ଖଣ୍ଡିକିଆ ସିଗାରେଟ୍‌

ଭାରତରେ ଧୂମପାନକାରୀଙ୍କ ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ କରିବା ଲାଗି କେନ୍ଦ୍ର ସରକାର ଏକ ବିଲ୍‌ ପ୍ରସ୍ତୁତ କରୁଛନ୍ତି। ଏବେ ଏହା ୧୮ ବର୍ଷ ରହିଛି। ସିଗାରେଟ୍‌ ଓ ତମାଖୁ ସାମଗ୍ରୀ (ବିଜ୍ଞାପନ ନିଷିଦ୍ଧ, ବ୍ୟବସାୟ, ବାଣିଜ୍ୟ, ଯୋଗାଣ, ବଣ୍ଟନ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୦ର ଚିଠା ବିଲ୍‌ରେ ବୟସସୀମା ବୃଦ୍ଧିକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜୋର୍‌ ଦେଇଛି। ହେଲେ ଏହି ଆଇନ ଆସିବା ଦ୍ୱାରା କମ୍‌ ବୟସର ପିଲାମାନେ ଯେ ଧୂମପାନ କରିବେ ନାହିଁ ଭାବିବା ଭୁଲ୍‌। ଭାରତରେ ସିଗାରେଟ୍‌ ପ୍ୟାକେଟ ବଦଳରେ ଖଣ୍ଡିକିଆ ସିଗାରେଟ୍‌ ଅଧିକ ବିକ୍ରି ହୋଇଥାଏ। କମ୍‌ ବୟସର ପିଲା ପକେଟରେ କମ୍‌ ଅର୍ଥ ଥିବାରୁ ସେ ଖଣ୍ଡିକିଆ କିଣିବାକୁ ପସନ୍ଦ କରିଥାଏ। କାରଣ ପୂରା ପ୍ୟାକେଟ କିଣିବା ପାଇଁ ଅର୍ଥ ଅଭାବ ପଡ଼ିଥାଏ। ଯଦି ଏଠାରେ ଖଣ୍ଡିକିଆ ସିଗାରେଟ୍‌ ବିକ୍ରି ଉପରେ ରୋକ ଲଗାଯାଇପାରନ୍ତା, ତାହାହେଲେ ଅନେକାଂଶରେ କମ୍‌ ବୟସର ଧୂମପାନକାରୀଙ୍କ ସଂଖ୍ୟା କମିଯାଆନ୍ତା। ‘ଧୂମପାନ ସ୍ବାସ୍ଥ୍ୟ ପାଇଁ ହାନିକାରକ’। ଏଥିସହିତ ସିଗାରେଟ୍‌ ପ୍ୟାକେଟ ଉପରେ ଯେଉଁ ଚିତ୍ର ଥାଏ, ତାହାକୁ ଦେଖିଲେ ଅନେକ ଡରିଯାଇ ଟାଣିବାକୁ ଭୟ କରିଥାନ୍ତି। କିନ୍ତୁ ଯେତେବେଳେ ଲୁଜ୍‌ ବା ଖୋଲାରେ ତାହା ଉପଲବ୍ଧ ହୋଇଯାଏ, ଯୁବପିଢ଼ିକୁ ସେହି ଭୟ ଗ୍ରାସ କରେନାହିଁ। ଦେଖିବାକୁ ଗଲେ ଭାରତର ପଡ଼ୋଶୀ ଦେଶଗୁଡ଼ିକରେ କେବଳ ବନ୍ଦ ପ୍ୟାକେଟ ବିକ୍ରି ହୋଇଥାଏ। ଭାରତରେ ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ସେପ୍ଟେମ୍ବର ୨୦୨୦ରେ ଲୁଜ୍‌ ସିଗାରେଟ୍‌ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଯେବେ ଏଭଳି ନିଷ୍ପତ୍ତି ନିଆଗଲା, ତା’ ପରଠାରୁ ସେହି ରାଜ୍ୟରେ କମ୍‌ ବୟସର ପିଲାଙ୍କ ଧୂମପାନ ଅଭ୍ୟାସ କମିଯାଇଥିବା ସର୍ଭେରୁ ଜଣାପଡ଼ିଛି।
ସାଧାରଣତଃ ଦେଖାଯାଏ ଯେ, ୧୬ରୁ ୧୭ ବର୍ଷ ବୟସର କିଶୋର ଧୂମପାନ ଭଳି ଖରାପ ଅଭ୍ୟାସରେ ପଡ଼ିଯାଇଥାଆନ୍ତି। ଏହା ସ୍କୁଲ ଛାଡ଼ିବା ଓ କଲେଜ ଯିବାର ସମୟ। ନିଜକୁ ବଡ଼ ହୋଇଗଲେଣି ମନେକରି କୁସଙ୍ଗରେ ପଡ଼ି ଅନେକେ ସିଗାରେଟ୍‌ ଟାଣିବାକୁ ଚାହିଁଥାନ୍ତି। କିନ୍ତୁ ଯଦି ସମ୍ପୂର୍ଣ୍ଣ ପ୍ୟାକେଟ କିଣିବା ଆଇନସିଦ୍ଧ ହୋଇଯାଆନ୍ତା, ତାହାହେଲେ ଅଧିକାଂଶ ପଛଘୁଞ୍ଚା ଦେଇପାରନ୍ତି ବୋଲି ଅନ୍ୟ ଦେଶରେ ହୋଇଥିବା ବିଭିନ୍ନ ସମୟର ସର୍ଭେରୁ ଜଣାପଡ଼ିଛି। ଖଣ୍ଡିକିଆ ସିଗାରେଟ୍‌ କିଣିବା ବେଳେ ଜଣେ ଯୁବକ ଉକ୍ତ ସାମଗ୍ରୀ ଉପରେ କେତେ ଟିକସ ଦେଲେ ତାହାକୁ ମଧ୍ୟ ଅନୁଭବ କରିପାରି ନ ଥାଆନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସିଗାରେଟ୍‌ ଉପରେ ୧୦ ପ୍ରତିଶତ ଅଧିକ ଟିକସ ବସାଯାଇଥିବାରୁ ଧୂମପାନକାରୀଙ୍କ ସଂଖ୍ୟା ପ୍ରାୟ ୮ ପ୍ରତିଶତ କମିଯାଇଛି। ଅର୍ଥାତ୍‌ ଅର୍ଥକଷ୍ଟ ସେମାନଙ୍କ ଆଗ୍ରହକୁ ଚାପି ଦେଇଥାଏ।
ଭାରତରେ ଯେତେବେଳେ ଆଇନ କରାଯାଏ, ତାହା ଉପରେ ଅଧିକ ତର୍ଜମା ହେଉ ନ ଥିବାରୁ ଅନେକ ସମୟରେ ଅବାସ୍ତବ ସ୍ଥିତି ଉପୁଜୁଛି। ଆଇନ ପ୍ରଣୟନକାରୀ ସର୍ବଦା ନିର୍ଦ୍ଦିଷ୍ଟ ବିଷୟ ଉପରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ଅଂଶଗ୍ରହଣକାରୀଙ୍କଠାରୁ ପର୍ଯ୍ୟାପ୍ତ ମତାମତ ଲୋଡ଼ି ନିଷ୍ପତ୍ତି ନେଲେ ପ୍ରକୃତ ସମସ୍ୟାକୁ ସମାଧାନ କରାଯାଇପାରନ୍ତା। ମାଦକଦ୍ରବ୍ୟରୁ ଅତ୍ୟଧିକ ଟିକସ ପାଉଥିବାରୁ ତାହାର ବିକ୍ରିକୁ ସରକାର ବନ୍ଦ କରୁନାହାନ୍ତି। ଯଦିବା ବନ୍ଦ କରିଦିଆଯାଏ, ତଥାପି ଲୋକେ ଚୋରାରେ ପଡ଼ୋଶୀ ଦେଶରୁ ଚଢ଼ାଦରରେ କିଣି ପିଇବେ ବା ଟାଣିବେ। ଉଦାହରଣ ସ୍ବରୂପ ଗୁଜରାଟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇ ଡ୍ରାଏ ଷ୍ଟେଟ୍‌ ଘୋଷଣା କରାଯାଇଥିଲେ ହେଁ ସେଠାରେ ଅନେକେ ସହଜରେ ମଦ ପାଇପାରୁଛନ୍ତି। ତେଣୁ ଆଇନ କରିବା ପୂର୍ବରୁ ସମାଜର ସମ୍ପୃକ୍ତ ବର୍ଗଙ୍କ ମତାମତ ଲୋଡ଼ାଯିବା ଦରକାର। କେନ୍ଦ୍ର ସରକାର ନୂତନ ଚିଠା ଆଇନରେ ପ୍ୟାକେଟ ଖୋଲା ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଆବଶ୍ୟକ ପଡ଼ିଲାଣି। କେବଳ ବୟସ ବଢ଼ାଇ ଦେଲେ ସମସ୍ୟାର ସମାଧାନ ଆସିପାରିବ ନାହିଁ। ଅନେକ ସମୟରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦେଖିଲେ ସେମାନଙ୍କ ବୟସ ଜାଣିବା କଷ୍ଟକର ହୋଇଥାଏ। ଅନେକ ପୁଅପିଲାଙ୍କ ଅତିଶୀଘ୍ର ନିଶଦାଢ଼ି ହେଉଥିବାରୁ ଘସେମାନଙ୍କ ବୟସ ଜାଣିବାର ଏକମାତ୍ର ପ୍ରମାଣପତ୍ର ହେଉଛି ଜନ୍ମଗତ ସାର୍ଟିଫିକେଟ। ସେଥିପାଇଁ ସରକାର ଆଣିବାକୁ ଯାଉଥିବା ଆଇନକୁ ମାନି ଚଳିଲେ ଯିଏ ସିଗାରେଟ୍‌ କିଣିବ, ସେ ଦୋକାନୀକୁ ତା’ର ଜନ୍ମ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ। ଏହା ସହିତ ଦୋକାନୀ ମଧ୍ୟ ସେହି ସାର୍ଟିଫିକେଟ ପଢ଼ିବାର ଯୋଗ୍ୟତା ରଖିଥିବା ଦରକାର।
ଆଇନ କଡ଼ାକଡ଼ି କରିଦିଆଯାଇ ଜରିମାନା ସହ ଜେଲଦଣ୍ଡ କ୍ଷମତାକୁ କଠୋର କରିଦେଲେ କେବଳ ପୋଲିସ ଲାଭବାନ୍‌ ହେବ। ଭାରତର ଡେମୋଗ୍ରାଫି ବା ଜନସଂଖ୍ୟା ତତ୍ତ୍ୱ ଦେଖିଲେ ସବୁ ଲୋକଙ୍କ ଉପରେ ସରକାରୀ କର୍ତ୍ତୃପକ୍ଷ ନଜର ରଖିବା ସମ୍ଭବ ନୁହେଁ। ସିଗାରେଟ୍‌ କଥା ଦେଖିଲେ ତୃଣମୂଳ ସ୍ତରରେ ଯେଉଁ ଖୁଚୁରା ବେପାରୀ ସିଧାସଳଖ ଲୋକଙ୍କୁ ତା’ ସାମଗ୍ରୀ ବିକ୍ରି କରିଥାଏ, ସେ ଯଦି ନିଜ ଚରିତ୍ରକୁ ଲୁଜ୍‌ କରି ଖଣ୍ଡିକିଆ ଧୂମପାନ କାଠି ବଢ଼ାଇଦିଏ, ତାହା ହେଲେ ଜଗିବ କିଏ। ଏମିତି ଦେଖାଯାଇଛି, ଗାଁରେ ଦୋକାନୀ ବଡ଼ବାପା ବୋଲି ଡାକ ଶୁଣୁଥିଲେ ମଧ୍ୟ ନିଜ ଲାଭକୁ ଦେଖି ପୁତୁରା ହାତରେ ସିଗାରେଟ୍‌ ଧରାଇ ଦେଇଥାଏ।
ଭାରତରେ ଏହିଭଳି ଅନେକ ଆଇନ ପ୍ରଣୟନ କରାଯାଇଛି, ଯାହାର ତୃଣମୂଳ ସ୍ତରରେ ସଫଳ କାର୍ଯ୍ୟକାରିତାକୁ କେହି ଦୃଷ୍ଟି ଦେଉନାହାନ୍ତି। ଫଳସ୍ବରୂପ, ଖୁବ୍‌ଶୀଘ୍ର ଏଭଳି ଏକ ସମୟ ଆସିବ, ଯେତେବେଳେ ସାଧାରଣ ନାଗରିକର ପ୍ରତ୍ୟେକ କାମ କୌଣସି ଗୋଟିଏ ଆଇନକୁ ଭଙ୍ଗ କରୁଥିବ। ଏହାଦ୍ୱାରା ଅଜାଣତରେ ପ୍ରତ୍ୟେକ ନାଗରିକ ଆଇନ ବିରୋଧୀ ହୋଇଯାଉଛନ୍ତି। ସେଥିପାଇଁ ବ୍ୟକ୍ତିଗତ ଜୀବନରେ କିଏ କେଉଁଭଳି ବଞ୍ଚିବାକୁ ଚାହୁଁଛି, ତାହା ଉପରେ ସରକାରୀ ଅଙ୍କୁଶ ରହିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri