ଟ୍ରକ୍‌ ମାଲିକଙ୍କ ଜୀବିକାରେ ଚଡ଼କ

ଯୋଡ଼ା,୨୧।୬ (ଡି.ଏନ.ଏ.) କେନ୍ଦୁଝର ଜିଲାର ଯୋଡ଼ା ଖଣି ମଣ୍ଡଳରେ ବହୁ ସଂଖ୍ୟକ ଲୋକ ଟ୍ରକ୍‌ ପରିବହନ ବ୍ୟବସାୟ ଉପରେ ନିର୍ଭରଶୀଳ ା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏହି ଖଣିଖାଦାନ ଓ କାରଖାନାରେ ନିୟୋଜିତ ହୋଇଛି। ବର୍ତ୍ତମାନ ଖଣି କ୍ଷେତ୍ରର ମାନ୍ଦା ଅବସ୍ଥା ଏକ ଉତ୍କଟ ସମସ୍ୟା ଭାବେ ମୁଣ୍ଡ ଟେକିଛି ା ରପ୍ତାନି ଶୁଳ୍କ ବୃଦ୍ଧି ପରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବନ୍ଦର ଗୁଡିକୁ ଟ୍ରକ୍‌ ଦ୍ୱାରା ଲୁହାପଥର ଆଉ ପରିବହନ ହେଉ ନାହିଁ। ଯାହାର ସିଧା ପ୍ରଭାବ ପଡ଼ିଛି ଟ୍ରକ୍‌ ମାଲିକଙ୍କ ଜୀବନ ଜୀବିକା ଉପରେ। ଏହାକୁ ନେଇ ଖଣି ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣେ ଘରୋଇ ବ୍ୟବହାରରେ ପରିବହନ ହେଉଥିବା ଲୁହାପଥରର ସିଂହଭାଗ ରେଳ ଦ୍ୱାରା ବିଭିନ୍ନ ରାଜ୍ୟର କାରଖାନାଗୁଡିକୁ ପରିବହନ ହୋଇଯାଉଛି। ଏହାଦ୍ୱାରା କେନ୍ଦୁଝର ସମେତ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୋଳ, ସୁନ୍ଦରଗଡ ଜିଲାର ଟ୍ରକ୍‌ ମାଲିକମାନେ ବେଶୀ ପ୍ରଭାବିତ ହେଉଛନ୍ତି। ଏହାର ପ୍ରତିବାଦ କରି ଟ୍ରକ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ଖଣି ଉପନିର୍ଦ୍ଦେଶକ ଦୀନେଶ ଅଗ୍ରୱାଲଙ୍କୁ ଭେଟିଛନ୍ତି।
ଅଧିକ ପ୍ରଭାବିତ ହେଉଛନ୍ତି କେନ୍ଦୁଝର ଜିଲା ଯୋଡା ଅଞ୍ଚଳର ଟ୍ରକ୍‌ ମାଲିକମାନେ। ଋଣ କରି ଟ୍ରକ୍‌ କିଣିଥିବା ଲୋକେ ଏବେ ଋଣ ପରିଶୋଧ କରି ନ ପାରିବାରୁ ଦେବାଳିଆ ହୋଇ ପଡିଲେଣି। ପ୍ରାୟ ୨ ମାସ ହେବ ଯୋଡ଼ା ଖଣି ଅଞ୍ଚଳରେ ଏଭଳି ଅଚଳାବସ୍ଥା ପରିଲକ୍ଷିତ ହୋଇଛି। ଏ ନେଇ ଯୋଡା ଟ୍ରକ ମାଲିକ ସଂଘ ପକ୍ଷରୁ ସମ୍ପାଦକ ସୁଶାନ୍ତ କୁମାର ବାରିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଖଣି ଉପନିର୍ଦ୍ଦେଶକଙ୍କୁ ଭେଟି ୬୦% ଲୁହାପଥର ଟ୍ରକ୍‌ ଦ୍ୱାରା ପରିବହନ କରାଇବା ପାଇଁ ଦାବି ଜଣାଇବା ସହିତ ସ୍ଲରୀ ପାଇପ ଲାଇନ ଦ୍ୱାରା ହେଉଥବା ଲୁହାପଥର ପରିବହନକୁ ହ୍ରାସ କରିବା ପାଇଁ ସ୍ମାରକପତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଉପନିର୍ଦ୍ଦେଶକ ଅଗ୍ରୱାଲ କହିଛନ୍ତି, ପରିବେଶ ପ୍ରଦୂଷିତ ହେଉଥିବାରୁ ଖଣିଜ ପରିବହନକୁ ସଡକପଥରେ ଗୁରୁତ୍ୱ ଦିଆଯାଉ ନାହିଁ। ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଟ୍ରକ୍‌ ମାଲିକ ମାନେ କହିଥିଲେ ଯେ, ଟ୍ରକ୍‌ ଗୁଡିକରେ ଆଧୁନିକ ଜ୍ଞାନ କୌଶଳରେ ବିଏସ୍‌- ୬ ପ୍ରଦୂଷଣବିହୀନ ଇଞ୍ଜିନ ବିକଶିତ ହୋଇଲାଗିଛି ା ଏହା ଦ୍ୱାରା କିପରି ପ୍ରଦୂଷଣ ହେଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ଖଣି ଅଞ୍ଚଳରେ ରହିଥିବା ବନ୍ଧୁର ରାସ୍ତାରୁ ଧୂଳି ଉଡୁଥିବାରୁ ରାସ୍ତା ଗୁଡିକୁ ଡିଏମ୍‌ଏଫ୍‌ ଅର୍ଥରୁ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କଲେ ପ୍ରଦୂଷଣ ମାତ୍ରା କମିବ ବୋଲି ଉପସ୍ଥିତ ଥିବା ଟ୍ରକ୍‌ ମାଲିକ ମାୟାଧର ପାତ୍ର, ରାଜେଶ ରୋଶନ, ଅବଦୁଲ ଖାନ କହିଥିଲେ। ଏସମ୍ପର୍କରେ ସଂଘ ସମ୍ପାଦକ ବାରିକ କହିଥିଲେ ଯେ, ତିନିମାସ ତଳେ ଟ୍ରକ୍‌ଗୁଡିକ କିଛି ମାତ୍ରାରେ ଖଣି ଅଞ୍ଚଳରେ ପରିବହନ କରୁଥିଲେ ା ମାତ୍ର ରେଳ ର଼୍ୟାକ ଯୋଗେ ପରିବହନ ହେଉଥିବାରୁ ଟ୍ରକ୍‌ ଗୁଡିକ କାମଧନ୍ଦା ହରାଇଛନ୍ତି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସଂଘ ପକ୍ଷରୁ ଅବଗତ କରାଯିବ। ନ ଶୁଣିଲେ ବିକଳ୍ପ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?