Posted inଜାତୀୟ

ବାହୁବଳୀ ବିଧାୟକଙ୍କୁ ୧୦ ବର୍ଷ ଜେଲ୍‌

ପାଟନା,୨୧।୬: ବିହାରର ମୋକମା ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ପାଟନାର ସ୍ବତନ୍ତ୍ର ଏମ୍‌ପି-ବିଧାୟକ କୋର୍ଟ ଅନନ୍ତ ସିଂଙ୍କୁ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ଗତ ଜୁନ୍‌ ୧୪ରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
୨୦୨୦, ଅକ୍ଟୋବର ୧୫ରେ ବିଧାୟକ ଅନନ୍ତ ସିଂ ଏବଂ କେୟାର୍‌ ଟେକର୍‌ ସୁନୀଲ ରାମଙ୍କ ବିରୋଧରେ ଏମ୍‌ପି-ବିଧାୟକ କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା।
ସୂଚନାଯୋଗ୍ୟ, ପାଟନା ପୋଲିସର ଏକ ଟିମ୍‌ ଅଗଷ୍ଟ ୧୬,୨୦୧୯ରେ ଲଡୱାନ ଗାଁରେ ଥିବା ମୋକାମା ବିଧାୟକ ଅନନ୍ତ କୁମାର ସିଂଙ୍କ ପୈତୃକ ଘରେ ଚଢାଉ କରିଥିଲା। ଏହି ଚଢାଉରେ ପୋଲିସ ମୋକାମା ବିଧାୟକଙ୍କ ଘରୁ ନିଷିଦ୍ଧ ଅସ୍ତ୍ର ଏକେ-୪୭ ଏବଂ ଦୁଇଟି ଗ୍ରେନେଡ ଜବତ କରିଥିଲା। ଏହି ମାମଲାରେ ବିଧାୟକଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଅନୁମତି ବିନା କଂଗ୍ରେସର ସତ୍ୟାଗ୍ରହ ଆରମ୍ଭ…

ନୂଆଦିଲ୍ଲୀ,୨୬।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଏବଂ ସୁରଟ କୋର୍ଟ ଦ୍ୱାରା ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ କଂଗ୍ରେସ ରବିବାର...

ଗଙ୍ଗା ସଫା ପାଇଁ ଅଣ୍ଟା ଭିଡ଼ିଲା ଡେନମାର୍କ, ସ୍ଥାପନ ହେବ ସ୍ମାର୍ଟଲ୍ୟାବ…

ଲକ୍ଷ୍ନୌ,୧୧।୨ : ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ – ୨୦୨୩ରେ, ଗଙ୍ଗା ଏବଂ ଏହାର ଉପନଦୀ ନଦୀ ବରୁଣା ସଫା କରିବା ପାଇଁ ଡେନମାର୍କ ସରକାର...

୩ରେ ମହାରାଷ୍ଟ୍ର, ଗୁଜରାଟରେ ବାତ୍ୟା

ମୁମ୍ବାଇ,୧ା୬(ପି.ଟି.): ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ବାତ୍ୟାର ରୂପ ନେବାକୁ ଯାଉଛି। ଏହା ଜୁନ୍‌ ୩ରେ ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳ ଅତିିକ୍ରମ...

ଦେଶଦ୍ରୋହ ମାମଲାରେ ଉତ୍ତର ପାଇଁ ସମୟ ଲୋଡିଲେ କେନ୍ଦ୍ର ସରକାର..

ନୂଆଦିଲ୍ଲୀ, ୫।୫ : ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଗୁରୁବାର କରାଯାଇଛି। ଶୁଣାଣି କରାଯାଇଥିଲା। ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ କେନ୍ଦ୍ର...

ଗୁରମିତ୍‌ ରାମରହିମଙ୍କ ସମର୍ଥନରେ ବାହାରିଲେ ହରିୟାଣା ସରକାର

ଚଣ୍ଡିଗଡ, ୨୬।୬:ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମ ୪୨ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିବା ପରେ ହରିୟାଣାରେ ରାଜନୈତିକ ପାଣିପାଗ ଉଷ୍ମ...

ତଦନ୍ତ ପାଇଁ କମିଶନ ଗଠିତ

ଲକ୍ଷ୍ନୌ,୧୩।୭: ଏନ୍‌କାଉଣ୍ଟରରେ ପୋଲିସ ଗୁଳିର ଶିକାର ହୋଇ ପ୍ରାଣ ହରାଇଥିବା ଉତ୍ତରପ୍ରଦେଶ କାନପୁରର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେ ଘଟଣାର ତଦନ୍ତ କରାଯିବ। ଜଣିକିଆ କମିଶନ ଏହାର...

ପରଲୋକରେ ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତି

ମୁମ୍ବାଇ,୧୧।୬: ଟେଲି କଳାକାର ତଥା ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତିଙ୍କ ନିଧନ ହୋଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ...

ମାର୍ଚ୍ଚ ସୁଦ୍ଧା ଆସିବ ବନ୍ଦେ ଭାରତ ଟ୍ରେନ୍‌ର ତୃତୀୟ ଭର୍ସନ: ରେଳମନ୍ତ୍ରୀ

ଡେରାଡୁନ୍‌, ୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ପତାକା ଦେଖାଇ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଆସନ୍ତାବର୍ଷ ଫେବୃୟାରୀ-ମାର୍ଚ୍ଚ ସୁଦ୍ଧା...

Advertisement
Archives

Model This Week