ବିଇଏମ୍‌ଏଲ୍‌ର ୨୬% ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ,୪।୧: ପ୍ରତିରକ୍ଷା କ୍ଷେତ୍ରରେ ରାଷ୍ଟ୍ରାୟତ୍ତ କମ୍ପାନୀ ଭାରତ ଆର୍ଥ ମୁଭର୍ସ ଲିମିଟେଡ(ବିଇଏମ୍‌ଏଲ୍‌)ରୁ ୨୬% ଅଂଶଧନ ବିକ୍ରି ହେବ। ସେହିଭଳି ସରକାର ଏହି କମ୍ପାନୀର ପରିଚାଳନା ଏବଂ ନିୟନ୍ତ୍ରଣକୁ ମଧ୍ୟ ହସ୍ତାନ୍ତର କରିବେ। ଏଥିପାଇଁ ରବିବାର ପ୍ରାଥମିକ ବିଡ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ନିଲାମ ପ୍ରକ୍ରିୟା ୨ଟି ପର୍ଯ୍ୟାୟରେ ସମ୍ପାଦିତ ହେବ ବୋଲି ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ) ସଚିବ ତୁହିନକାନ୍ତ ପାଣ୍ଡେ ଏହା କହିଛନ୍ତି। ବିଇଏମ୍‌ଏଲ୍‌ରୁ ଅଂଶଧନ କ୍ରୟ ଲାଗି ବିଡର ମାର୍ଚ୍ଚ ୨ ସୁଦ୍ଧା ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଦାଖଲ କରିପାରିବେ। ଏଥି ଲାଗି ଦୀପମ ପକ୍ଷରୁ ପ୍ରାଥମିକ ସୂଚନା ମେମୋରାଣ୍ଡମ ଜାରି କରାଯାଇଛି।
ବର୍ତ୍ତମାନର ବଜାର ଦର ଅନୁସାରେ ୨୬% ଅଂଶଧନ ବିକ୍ରିରୁ ସରକାରଙ୍କୁ ୧ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ। ଶୁକ୍ରବାର ବିଇଏମ୍‌ଏଲ୍‌ର ପ୍ରତି ଶେୟାର ମୂଲ୍ୟ ପ୍ରାୟ ୯୭୪ ଟଙ୍କା ରହିଥିଲା। ବିଇଏମ୍‌ଏଲ୍‌ ପ୍ରତିରକ୍ଷା, ରେଳ, ଶକ୍ତି, ଖଣି ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରରେ କାର୍ଯ୍ୟ କରୁଛି। ୨୦୧୯-୨୦ରେ ଏହି କମ୍ପାନୀର ମୋଟ ରାଜସ୍ବ ୩୦୨୮ କୋଟି ଟଙ୍କା ରହିଥିଲା। ଏହି ନିଲାମ ପ୍ରକ୍ରିୟା ସମ୍ପାଦନ କରିବା ଲାଗି ସରକାରଙ୍କ ପକ୍ଷରୁ ଏସ୍‌ବିଆଇ କ୍ୟାପିଟାଲ ମାର୍କେଟ ପକ୍ଷରୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ପ୍ରସ୍ତାବିତ ବିନିବେଶ ପ୍ରକ୍ରିୟାକୁ ଏହା ପରିଚାଳନା କରିବ। ବିଇଏମ୍‌ଏଲ୍‌ ନିକଟରେ ୯୭୭୫ କୋଟି ଟଙ୍କାର ଅର୍ଡର ରହିଛି। ଏହି କମ୍ପାନୀରେ ସରକାରଙ୍କ ଅଂଶଧନ ୫୪% ରହିଛି। ଏଥିରୁ ୨୬% ହ୍ରାସ କରିବାକୁ ସରକାର ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri