Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ଓଡ଼ିଶା ଏଫ୍‌ସିର ୬ଷ୍ଠ ପରାଜୟ

ଭାସ୍କୋ, ୪।୧- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସିର ଦୟନୀୟ ପ୍ରଦର୍ଶନ ଜାରି ରହିଛି। ଭୁବନେଶ୍ୱରଭିତ୍ତିକ ଏହି ଦଳ ରବିବାର ଇଷ୍ଟବେଙ୍ଗଲ ନିକଟରୁ ୧-୩ ଗୋଲରେ ହାରି ଯାଇଛି। ୮ ମ୍ୟାଚରୁ ଓଡ଼ିଶା ଏଫ୍‌ସିର ଏହା ୬ଷ୍ଠ ପରାଜୟ। ଅନ୍ୟପକ୍ଷରେ ପ୍ରଥମଥରପାଇଁ ଆଇଏସ୍‌ଏଲ୍‌ରେ ପଦାର୍ପଣ କରିଥିବା ଇଷ୍ଟବେଙ୍ଗଲ ଅନ୍ୟ ଦଳଗୁଡ଼ିକ ବିପକ୍ଷରେ ସଂଘର୍ଷ କରୁଥିବାବେଳେ ଓଡ଼ିଶା ଦଳ ବିପକ୍ଷରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ହାଇଦ୍ରାବାଦ୍‌ ଏଫ୍‌ସି ନିକଟରୁ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଏଫସି୍‌ ପରେ ଜାମଶେଦପୁର ଏଫ୍‌ସି ବିପକ୍ଷରେ ମ୍ୟାଚ ଡ୍ର ରଖିଥିଲା। ଏହାପରେ କ୍ରମାଗତ ୪ ମ୍ୟାଚରେ ଯଥାକ୍ରମେ ଏଟିକେ ମୋହନବାଗାନ, ମୁମ୍ବାଇ ସିଟି ଏଫ୍‌ସି, ଗୋଆ ଏବଂ ବେଙ୍ଗାଲୁରୁ ଏଫ୍‌ସି ନିକଟରୁ ପରାସ୍ତ ହୋଇଥିଲା। ୭ମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ବିପକ୍ଷରେ ମ୍ୟାଚ ଡ୍ର ରଖିଥିବାବେଳେ ଏବେ ପୁଣି ଇଷ୍ଟବେଙ୍ଗଲଠାରୁ ପରାଜୟ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି। ଦଳ ମାତ୍ର ୨ ପଏଣ୍ଟ ପାଇ ଲଜ୍ଜାଜନକଭାବେ ଟେବୁଲର ନିମ୍ନରେ ପଡ଼ି ରହିଛି। ଦଳ ମାତ୍ର ୬ଟି ଗୋଲ ଦେଇଥିବାବେଳେ ୧୪ ଗୋଲ ବରଣ କରିଛି। ଅନ୍ୟପକ୍ଷରେ ପ୍ରଥମ ବିଜୟ ହାସଲ କରିଥିବା ଇଷ୍ଟବେଙ୍ଗଲ ୮ ମ୍ୟାଚରୁ ୬ ପଏଣ୍ଟରେ ପହଞ୍ଚତ୍ଥିଲେ ହେଁ ୧୦ମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ରବିବାର ଇଷ୍ଟବେଙ୍ଗଲ ପକ୍ଷରୁ ଆନ୍ଥୋନୀ ପିଲ୍‌କିଙ୍ଗଟନ ୧୨ ଓ ଜ୍ୟାକ୍ସ ମାଘୋମା ୩୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ୮୮ତମ ମିନିଟରେ ବ୍ରାଇଟ୍‌ ଇନୋବାଖାରେ ଆଉ ଏକ ଗୋଲ ଦେଇଥିବାବେଳେ ଇଞ୍ଜୁରି ଟାଇମ୍‌ରେ ଓଡ଼ିଶା ଏଫ୍‌ସିର ଡିଏଗୋ ମୌରିସିଓ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହାଥିଲା ଆଇଏସ୍‌ଏଲ୍‌ରେ ୧୦୦ତମ ଗୋଲ। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ବିଜୟୀ ଦଳର ସୁରଚନ୍ଦ୍ର ସିଂ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଆନ୍ଥୋନୀ ପିଲ୍‌କିଙ୍ଗ୍‌ଟନ୍‌ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri