ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଦିଲ୍ଲୀରେ ଏମ୍‌ପିଙ୍କୁ ଭେଟିଲା ନାଗରିକ ମଞ୍ଚ

କେସିଙ୍ଗା,୧୯ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ଦିଲ୍ଲୀ ଗସ୍ତ କରି ଲୋକ ସଭା ଓ ରାଜ୍ୟ ସଭା ଏମ୍‌ପିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସହରରେ ଥିବା ସର୍ବପୁରାତନ ରେଲଓ୍ବେ ଷ୍ଟେଶନ ଥିଲେ ମଧ୍ୟ ସିଧାସଳଖ ଭାବେ ରାଜଧାନୀ ଭୁବନେଶ୍ୱରକୁ ଯିବା ପାଇଁ ରେଳ ସୁବିଧା ନଥିବା ବେଳେ ଅଞ୍ଚଳର ଲୋକେ ରାଜଧାନୀ ଭୁବନେଶ୍ୱରକୁ ଟ୍ରେନ୍‌ ଯୋଗେ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦୀର୍ଘ ଦିନ ହେଲା ଅସନ୍ତୋଷ ପ୍ରକାଶ ପାଇ ଆସୁଛ। ସେହିପରି ସହରରେ ରେଲଓ୍ବେ ଓଭର ବ୍ରିଜ୍‌ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ସହର ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏକ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ହେଉଛି। ଏହି ଦୁଇଟି ମୁଖ୍ୟ ପ୍ରସଙ୍ଗକୁ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୀର୍ଘଦିନ ହେଲା ସରକାରଙ୍କଠାରେ ଦାବି ଉପସ୍ଥାପନ ହୋଇଆସୁଛି। ଉପରୋକ୍ତ ଦାବିକୁ ନେଇ କଳାହାଣ୍ଡି ଲୋକ ସଭା ସଂସଦୀୟ କ୍ଷେତ୍ରର ଏମ୍‌ପି ମାଳବିକା ଦେଓ ଏବଂ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କରଠାରେ ଦାବି ଉପସ୍ଥାପନ କରିବା ପାଇଁ ସଚେତନ ନାଗରିକ ମଞ୍ଚର ଏକ ୭ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରି ଉଭୟ ଏମ୍‌ପିଙ୍କୁ ଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିବା ସହିତ ସମାଧାନ ନିମନ୍ତେ ଉକ୍ତ ସଂଗଠନ ସଦସ୍ୟମାନେ ଦାବିପତ୍ର ପ୍ରଦାନ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି।
ସଚେତନ ନାଗରିକ ମଞ୍ଚର ସଭାପତି ଉତ୍ତର ମହଲାଙ୍କ ନେତୃତ୍ୱରେ ମଞ୍ଚର ଉପସଭାପତି ତଥା ପୂର୍ବତନ ନଗରପାଳ ରାମଜୀ ମାତଖଣ୍ଡିଆ, ପୂର୍ବତନ ଉପନଗରପାଳ ଗୋବିନ୍ଦ ବନଛୋର, ସାଧାରଣ ସମ୍ପାଦକ ଟିକେମନ ଦୀପ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାମୀ, ବରିଷ୍ଠ ଖବର ଦାତା ଗଜିନ୍ଦ୍ର ସାହୁ ଓ ମଞ୍ଚର ସଦସ୍ୟ ବସନ୍ତ ନାଏକ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ କରିଥିଲେ। ପ୍ରଥମେ ରାଜ୍ୟ ସଭା ଏମ୍‌ପି ସୁଜିତ ଓ ଲୋକ ସଭା ଏମ୍‌ପି ମାଳବିକା ଦେଓଙ୍କୁ ମଧ୍ୟ ସାକ୍ଷାତ କରି ଉପରୋକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରି ଦାବି ଉପସ୍ଥାପନ କରିଛନ୍ତି। ଏମ୍‌ପି ଉପରୋକ୍ତ ଦାବିଗୁଡ଼ିକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

ଗୌରୀଙ୍କ ସହ ବିବାହର ୧୦ ଦିନ ଭିତରେ ଗୁଡ୍‌ନ୍ୟୁଜ୍‌ ଦେଲେ ଆମିର, ଖବର ଶୁଣି ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ଗତ ଜୁଲାଇ ୫ ତାରିଖରେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଏହି ନବଦମ୍ପତି ନିଜ…

ଖେଳ ପଡ଼ିଆରେ ଲିଭିଗଲା ଜୀବନ ଦୀପ, ୨୨ ବର୍ଷୀୟ କ୍ରିକେଟରଙ୍କ ମୃତ୍ୟୁ

ଶ୍ରୀନଗର,୧୪।୭: ଜମ୍ମୁ କଶ୍ମୀରର ଡୋଡା ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭାଦେରୱା ଅଞ୍ଚଳର ୨୨ ବର୍ଷୀୟ କ୍ରିକେଟର ସୁହେଲ ଅହମ୍ମଦ ଜୁଲାଇ ୧୩…

ଲଗାଣ ବର୍ଷା, ଆଜି ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ,୧୪।୭(ସନାତନ ରାଉତ): ଭଦ୍ରକ ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଏହି କାରଣରୁ ଜିଲାର ସମସ୍ତ ସ୍କୁଲକୁ ମଙ୍ଗଳବାର ଛୁଟି ଘୋଷଣା କରାଯାଇଛି । ପରିସ୍ଥିତିକୁ…

ଛାତ୍ରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା, ଶ୍ରେଣୀ ଗୃହ ଭିତରେ ଶିକ୍ଷକଙ୍କୁ ତାଲା ପକାଇଦେଲେ…

ଲୋଇସିଂହା, ୧୪।୭ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଜଣେ ନବମ…

ରବିବାରଠୁ ନିଖୋଜ ଥିଲେ ବ୍ୟବସାୟୀ, ଏହି ସ୍ଥାନରୁ ମିଳିଲା ପତ୍ତା

ବଲାଙ୍ଗୀର, ୧୪।୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପେଲେସଲାଇନ ପଡାର ଜଣେ ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରୁ ଘରୁ ବାହାରି ଯିବା ପରେ…

ଭାଜପା ଜିଲା ସମ୍ପାଦକଙ୍କ ମାତୃ ବିୟୋଗ: ପରିବାର ସଦସ୍ୟଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଜେନା

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁର ସହରର ତିରୁପତିପେଟା ସାହି ନିବାସୀ ତଥା ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲା ସମ୍ପାଦକ ବସନ୍ତ କୁମାର ବେହେରାଙ୍କ ମା’…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri