ମୃତ୍ୟୁ ପୂର୍ବରୁ ନିଶାରେ ଥିଲେ ଚିନ୍ମୟୀ: ଭିସେରା ରିପୋର୍ଟ

ସମ୍ବଲପୁର, ୨୫ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାଣିରେ ବୁଡି ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଓ ଡାଏଟନ୍‌ ରିପୋର୍ଟରେ ମଧ୍ୟ ଏହା ଉଲ୍ଲେଖ ଥିବା ପୋଲିସ କହିଥିଲା। ସୋମବାର ଭିସେରା ରିପୋର୍ଟକୁ ନେଇ ପୋଲିସ ସୂଚନା ଦେଇଛି। ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି, ଚିନ୍ମୟୀ ମୃତ୍ୟୁ ପୂର୍ବରୁ ନିଶାଦ୍ରବ୍ୟ ସେବନ କରିଥିଲେ। ଭିସେରା ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ତେବେ କୌଣସି ବିଷକ୍ରିୟା ହୋଇନାହିଁ। ପୂର୍ବରୁ ସେ ନିକଟସ୍ଥ ଏକ ହୋଟେଲରେ ନିଶା କରୁଥିବା ଭିଡିଓ ପୋଲିସର ହସ୍ତଗତ ହୋଇଥିଲା। ଏବେ ତାହା ସ୍ପଷ୍ଟ ହୋଇଛି। ହେଲେ ଚିନ୍ମୟୀ କିଭଳି ବୁର୍ଲା ଥାନା ପିସି ବ୍ରିଜ୍‌କୁ ଗଲେ। ପାଣିକୁ କିଏ ଠେଲିଦେଇଥିଲେ ନା ନିଜେ ପଡିଗଲେ, ଯଦି ସେ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହାର କାରଣ ଓ ଏହା ପଛରେ କାହାର ହାତ ରହିଛି ସେ ନେଇ ତଦନ୍ତ କରାଯାଉଛି ବୋଲି ଏସ୍‌ପି ଗଙ୍ଗାଧର କହିଥିଲେ ା ଅନ୍ୟପଟେ ଏହି ଘଟଣା ଏବେ ମଧ୍ୟ ରହସ୍ୟଘେରରେ ରହିଛି। ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ପୂର୍ବରୁ ଜଣାପଡୁଥିଲା। ଏ ନେଇ ପରିବାର କିମ୍ବା ସାଧାରଣ ଲୋକଙ୍କ ମନରେ ସନ୍ଦେହ ନ ଥିଲା। ହେଲେ ଯୋଜନାବଦ୍ଧ ଭାବେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଅନ୍ୟପଟେ ପୁରୁଷବନ୍ଧୁ ପ୍ରୀତିମାନ ଦେ’ଙ୍କ ସହ ଚିନ୍ମୟୀ ବ୍ରିଜ୍‌କୁ ଆସିଥିଲେ ବୋଲି ପୋଲିସ କହିଛି। ପ୍ରୀତିମାନ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ହୋଇଥିଲେ ମଧ୍ୟ ସେ ରାଜ୍ୟ ଗୃହ ବିଭାଗ ଯୁଗ୍ମସଚିବ ପ୍ରଣବ କୁମାର ଦେଙ୍କ ପୁଅ ହୋଇଥିବାରୁ ପୋଲିସ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଥିଲା। ଘଟଣା ଦିନ ପ୍ରୀତିମାନ ସହ ଚିନ୍ମୟୀ ଢାବାରେ ଖାଇବା ସହ ଏକାଠି ବୁଲାବୁଲି କରି ରାତିରେ ପିସି ବ୍ରିଜ୍‌କୁ ଆସିଥିଲେ। ଏତେ କମ୍‌ ସମୟରେ ଉଭୟଙ୍କ ମଧ୍ୟରେ ଏଭଳି କ’ଣ ଘଟିଥିଲା ଯେ, ବାଇକ୍‌ରେ ଆସିବା ମାତ୍ରେ ବ୍ରିଜ ଉପରୁ ଚିନ୍ମୟୀ ପାଣି ଭିତରେ ପଡିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri