ନାକାପଏଣ୍ଟରୁ ଧରାପଡିଲେ ପଶ୍ଚିମବଙ୍ଗର ଡକାୟତି ଗ୍ୟାଙ୍ଗ

ଜଳେଶ୍ୱର, ,୨୧।୬ (ଡି.ଏନ୍‌.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସୁବର୍ଣ୍ଣରେଖା ସେତୁର ନାକା ପଏଣ୍ଟଠାରେ ପୋଲିସ ଯାଞ୍ଚ କରୁଥିବା ବେଳେ ଏକ ବଡ ଧରଣର ପଶ୍ଚିମବଙ୍ଗର ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ୨ଟି କାର୍‌ରେ ଥିବା ୧୦ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୫ଲକ୍ଷ ୨୨ହଜାର ଟଙ୍କା ଜବତ କରାଯାଇଥିବା ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାର ସୋମବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ା ଏହି ଗ୍ୟାଙ୍ଗ ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ ବିଲ୍‌ଡରଙ୍କଠାରୁ ୧୫ଲକ୍ଷ ୨୨ହଜାର ଟଙ୍କା ଲୁଟି ନେଇ ପଳାଇଥିବା ଅଭିଯୋଗ ହୋଇଥିଲା ା
ପୋଲିସ ଏ ସମ୍ପର୍କରେ ପଦକ୍ଷେପ ଲାଗି ଉପାନ୍ତ ଅଞ୍ଚଳର ଥାନାଗୁଡିକୁ ସତର୍କ କରିଥିଲା ା ଗତ ୧୮ତାରିଖରେ ଉକ୍ତ ନାକା ପଏଣ୍ଟରେ ଜଳେଶ୍ୱର ଥାନା ଆଇଆଇସି ରୋଜାଲିନ୍‌ ବେହେରା ସଦଳବଳେ ଅପେକ୍ଷା କରିଥିଲେ ା ସନ୍ଧ୍ୟାରେ ସେହି ବାଟ ଦେଇ ଯାଉଥିବା ପଶ୍ଚିମବଙ୍ଗ ନମ୍ବର ଥିବା ୨ଟି କାର୍‌ ଦେଖି ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ଘେରିଯାଇ ଯାଞ୍ଚ କରିବା ପରେ ସେମାନଙ୍କଠାରୁ ୧୫ଲକ୍ଷ ୨୨ହଜାର ଟଙ୍କା ଜବତ କରାଯାଇଥିଲା ଓ ସମସ୍ତଙ୍କୁ ଥାନାକୁ ଅଣାଯାଇଥିଲା। ଗିରଫ ଡକାୟତମାନେ ହେଲେ ହାୱାଡା ଜିଲାର ଉଲ୍‌ବେରିଆ ଥାନା ଜଗତ୍‌ପୁର ଗାଁର ସୌମେନ୍‌ ମାନ୍ନା, କସ୍ୟବପୁର ଗାଁର ସୁବାସ ବାଗ, କୁସାବେରିଆ ଗାଁର ଅଭିଜିତ୍‌ ଦାସ, ଉଲବେରିଆ ଗାଁର ଝଣ୍ଟୁ ପୁରକାୟସ୍ତ, କୁଲଗାଛିଆ ଗାଁର ସଞ୍ଜୟ ଦତ୍ତ, ସିଜ୍‌ବେରିଆ ଗାଁର ସେକ୍‌ ସମିରୁଲ ଆଲାମ୍‌, ବାଗନାନ ଥାନା ମୁର୍ଗବାଡିଆ ଗାଁର ଅବଦୁଲ ସଲିମ୍‌ ମଲିକ, ଦକ୍ଷିଣ ୨୪ ପ୍ରଗଣା ଜିଲା ସନାରପୁର ଥାନା ଅଧୀନ ରାଘବପୁର ପୋଲଘାଟ ଗାଁର ଦିପ୍‌ କୁମାର ଦେ , ପୂର୍ବ ମେଦିନୀପୁର ଜିଲାର ତମଲୁକ ଥାନା ଡୁମୁରା ଗାଁର ଶୁଭଦୀପ ହାଜରା, ମହିସାଦଳ ଥାନାର ନାଇଗୋପାଳପୁର ଗାଁର ଦେବବ୍ରତ ମିଶ୍ର। ପଚାରାଉଚରା ବେଳେ ସେମାନେ ଜାତୀୟ ରାଜପଥର ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?