ ପରିଶ୍ରମ ଓ ନିଜ କାମ ପ୍ରତି ଥିବା ସମ୍ମାନକୁ ପ୍ରଶଂସା କରୁଛନ୍ତି।

ସେସପ୍ପାଙ୍କ କାହାଣୀ ଅତ୍ୟନ୍ତ ରୋଚକ ଓ ପ୍ରେରଣାଦାୟକ। ସେ କହିଛନ୍ତି ଯେ ତାଙ୍କ ଏହି ଯାତ୍ରା ବହୁତ ଲମ୍ବା ଥିଲା ଏବଂ ଏଥିପାଇଁ ତାଙ୍କୁ ଅନେକ ସମୟ ଓ ପରିଶ୍ରମ ଦେବାକୁ ପଡ଼ିଛି। ୧୯୯୬ରେ ଦିନକୁ ମାତ୍ର ୫୦ ଟଙ୍କା ରୋଜଗାରରୁ ଆରମ୍ଭ କରି ସେ ଆଜି ସ୍ଥାୟୀ ପୌରପାଳିକା କର୍ମଚାରୀ ହୋଇପାରିଛନ୍ତି। ଏହା ସହିତ ସେ ଅତିରିକ୍ତ କାମ ମଧ୍ୟ କରନ୍ତି। ପରିବାରର ଦାୟିତ୍ୱ ତୁଲାଇବା ସତ୍ତ୍ୱେ ସେ ନିଜ ପରିଶ୍ରମରେ ଏକ ସେକେଣ୍ଡ-ହ୍ୟାଣ୍ଡ ଫର୍ଚୁନର କିଣିବାରେ ସଫଳ ହୋଇଛନ୍ତି।

ସେସପ୍ପା ସାକ୍ଷାତକାରରେ କହିଛନ୍ତି ଯେ ସେ ସାଧାରଣତଃ ସକାଳ ପ୍ରାୟ ୫ଟାରୁ ୬ଟା ମଧ୍ୟରେ କାମରେ ଯୋଗ ଦିଅନ୍ତି। ବନ୍ତୱାଲର ବିସି ରୋଡ ଆଖପାଖ ଅଞ୍ଚଳରେ ସେ ରାସ୍ତା ସଫା କରିବା କାମ କରନ୍ତି। ସେ ନିଜ ଫର୍ଚୁନରକୁ ପାର୍କ କରି ଗାଡ଼ିରୁ ଓହ୍ଲାଇବା ପରେ ନିଜର ସଫେଇ କାମ ଆରମ୍ଭ କରନ୍ତି। ତାଙ୍କ ଦାୟିତ୍ୱ ମଧ୍ୟରେ ରାସ୍ତା ସଫା କରିବା, ତାଙ୍କୁ ଦିଆଯାଇଥିବା ସରକାରୀ ପରିସରକୁ ସଫା ରଖିବା ଏବଂ ଅନ୍ୟାନ୍ୟ ନାଗରିକ ସେବା ସମ୍ପର୍କିତ କାମ କରିବା ସାମିଲ ରହିଛି।

ସେସପ୍ପା ପୌରପାଳିକାର ଅଳିଆ ଆବର୍ଜନା ପରିବହନ ଓ ନିଷ୍କାସନ ଗାଡ଼ି ମଧ୍ୟ ଚଳାଇଛନ୍ତି। ସେ କହିଛନ୍ତି ଯେ ୧୯୯୬ରେ ସେ ବନ୍ତୱାଲ ଟାଉନ ମ୍ୟୁନିସିପାଲ କାଉନସିଲରେ ଯୋଗ ଦେଇଥିଲେ। ସେତେବେଳେ ତାଙ୍କ ଦୈନିକ ମଜୁରି ମାତ୍ର ୫୦ ଟଙ୍କା ଥିଲା।
ସେ ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଜୀବନର ପ୍ରାରମ୍ଭିକ ସମୟରେ ସେ ଭୟଙ୍କର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଏପରିକି ଏମିତି ଦିନ ମଧ୍ୟ ଆସିଥିଲା, ଯେତେବେଳେ ତାଙ୍କ ପରିବାର ପାଇଁ ପେଟପୂରା ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ୁଥିଲା।

ସେସପ୍ପା କହିଛନ୍ତି , ତାଙ୍କ ଜୀବନର ପ୍ରାରମ୍ଭିକ ବର୍ଷଗୁଡ଼ିକ ମଧ୍ୟ ଆଦୌ ସହଜ ନଥିଲା। ଏକ ସମୟରେ ସେ ମଦ୍ୟପାନ ଅଭ୍ୟାସରେ ମଧ୍ୟ ଜଡ଼ିତ ଥିଲେ। ତେବେ ୨୦୦୫ରେ ତାଙ୍କ ଜୀବନରେ ଏକ ବଡ଼ ମୋଡ଼ ଆସିଥିଲା। ସେହି ସମୟରେ ବନ୍ତୱାଲ ଥାନାର ତତ୍କାଳୀନ ସବ-ଇନ୍ସପେକ୍ଟର କେ.ୟୁ. ବେଲିୟାପ୍ପା ତାଙ୍କୁ ଜୀବନ ବଦଳାଇବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସେ ଉଡୁପିରେ ଡିଏସ୍‌ପି ଭାବେ କାର୍ଯ୍ୟରତ ଅଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?