ଟ୍ରକ୍‌ ମାଲିକଙ୍କ ଜୀବିକାରେ ଚଡ଼କ

ଯୋଡ଼ା,୨୧।୬ (ଡି.ଏନ.ଏ.) କେନ୍ଦୁଝର ଜିଲାର ଯୋଡ଼ା ଖଣି ମଣ୍ଡଳରେ ବହୁ ସଂଖ୍ୟକ ଲୋକ ଟ୍ରକ୍‌ ପରିବହନ ବ୍ୟବସାୟ ଉପରେ ନିର୍ଭରଶୀଳ ା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏହି ଖଣିଖାଦାନ ଓ କାରଖାନାରେ ନିୟୋଜିତ ହୋଇଛି। ବର୍ତ୍ତମାନ ଖଣି କ୍ଷେତ୍ରର ମାନ୍ଦା ଅବସ୍ଥା ଏକ ଉତ୍କଟ ସମସ୍ୟା ଭାବେ ମୁଣ୍ଡ ଟେକିଛି ା ରପ୍ତାନି ଶୁଳ୍କ ବୃଦ୍ଧି ପରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବନ୍ଦର ଗୁଡିକୁ ଟ୍ରକ୍‌ ଦ୍ୱାରା ଲୁହାପଥର ଆଉ ପରିବହନ ହେଉ ନାହିଁ। ଯାହାର ସିଧା ପ୍ରଭାବ ପଡ଼ିଛି ଟ୍ରକ୍‌ ମାଲିକଙ୍କ ଜୀବନ ଜୀବିକା ଉପରେ। ଏହାକୁ ନେଇ ଖଣି ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣେ ଘରୋଇ ବ୍ୟବହାରରେ ପରିବହନ ହେଉଥିବା ଲୁହାପଥରର ସିଂହଭାଗ ରେଳ ଦ୍ୱାରା ବିଭିନ୍ନ ରାଜ୍ୟର କାରଖାନାଗୁଡିକୁ ପରିବହନ ହୋଇଯାଉଛି। ଏହାଦ୍ୱାରା କେନ୍ଦୁଝର ସମେତ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୋଳ, ସୁନ୍ଦରଗଡ ଜିଲାର ଟ୍ରକ୍‌ ମାଲିକମାନେ ବେଶୀ ପ୍ରଭାବିତ ହେଉଛନ୍ତି। ଏହାର ପ୍ରତିବାଦ କରି ଟ୍ରକ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ଖଣି ଉପନିର୍ଦ୍ଦେଶକ ଦୀନେଶ ଅଗ୍ରୱାଲଙ୍କୁ ଭେଟିଛନ୍ତି।
ଅଧିକ ପ୍ରଭାବିତ ହେଉଛନ୍ତି କେନ୍ଦୁଝର ଜିଲା ଯୋଡା ଅଞ୍ଚଳର ଟ୍ରକ୍‌ ମାଲିକମାନେ। ଋଣ କରି ଟ୍ରକ୍‌ କିଣିଥିବା ଲୋକେ ଏବେ ଋଣ ପରିଶୋଧ କରି ନ ପାରିବାରୁ ଦେବାଳିଆ ହୋଇ ପଡିଲେଣି। ପ୍ରାୟ ୨ ମାସ ହେବ ଯୋଡ଼ା ଖଣି ଅଞ୍ଚଳରେ ଏଭଳି ଅଚଳାବସ୍ଥା ପରିଲକ୍ଷିତ ହୋଇଛି। ଏ ନେଇ ଯୋଡା ଟ୍ରକ ମାଲିକ ସଂଘ ପକ୍ଷରୁ ସମ୍ପାଦକ ସୁଶାନ୍ତ କୁମାର ବାରିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଖଣି ଉପନିର୍ଦ୍ଦେଶକଙ୍କୁ ଭେଟି ୬୦% ଲୁହାପଥର ଟ୍ରକ୍‌ ଦ୍ୱାରା ପରିବହନ କରାଇବା ପାଇଁ ଦାବି ଜଣାଇବା ସହିତ ସ୍ଲରୀ ପାଇପ ଲାଇନ ଦ୍ୱାରା ହେଉଥବା ଲୁହାପଥର ପରିବହନକୁ ହ୍ରାସ କରିବା ପାଇଁ ସ୍ମାରକପତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଉପନିର୍ଦ୍ଦେଶକ ଅଗ୍ରୱାଲ କହିଛନ୍ତି, ପରିବେଶ ପ୍ରଦୂଷିତ ହେଉଥିବାରୁ ଖଣିଜ ପରିବହନକୁ ସଡକପଥରେ ଗୁରୁତ୍ୱ ଦିଆଯାଉ ନାହିଁ। ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଟ୍ରକ୍‌ ମାଲିକ ମାନେ କହିଥିଲେ ଯେ, ଟ୍ରକ୍‌ ଗୁଡିକରେ ଆଧୁନିକ ଜ୍ଞାନ କୌଶଳରେ ବିଏସ୍‌- ୬ ପ୍ରଦୂଷଣବିହୀନ ଇଞ୍ଜିନ ବିକଶିତ ହୋଇଲାଗିଛି ା ଏହା ଦ୍ୱାରା କିପରି ପ୍ରଦୂଷଣ ହେଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ଖଣି ଅଞ୍ଚଳରେ ରହିଥିବା ବନ୍ଧୁର ରାସ୍ତାରୁ ଧୂଳି ଉଡୁଥିବାରୁ ରାସ୍ତା ଗୁଡିକୁ ଡିଏମ୍‌ଏଫ୍‌ ଅର୍ଥରୁ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କଲେ ପ୍ରଦୂଷଣ ମାତ୍ରା କମିବ ବୋଲି ଉପସ୍ଥିତ ଥିବା ଟ୍ରକ୍‌ ମାଲିକ ମାୟାଧର ପାତ୍ର, ରାଜେଶ ରୋଶନ, ଅବଦୁଲ ଖାନ କହିଥିଲେ। ଏସମ୍ପର୍କରେ ସଂଘ ସମ୍ପାଦକ ବାରିକ କହିଥିଲେ ଯେ, ତିନିମାସ ତଳେ ଟ୍ରକ୍‌ଗୁଡିକ କିଛି ମାତ୍ରାରେ ଖଣି ଅଞ୍ଚଳରେ ପରିବହନ କରୁଥିଲେ ା ମାତ୍ର ରେଳ ର଼୍ୟାକ ଯୋଗେ ପରିବହନ ହେଉଥିବାରୁ ଟ୍ରକ୍‌ ଗୁଡିକ କାମଧନ୍ଦା ହରାଇଛନ୍ତି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସଂଘ ପକ୍ଷରୁ ଅବଗତ କରାଯିବ। ନ ଶୁଣିଲେ ବିକଳ୍ପ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାକ୍‌ ମାନ୍ୟତା ପାଇନାହାନ୍ତି ରାଜ୍ୟର ୮୪% ଶିକ୍ଷାନୁଷ୍ଠାନ: ବିପୁଳ ଆର୍ଥିକ ଅନୁଦାନ ହରାଉଛି ରାଜ୍ୟ

ଭୁବନେଶ୍ୱର,୨୧।୬: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି।...

ଗଣେଶ ପୂଜା ପାଇଁ ସବୁଠି ଚଳଚଞ୍ଚଳ

ଭୁବନେଶ୍ୱର, ୧୯।୯: ଆଜି ଗଣେଶ ପୂଜା । ଏ ନେଇ ଗାଁଠୁ ସହରର ସବୁଠି ଚଳଚଞ୍ଚଳ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼...

ସରକାରୀ ସ୍କୁଲରେ ପଡୁଛି ତାଲା, ଘରୋଇ ସ୍କୁଲକୁ ପ୍ରୋତ୍ସାହନ

ଜଗତ୍‌ସିଂହପୁର ଅଫିସ,୨୦ା୭: ଶିକ୍ଷାନୁଷ୍ଠାନଗୁଡିକ ପାଇଁ ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ସରକାର ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ର...

ବିଦ୍ୟାଳୟରୁ କମ୍ପ୍ୟୁଟର ନେଇଗଲେ ଶିକ୍ଷୟିତ୍ରୀ

ପାଟଣା,୨୭ା୧୨(ସ୍ବ.ପ୍ର.): ବଡ଼ଦିନ ଦିନ ପାଇଁ ବିଦ୍ୟାଳୟ ଗୁଡ଼ିକ ଛୁଟି ରହିଛି। ଏହାର ସୁଯୋଗ ଦେଇ ରୋଷ୍ଟର ଦାୟିତ୍ୱରେ ଥିବା ଜଣେ କ୍ଲାସିକାଲ ଶିକ୍ଷୟିତ୍ରୀ କମନ ରୁମ୍‌ରୁ...

ରେଙ୍ଗାଲି ପଞ୍ଚାୟତ: କିନ୍ନର, ଦିବ୍ୟାଙ୍ଗ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା

ସମ୍ବଲପୁର/ ରେଙ୍ଗାଲି, ୬ା୨(ବ୍ୟୁରୋ/ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଚର୍ଚ୍ଚାରେ ରହିଛି। ଝାଙ୍କରପାଲି ପଞ୍ଚାୟତର ସରପଞ୍ଚ ଆସନ ଲାଗି ୨୭...

ଗ୍ରାମର ୨୮ ଧନୀ ବ୍ୟକ୍ତିଙ୍କୁ ହତ୍ୟା ଧମକ

ଗୁଣପୁର, ୮ା୩: ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅଧୀନ କତୁରୁ ଗ୍ରାମରେ ଦେଖିବାକୁ ମିଳିଛି ଧମକପୂର୍ଣ୍ଣ ପୋଷ୍ଟର। ୧୭ ନମ୍ବର ଓ୍ବାର୍ଡ କତୁରୁଠାରେ ତେଲୁଗୁ...

ଜଙ୍ଗଲରୁ ନିଆଁ ଲିଭାଇଲେ ମହିଳା

କେନ୍ଦୁଝର,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ହଦଗଡ଼ ଅଭୟାରଣ୍ୟ ମଧ୍ୟରେ ଥିବା କଅଁଳେଇ ବାଲିପାଳ ଗ୍ରାମଞ୍ଚଳ ସ୍ଥିତ ହେମଗଡ, ଅଶ୍ନପାଣି, ହାଣ୍ଡିପାଁଣ, ପେଣିପଥର ଜଙ୍ଗଲରେ...

ଥାନା ଭିତରେ ଲାଠି, ଗୋଇଠା ମାଡ଼ ମାମଲା: ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ)/ ପାଟଣା (ସ୍ବ.ପ୍ର.) – କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ...

Advertisement
Archives

Model This Week